Posted inଖେଳ

କେବଳ ରୋହିତ ଶର୍ମା ନୁହନ୍ତି, ଟିମ ଇଣ୍ଡିଆର ଏହି ୬ ଷ୍ଟାର୍‌ ଖେଳାଳି କ୍ରିକେଟକୁ କହିପାରନ୍ତି ଅଲବିଦା! ଲିଷ୍ଟରେ…

ମୁମ୍ବାଇ,୧୮।୭: ଭାରତୀୟ କ୍ରିକେଟରେ ଏବେ ପରିବର୍ତ୍ତନର ପ୍ରକ୍ରିୟା ଖୁବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଟି-୨୦ ଅନ୍ତର୍ଜାତୀୟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସନ୍ନ୍ୟାସ ନେବା ପରେ ଏବେ ଦିନିକିଆ (ODI) ଓ ଟେଷ୍ଟ ଦଳରେ ମଧ୍ୟ ଯୁବ ଖେଳାଳିମାନଙ୍କୁ କ୍ରମାଗତ ଭାବେ ସୁଯୋଗ ଦିଆଯାଉଛି। ଏହି ସମୟରେ ଗଣମାଧ୍ୟମର ରିପୋର୍ଟରେ ଦାବି କରାଯାଇଛି ଯେ, ରୋହିତ ଶର୍ମା ୨୦୨୭ ଦିନିକିଆ ବିଶ୍ୱକପ ଯୋଜନାର ଅଂଶବିଶେଷ ନାହାନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ରୋହିତ ନୁହନ୍ତି, ଟିମ ଇଣ୍ଡିଆର ଅନେକ ଅଭିଜ୍ଞ ଖେଳାଳି ମଧ୍ୟ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି ଏବଂ ଆଗାମୀ ଦିନରେ ଯେକୌଣସି ସମୟରେ ସନ୍ନ୍ୟାସ ଘୋଷଣା କରିପାରନ୍ତି।

ରୋହିତ ଶର୍ମା: ଟି-୨୦ ଅନ୍ତର୍ଜାତୀୟକୁ ଅଲବିଦା କହିସାରିଥିବା ରୋହିତ ଶର୍ମାଙ୍କ ଦିନିକିଆ ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତାମାନେ ଏବେ ଭବିଷ୍ୟତର ଦଳ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳି ସ୍ଥିତିରେ ରୋହିତ ମଧ୍ୟ ଖୁବଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟକୁ ବାଏ-ବାଏ କହିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ବିରାଟ କୋହଲି: ବିରାଟ କୋହଲି ପୂର୍ବରୁ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ଯଦିଓ ଦିନିକିଆରେ ତାଙ୍କ ପ୍ରଦର୍ଶନ ଏବେ ବି ଦମଦାର ରହିଛି, ତଥାପି ଦଳ ପରିଚାଳନା (ଟିମ ମ୍ୟାନେଜମେଣ୍ଟ) ଯୁବ ଖେଳାଳିମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ଆଗକୁ ବଢ଼ୁଛି। ଏହି କାରଣରୁ ତାଙ୍କ ଭବିଷ୍ୟତକୁ ନେଇ ମଧ୍ୟ କ୍ରମାଗତ ଭାବେ କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ମହମ୍ମଦ ଶାମି: ଆଘାତ ସମସ୍ୟା ଦେଇ ଗତି କରୁଥିବା ମହମ୍ମଦ ଶାମିଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ସହଜ ମନେହେଉ ନାହିଁ। ଦ୍ରୁତ ବୋଲିଂରେ ଅନେକ ଯୁବ ଖେଳାଳି ନିଜର ଦାବିଦାରୀ ମଜବୁତ କରିସାରିଛନ୍ତି। ତେଣୁ ଶାମି ମଧ୍ୟ ଖୁବଶୀଘ୍ର କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି।

ଭୁବନେଶ୍ୱର କୁମାର: ଦିନେ ଭାରତର ସବୁଠାରୁ ଭରସାଯୋଗ୍ୟ ସୁଇଂ ବୋଲର ଥିବା ଭୁବନେଶ୍ୱର କୁମାର ଦୀର୍ଘ ସମୟ ଧରି ଜାତୀୟ ଦଳରୁ ବାହାରେ ଅଛନ୍ତି। ଚୟନକର୍ତ୍ତାମାନେ ଏବେ ଯୁବ ଦ୍ରୁତ ବୋଲରମାନଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିବା ସମ୍ଭାବନା ଦେଖାଦେଇଛି।

ରବୀନ୍ଦ୍ର ଜାଡେଜା: ଟି-୨୦ ବିଶ୍ୱକପ ୨୦୨୪ ପରେ ଜାଡେଜା ସବୁଠାରୁ ଛୋଟ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ। ଏବେ ଦିନିକିଆ ଏବଂ ଟେଷ୍ଟରେ ମଧ୍ୟ ଯୁବ ଅଲରାଉଣ୍ଡରମାନଙ୍କୁ କ୍ରମାଗତ ଭାବେ ସୁଯୋଗ ମିଳୁଛି। ଏହି କାରଣରୁ ଜାଡେଜା ମଧ୍ୟ ଆଗାମୀ ଦିନରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିପାରନ୍ତି ବୋଲି ବିଶ୍ୱାସ କରାଯାଉଛି।

ଈଶାନ୍ତ ଶର୍ମା: ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଦୀର୍ଘ ସମୟ ହେବ ଭାରତୀୟ ଦଳରୁ ବାହାରେ ଅଛନ୍ତି। ଘରୋଇ କ୍ରିକେଟରେ ସକ୍ରିୟ ଥିଲେ ମଧ୍ୟ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭାବନା ଅତ୍ୟନ୍ତ କମ୍‌ ମନେହେଉଛି। ଏଭଳି ପରିସ୍ଥିତିରେ ସେ ମଧ୍ୟ ଖୁବଶୀଘ୍ର ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ଆନୁଷ୍ଠାନିକ ଭାବେ ପୂର୍ଣ୍ଣଛେଦ ପକାଇପାରନ୍ତି ବୋଲି ଆଶା କରାଯାଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ

ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି…

ରୋହିତ-ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଜାନୁଆରୀ ୨୦୨୭ରେ ଟିମ ଇଣ୍ଡିଆ…

ନୂଆଦିଲ୍ଲୀ,୬।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁ ଦୁଇଥର ସିରିଜ ବାତିଲ ହୋଇଛି। ସେପ୍ଟେମ୍ବରରେ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା,…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ସୁସ୍ଥ, ସୁନ୍ଦର ଜୀବନ ପାଇଁ ପରିବେଶ ସୁରକ୍ଷା ଜରୁରୀ

ଜୀବନକୁ ସୁସ୍ଥ ଓ ସୁନ୍ଦର କରିବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶିଳ୍ପାନୁଷ୍ଠାନ ତିଆରି ପାଇଁ ଲକ୍ଷ ଲକ୍ଷ ଗଛ କାଟିବାକୁ…

କିଏ ସେହି ଗୌରିକା, ଯିଏ ଚାହୁଁଛନ୍ତି ଅର୍ଜୁନ ତେନ୍ଦୁଲକର ଚଳିତବର୍ଷ ଯାଆଁଳା ଶିଶୁଙ୍କ ହୁଅନ୍ତୁ ପିତା

ନୂଆଦିଲ୍ଲୀ,୬।୧୧: କ୍ରିକେଟ ଜଗତରେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ନିକଟରେ ସାରାଙ୍କ…

ସୋସିଆଲ ମିଡିଆରେ ବଡ଼ ସଙ୍କେତ ଦେଲେ ବୈଭବ ସୂର୍ଯ୍ୟବଂଶୀ, ଲେଖିଲେ ଏମିତି, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି T20I ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ବୈଭବ ସୂର୍ଯ୍ୟବଂଶୀ। ତେବେ ଚମତ୍କାର ଫର୍ମରେ ଥିବା ବୈଭବ ୨୦୨୬ରେ କ୍ରମାଗତ ଭାବେ…

ମାତ୍ର ୧୫ ଟଙ୍କାରେ ଜିଓର ଅନ୍‌ଲିମିଟେଡ୍‌ ୫ଜି ଡାଟା ପ୍ୟାକ୍‌, ଚାଲିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌!

ଭୁବନେଶ୍ୱର,୬।୧୧: ରିଲାଏନ୍ସ ଜିଓ ୧୫ ଟଙ୍କାରେ ଏକ ଅନ୍‌ଲିମିଟେଡ୍‌ ୫ଜି ଡାଟା ପ୍ୟାକ୍‌ ଆରମ୍ଭ କରିଛି । ଏହି ପ୍ୟାକ୍‌ର ବୈଧତା ୨୪ ଘଣ୍ଟା ରହିଛି, ଯାହା…

ବିଜୟ ଯେଉଁଠି, ତ୍ରିଷା ସେଇଠି: ହାଇପ୍ରୋଫାଇଲ ବିବାହ ରିସେପ୍ସନରେ ଚର୍ଚ୍ଚାରେ ଷ୍ଟାର ଯୋଡ଼ି

ଚେନ୍ନାଇ,୬।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ ହାଇପ୍ରୋଫାଇଲ ବିବାହ…

ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?