Posted inଫୁରସତ

ଆଲଝିମର୍ସ: ସତର୍କତା ଜରୁରୀ

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲଝିମର୍ସ’ ଅନ୍ୟତମ। ଆଲୋଏ ଆଲଝିମର୍ସ ନାମକ ଜଣେ ଡାକ୍ତରଙ୍କ ନାମରେ ଏହି ରୋଗଟି ନାମିତ। କାରଣ ସେ ଥିଲେ ଏହି ରୋଗର ଆବିଷ୍କର୍ତ୍ତା। ହେଲେ ୧୯୦୭ ମସିହାରେ ଆବିଷ୍କୃତ ଏହି ରୋଗଟି ଚିକିତ୍ସା ବିଜ୍ଞାନୀଙ୍କର ସ୍ବୀକୃତି ପାଇଲା ଆବିଷ୍କାରର ୭୦ ବର୍ଷ ପରେ। ଆଲଝିମର୍ସ ରୋଗକୁ ନେଇ ବିଜ୍ଞାନୀମାନଙ୍କର ବଡ଼ ମୁଣ୍ଡ ବ୍ୟଥା। କାରଣ ଏବେ ପ୍ରତ୍ୟେକ ସୁସ୍ଥ ବୟସ୍କ ବ୍ୟକ୍ତି, ତାଙ୍କର ଆତ୍ମୀୟ ଏବଂ ଚିକିତ୍ସାବିତ୍‌ମାନଙ୍କୁ ଏହି ରୋଗଟି ବଡ଼ ଆତଙ୍କିତ କରି ରଖିଛି। ଉକ୍ତ ରୋଗରେ ସ୍ମରଣଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ରୋଗ ହେଲେ ରୋଗୀର ଶରୀର ଓ ମନ ପରସ୍ପରଠାରୁ ବିଚ୍ଛିନ୍ନ ହୋଇପଡ଼ିବା ଭଳି ଅବସ୍ଥା ଉପୁଜିଥାଏ। ତେଣୁ ଏହାକୁ କୁହାଯାଉଛି ‘ମନ ହଜି ଯାଇଥିବା ରୋଗ’ ଓ ରୋଗୀକୁ କୁହାଯାଉଛି ‘ମନ ନ ଥିବା ମଣିଷ’। ରୋଗୀଠାରେ ସ୍ମୃତିଶକ୍ତି, ବିଶେକରି ସଦ୍ୟ ସ୍ମୃତି ଲୋପ ପାଇଯିବାରୁ ତାହାର ଜୀବନ ହୋଇଉଠେ ଦୁର୍ବିଷହ। ଏକ ଅଭିଶପ୍ତ ଜୀବନକୁ ବୋହି ସେ ହୁଏ ଶ୍ମଶାନବାସୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ରେ ପାଳିତ ହୋଇଥାଏ ‘ବିଶ୍ୱ ଆଲଝିମର୍ସ ଦିବସ’। ଏହି ଦିବସ ଅବସରରେ ଚଳିତ ବର୍ଷର ପ୍ରସଙ୍ଗ ରହିଛି -‘ନେଭର ଠୁ ଅର୍ଲି ନେଭର ଠୁ ଲେଟ୍‌’ ଅର୍ଥାତ୍‌, ‘ଅତି ସଅଳ ନୁହେଁ କି ଅତି ଉଛୁର ନୁହେଁ’। ସୁତରାଂ ଆଲଝିମର୍ସ ପ୍ରତି ସତର୍କ ରହିବା ନିହାତି ଜରୁରୀ। ପାଶ୍ଚାତ୍ୟ ଅଧିବାସୀଙ୍କ ତୁଳନାରେ ଆମ ଦେଶରେ ଆଲଝିମର୍ସ ରୋଗୀ ସଂଖ୍ୟା ଯଥେଷ୍ଟ କମ୍‌।
  ରୋଗ ପ୍ରକାଶ ପାଏ ୫୦ ବର୍ଷ ବୟସ ପରେ। ରୋଗ ହେଲେ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକରେ ଜମିଯାଏ ବିଟା-ଆମିଲଏଡ୍‌ ନାମକ ଏକ ପ୍ରୋଟିନ୍‌ ଖଣ୍ଡମାନ। ଏହି ବିଟା-ଆମିଲଏଡ୍‌ ଜମିବା ଫଳରେ ସ୍ମୃତିହାନି ଜାତ ହେବା ସ୍ବାଭାବିକ। ରୋଗୀ ମସ୍ତିଷ୍କରେ ସ୍ନାୟୁକୋଷମାନ ମରିଯାଆନ୍ତି। ଛିନ୍ନ ହୋଇଯାଏ ସ୍ନାୟୁକୋଷ-ସ୍ନାୟୁକୋଷ ମଧ୍ୟରେ ଥିବା ସଂଯୋଗ। ଫଳରେ ସ୍ନାୟୁକୋଷ ଏବଂ ସ୍ନାୟୁ ସଂଯୋଗ ହୋଇପଡ଼ନ୍ତି କାର୍ଯ୍ୟରହିତ। ତେବେ ମସ୍ତିଷ୍କର ସବୁ ଅଞ୍ଚଳରେଏଭଳି ପରିବର୍ତ୍ତନ ପରିଲକ୍ଷିତ ନ ହୋଇ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ନାୟୁକୋଷରେ ପରିଲକ୍ଷିତ ହୁଏ ପରିବର୍ତ୍ତନ। ପରିବର୍ତ୍ତିତ ହେଉ ନ ଥିବା ମସ୍ତିଷ୍କ ଅଞ୍ଚଳ ସୁସ୍ଥତାର ସହ କାର୍ଯ୍ୟ କରିଚାଲିବା ସତରେ ଏକ ବୈଜ୍ଞାନିକ ବିସ୍ମୟ! ହେଲେ ସ୍ନାୟୁକୋଷଗୁଡିକରେ ଜାତ ଅସ୍ବାଭାବିକତାକୁ ପ୍ରଭାବିତ କରିଥାଏ ରୋଗୀର ଜିନ୍‌, ପରିବେଶ ଓ ତାହାର ଜୀବନଶୈଳୀ। ପୁଣି ରୋଗୀଭେଦରେ ଏହି ପ୍ରଭାବରେ ପରିଲକ୍ଷିତ ହୋଇଥାଏ ଭିନ୍ନତା।
ଜାଣିରଖିବା କଥା ଯେ, ଆଲଝିମର୍ସର ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ମସ୍ତିଷ୍କରେ ରୋଗଟିର ମୂଳଦୁଆ ପଡ଼ିସାରିଥାଏ। ରୋଗୀ ଅନେକ କଥା ସହଜରେ ମନେ ପକେଇ ପାରେନି। ଭୁଲିଯାଏ ସେମାନଙ୍କ ନଁା। ଘର ଛାଡି ବାହାରକୁ ଯାଇଥିଲେ ଫେରିବା ରାସ୍ତାକୁ ଠଉରେଇ ନ ପାରି ଘରକୁ ଫେରିପାରେନି। ପଇସାପତ୍ର ଧାର ଆଣିଥିଲେ ତାହାକୁ ପରିଶୋଧ କରିବାକୁ ଭୁଲିଯାଏ। କଥାବାର୍ତ୍ତା କରିବା ସମୟରେ ଠିକ୍‌ ଶବ୍ଦ ଠିକ୍‌ ଜାଗାରେ ମୁଣ୍ଡକୁ ଢ଼ୁକି ନ ଥାଏ। ଏପରି କି ଆତ୍ମୀୟଙ୍କ ମୃତ୍ୟୁରେ ବି ତା’ଠାରେ କୌଣସି ପ୍ରତିକ୍ରିୟା ପରିଲକ୍ଷିତ ହୋଇ ନ ଥାଏ।
ବୟସ ୬୫ରୁ ଊର୍ଦ୍ଧ୍ୱ ହୋଇଗଲେ ଆଲଝିମର୍ସ ବାହାରିବା ଆଶଙ୍କା ବେଶି। ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଏବଂ ଶିକ୍ଷିତ ବ୍ୟକ୍ତିଙ୍କ ଅପେକ୍ଷା ଅଶିକ୍ଷିତ ବ୍ୟକ୍ତି ରୋଗଟି ପ୍ରତି ବେଶୀ ସମ୍ବେଦନଶୀଳ। ଏପରିକି ୨୦୫୦ ମସିହା ବେଳକୁ ଆଲଝିମର୍ସ ରୋଗୀଙ୍କ ସଂଖ୍ୟା ତିନିଗୁଣ ବଢ଼ିଯାଇଥିବ ବୋଲି ଆକଳନ କରାଗଲାଣି। ସୁତରାଂ କାଳ ବିଳମ୍ବ ନ କରି ଏଥିପ୍ରତି ସତର୍କ ହୋଇଯିବା ବାଞ୍ଛନୀୟ। ତେବେ ଏହି ରୋଗଟିକୁ ସଅଳ ଚିହ୍ନଟ କରାଯାଇପାରୁନି କି ରୋଗରୁ ଉପଶମ ମିଳିପାରୁନି। ତେବେ ନିୟମିତ ବହି ଓ ଖବରକାଗଜ ପଢ଼ିବା, ସଭାସମିତିରେ ଯୋଗଦେବା, ଗପ କବିତା ଲେଖିବା, ନୂଆ ଭାଷା ଶିଖିବା, ଚିତ୍ର ଆଙ୍କିବା ଏବଂ ନୂଆ ନୂଆ ରୁଚିରେ ମନ ଦେବା ଦ୍ୱାରା ରୋଗର ଆଗମନକୁ ବିଳମ୍ବିତ କରାଯାଇପାରେ। ତେବେ ଏହି ରୋଗ ପ୍ରକାଶ ପାଇଲେ ପରିବାର ସମସ୍ୟା ବହୁତ ବଢ଼ିଯାଏ। ତେଣୁ ବ୍ୟକ୍ତିଗତସ୍ତରରେ ପ୍ରତ୍ୟେକ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଅପରିହାର୍ଯ୍ୟ।
-ଡା. ନିତ୍ୟାନନ୍ଦ ସ୍ବାଇଁ
ଅଭୀପ୍‌ସା, ସେକ୍ଟର-୬, ପ୍ଲଟ୍‌ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ-୧୪

Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?