କୌଣସି ବିଳାସପୂର୍ଣ୍ଣ ଘରଠାରୁ କମ୍‌ ନୁହେଁ ସଲମାନ୍‌ଙ୍କ ଭ୍ୟାନିଟି ଭ୍ୟାନ୍‌: ଏସବୁ ଫଟୋ ତାର ପ୍ରମାଣ

ବମ୍ବେ: ଭାରତୀୟ ସିନେମାର ଜଣେ ଦିଗ୍ଗଜ କଳାକାର ହେଲେ ସଲମାନ୍‌ ଖାନ। ଆଜି ବି ବଲିଉଡ୍‌ରେ ତାଙ୍କର ଦବ୍‌ଦବା ଜାରି ରହିଛି। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ଏପରିକି କିଛି ଫିଲ୍ମର ପ୍ରଥମ ଶୋ’ ହାଉସ୍‌ଫୁଲ ହେବାର ନଜିର ରହିଛି।

ମୁମ୍ବାଇର ଗାଲାକ୍ସି ଆପାଟମେଣ୍ଟରେ ରହୁଛନ୍ତି ଭାଇଜାନ। ପନଓ୍ବେଲରେ ମଧ୍ୟ ତାଙ୍କର ସୁନ୍ଦର ଫାର୍ମହାଉସ୍‌ ରହିଛି। ଏହାଛଡ଼ା ସଲମାନଙ୍କ ପାଖରେ ଆଉ ଏକ ମହଙ୍ଗା ଜିିନିଷ ରହିଛି, ଯାହା ତାଙ୍କର ବିଳାସପୂର୍ଣ୍ଣ ଜୀବନର ପ୍ରମାଣ। ସେଇଟି ହେଲା ତାଙ୍କ ଭ୍ୟାନିଟି ଭ୍ୟାନ।

ଜଣେ କଳାକାରଙ୍କ ପାଇଁ ଭ୍ୟାନିଟି ଭ୍ୟାନ ଏକ ଛୋଟ ଘର ପରି। ଏହି କ୍ରମରେ ଦବଙ୍ଗ ଖାନ୍‌ଙ୍କ ଭ୍ୟାନିଟି ଭ୍ୟାନ ବଲିଉଡର ସବୁଠାରୁ ସୁନ୍ଦର ଭ୍ୟାନ ମଧ୍ୟରୁ ଅନ୍ୟତମ। ଏ୍‌ଥିରେ ସୋଫା ସେଟ୍‌ରୁ ଆରମ୍ଭ କରି ପ୍ରଶସ୍ତ ଟିଭି, ଓ୍ବାଶରୁମ୍‌, ଡବଲ୍‌ ବେଡ୍‌ ପ୍ରମୁଖ ରହିଛି। ଭ୍ୟାନ୍‌ ଭିତର ଗୋଟିଏ ପଟେ ଲାଗିଥିବା ସୁନ୍ଦର ପେଣ୍ଟିଂ ଏହାକୁ ଅଧିକ ସୁନ୍ଦର କରୁଛି। ସଲମାନଙ୍କ ଏକ ବଡ଼ ଫଟୋ ଭ୍ୟାନ୍‌ର ଲିଭିଂ ରୁମ୍‌ରେ ରହିଛି। ଏସବୁ ଅନ୍ୟ କେହି ଦେଖିଲେ ତାକୁ ଛୋଟ ଆପାର୍ଟମେଣ୍ଟ ଭଳି ମନେ ହେବ।

ତେବେ ସଲମାନଙ୍କ ପାଖରେ ଘର ଓ ଭ୍ୟାନ୍‌ ଛଡ଼ା ଅନେକ ଦାମୀ କାର ଏବଂ ପ୍ରପର୍ଟି ରହିଛି। ଏବେ ସେ ନିଜର ଆଗାମୀ ଫିଲ୍ମ ରାଧେ ଏବଂ ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇର ଶୁଟିଂ କରୁଛନ୍ତି। ତତ୍‌ସହିତ ସେ ବିଗ୍‌ବସ୍‌-୧୪ରେ ମଧ୍ୟ ନଜର ଆସିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଜାହ୍ନବୀ

ବମ୍ବେ: ଅଭିନେତା ଇଶାନ୍‌ ଖଟ୍ଟରଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ଆଜିକାଲି ଚର୍ଚ୍ଚାରେ। ଏହା ପଛରେ କାରଣ...

ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ

ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି...

‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର୍‌କୁ ନେଇ ହଙ୍ଗାମା

ବଲିଉଡ୍‌ ଅଭିନେତ୍ରୀ ରିଚା ଚଢାଙ୍କ ଆଗାମୀ ଫିଲ୍ମ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଛି। ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ରିଚାଙ୍କ ଅଭିନୟଠାରୁ...

ସୁଶାନ୍ତଙ୍କ ଆତ୍ମହତ୍ୟାର ହେବ ନାହିଁ ସିବିଆଇ ଯାଞ୍ଚ୍‌: ସୁପ୍ରିମ୍‌କୋର୍ଟ

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ହେଉବୋଲି...

ମାର୍କେଟ ନେଉଛି ‘ଗର୍ଲଫ୍ରେଣ୍ଡ୍‌’

ହରିୟାଣାର ପ୍ରସିଦ୍ଧ ଗାୟକ ଅରବିନ୍ଦ ଜାଙ୍ଗିଡଙ୍କ ଏକ ନୂଆ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ଏହି ଗୀତର ଟାଇଟଲ ହେଉଛି ‘ଗର୍ଲଫ୍ରେଣ୍ଡ’। ଅରବିନ୍ଦଙ୍କ ଦ୍ୱାରା...

ଲକ୍‌ଡାଉନ୍‌ରେ ଘରୁ ବାହାରିବା କେତେ ବିପଦଜ୍ଜନକ: ଶର୍ଟ ଫିଲ୍ମ ଜରିଆରେ ଲୋକଙ୍କୁ ସୂଚିତ କଲେ ଭାଇଜାନ

ମୁମ୍ବାଇ: କରୋନା ଭାଇରସ୍‌କୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ...

ଆଈ ହେଲେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଆଈ ହୋଇଛନ୍ତି। ତାଙ୍କ ପାଳିତ କନ୍ୟା ଛାୟା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ରବିନା ଖୁସି...

ଜୀବିତ ରହିବା ପାଇଁ ପ୍ରତି ୮ ଘଣ୍ଟାରେ ଥରେ ସୁସ୍ମିତାଙ୍କୁ କରିବାକୁ ପଡ଼ୁଥିଲା ଏହି କାମ

ବଲିଉଡ୍‌ ନିର୍ଦ୍ଦେଶକ ପଙ୍କଜ ପରଶରଙ୍କ ଫିଲ୍ମ ‘ତୁମ୍‌କୋ ନା ଭୁଲ୍‌ ପାଏଙ୍ଗେ’ ରିଲିଜ୍‌କୁ ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ଫିଲ୍ମ ୨୨ ଫେବୃୟାରୀ, ୨୦୦୨ରେ ରିଲିଜ୍‌...

Play 250+ Trending Games
Archives

Model This Week

Why Dharitri