Posted inଖେଳ

ଓଡ଼ିଶା ଏଫ୍‌ସି ସହ ଅମରିନ୍ଦରଙ୍କ ନୂଆ ଚୁକ୍ତି

ଭୁବନେଶ୍ୱର, ୧୩ା୫(ସ୍ପୋଟର୍‌ସ ବ୍ୟୁରୋ): ଅମରିନ୍ଦର ସିଂ ଏକ ନୂଆ ଚୁକ୍ତିରେ ସ୍ବାକ୍ଷର କରିଥିବା ଓଡ଼ିଶା ଏଫ୍‌ସି ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଫଳତଃ ସେ ଏହି କ୍ଲବ ସହ ୨୦୨୬ ପର୍ଯ୍ୟନ୍ତ ରହିବେ। ୨୦୨୩ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌)ରେ ଓଡ଼ିଶା ଏଫ୍‌ସି ପାଇଁ ସବୁଠାରୁ ସଫଳ ସିଜନ ରହିଥିଲା। ଦଳ ପ୍ରଥମ ଥର ସୁପର କପ୍‌ ଟାଇଟଲ ବିଜେତା ହୋଇଥିଲା। ଦଳର ସଫଳତା ପଛରେ ଅମରିନ୍ଦରଙ୍କର ବିଶେଷ ଭୂମିକା ରହିଥିଲା। ସୁପର କପ୍‌ରେ ସେ ଶ୍ରେଷ୍ଠ ଗୋଲ୍‌କିପର ଭାବେ ପୁରସ୍କୃତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ମଧ୍ୟ ଅମରିନ୍ଦରଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ସେ ଗୁରପ୍ରୀତ୍‌ ସିଂ ସାନ୍ଧୁଙ୍କ ସହ ଶ୍ରେଷ୍ଠ ଗୋଲ୍‌କିପର ପୁରସ୍କାର ପାଇଥିଲେ। ୨୯ ବର୍ଷୀୟ ଏହି ଶଟ୍‌ ଷ୍ଟପର କ୍ଲବ ପାଇଁ ସ୍ଥିର ପ୍ରଦର୍ଶନ କରି ଆସିଥିଲେ। ଏହି ହିରୋ ଆଇଏସ୍‌ଏଲ୍‌ ସିଜନରେ ସେ କ୍ଲବ ତରଫରୁ ୨୧ ଥର ଖେଳିଛନ୍ତି। ତାଙ୍କର ଗୋଲରକ୍ଷଣ ହାର ୬୨%, କ୍ୟାଚ ସଂଖ୍ୟା ୧୧୨, ନଖୁଣ ପାସିଂ ହାର ୬୧% ରହିଛି। ପୁନଶ୍ଚ ସେ ଏକମାତ୍ର ଗୋଲକିପର ଭାବେ ଏକ ଗୋଲ୍‌ରେ ସହାୟତା କରିଥିଲେ। ସୂଚନାଯୋଗ୍ୟ, ଜଣେ ଗୋଲକିପର ହିସାବରେ ଅମରିନ୍ଦର ମୁମ୍ବାଇ ସିଟି ସହ ସିଜନ ପଦାର୍ପଣ କରି ‘ଗୋଲ୍ଡେନ ଗ୍ଲୋଭ୍‌’ ଜିତିଥିଲେ। ୨୩ଟି ମ୍ୟାଚରେ ତାଙ୍କ କ୍ଲିନ୍‌ ଶିଟ୍‌ ସଂଖ୍ୟା ୧୦ ରହିଥିଲା। ଫଳରେ ଲିଗ୍‌ରେ ତାଙ୍କ ମୋଟ୍‌ କ୍ଲିନ ଶିଟ୍‌ ସଂଖ୍ୟା ୩୭ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri