ଅଳପୁଆ-ଦାମୋଦରପାଟଣା ରାସ୍ତା ଶୋଚନୀୟ

ପଟ୍ଟାମୁଣ୍ଡାଇ,୨୫ା୭ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ-ଦାମୋଦରପାଟଣା ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ରାସ୍ତାରେ ଆଣ୍ଢୁଏ ଲେଖାଏ ଗାତ ସୃଷ୍ଟି ହୋଇଛି। ଏହି ରାସ୍ତାରେ ଶତାଧିକ ବଡ଼ ବଡ଼ ଖାଲଖମା ସୃଷ୍ଟିହୋଇ ବର୍ଷାଦିନେ ଯାତାୟାତ ଅସମ୍ଭବ ହୋଇପଡୁଛି। ବର୍ଷାଦିନେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି। ଏପରି କି ସନ୍ଧ୍ୟା ହେଲେ ଏହି ଗ୍ରାମକୁ ଯିବା ଅସମ୍ଭବ ହୋଇପଡ଼େ। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତାର ୪୦୦ ମିଟର ଲମ୍ବ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହାର ପୁନର୍ବାର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହି ରାସ୍ତାରେ ଗାତ ସୃଷ୍ଟି ହୋଇ ଯାତାୟାତ ସମୟରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏହି ବ୍ୟସ୍ତବହୁଳ ରାସ୍ତାର ତୁରନ୍ତ ନିର୍ମାଣ ପାଇଁ ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ରଞ୍ଜିତ ନାୟକ, ଶତ୍ରୁଘ୍ନ ମଲିକ, ରବୀନ୍ଦ୍ର ଧଳ, ଉମାକାନ୍ତ ବିହାରୀ, ବବ୍ରୁବାହନ ଧଳ, କୃତ୍ତିବାସ ସାହୁ, ସୁକାନ୍ତ ରାଉତ ପ୍ରମୁଖ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

ପେଟ୍ରୋଲ ପକାଇବାକୁ ଯାଉଥିବାବେଳେ ବାଇକ ଆଗକୁ ଚାଲିଆସିଲା ଷଣ୍ଢ, ଆଉ ତା’ପରେ …

ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଅଗଝୋଳ ପେଟ୍ରୋଲ ପମ୍ପ ନିକଟରେ ସୋମବାର ସାରେ ହଠାତ୍‌ ବାଇକ ଆଗକୁ ଏକ ଷଣ୍ଢ ଚାଲିଆସିଲା…

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ: ହିତାଧିକାରୀ ପାଇବେ ଅତିରିକ୍ତ ଚାଉଳ, ତାଲିକାରେ ଏମାନେ…

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର , କୋଟିନଡା , କୁଶପଡା ଓ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ଗୋଲକିପରଙ୍କ ଦମ୍‌ଦାର ପ୍ରଦର୍ଶନ, ଇରାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଇଙ୍ଗଲଉଡ୍‌,୨୨ା୬: ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ୦-୦ ଗୋଲରେ ଇରାନ ଡ୍ର’ ରଖିଛି। ଏଥିସହିତ ଦଳ ନକ୍‌ଆଉଟ୍‌ ରାଉଣ୍ଡ ଅଭିମୁଖେ…

ମନ୍ଦିର ପ୍ରବେଶକୁ ବିରୋଧ: ଏଏସପିଙ୍କୁ ଭେଟିଲେ ଆମ୍ବେଦକର ସେବକ ସଂଘ

ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମରେ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀକୁ ମନ୍ଦିର ପ୍ରବେଶ ବାରଣ ବିବାଦରେ ପୋଲିସ ଏକ ମାମଲା ରୁଜୁ କରିଛି।…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri