ଗିରଫ ପରେ ହାଇକୋର୍ଟ ଗଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ମିଳିବ କି ନାହିଁ ଜାମିନ

ହାଇଦ୍ରାବାଦ,୧୩।୧୨: ପୁଷ୍ପା-୨ ପ୍ରିମିୟର ସମୟରେ ସନ୍ଧ୍ୟା ଥିଏଟର ନିକଟରେ ହୋଇଥିବା ଦଳାଚକଟାରେ ମହିଳା ମୃତ୍ୟୁ ବରଣ କରିବା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୋଲିସ। ବର୍ତ୍ତମାନ ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଯାଇଛନ୍ତି ଅଲ୍ଲୁ। ମାମଲାରେ ଜରୁରୀ ଶୁଣାଣି ପାଇଁ ସେ ଆବେଦନ କରିଛନ୍ତି। ସେପଟେ ତାଙ୍କୁ ଗିରଫ କରାଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ହସ୍ପିଟାଲ ନିଆଯାଇଛି, ଯେଉଁଠାରେ କିଛି ସମୟ ପରେ ଅଲ୍ଲୁଙ୍କ ମେଡିକାଲ ଯାଞ୍ଚ ହେବ।

ସୂଚନାଯୋଗ୍ୟ ଡିସେମ୍ବର ୪ ରେ ଏହି ଘଟଣା ଘଟିଥିଲା ​​ଯେତେବେଳେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା। ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା।

ଅଭିଯୋଗ ଅନୁଯାୟୀ ଅଲୁ ଅର୍ଜୁନ ସ୍କ୍ରିନିଂ ପାଇଁ ଆସିବେ ବୋଲି ପୋଲିସକୁ ଅବଗତ କରାଯାଇ ନଥିଲା। ଥିଏଟର ମ୍ୟାନେଜମେଣ୍ଟ କିନ୍ତୁ ଏବିଷୟରେ ବିଷୟରେ ଅବଗତ ଥିଲେ। ପୋଲିସ ପାଖରେ ସୂଚନା ଥିଲେ ହୁଏତ ଅଧିକ ସୁରକ୍ଷା ବ୍ୟବସ୍ଥା ସହିତ ଭିଡକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଥାନ୍ତେ। ଏହାବାଦ କେବଳ ମୁଖ୍ୟ ପ୍ରବେଶ ପଥକୁ ଛାଡିଦେଲେ ଥିଏଟର ସେଠାରେ ଦର୍ଶକଙ୍କ ପାଇଁ କୌଣସି ପୃଥକ ପ୍ରବେଶ କିମ୍ବା ପ୍ରସ୍ଥାନ ନଥିଲା। ତେଣୁ ଥିଏଟରରେ ପହଞ୍ଚିଥିବା ବହୁ ଜନସମାଗମ ଏବଂ ସୁରକ୍ଷା ଅଭାବରୁ ଏକ ଦଳାଚକଟା ସ୍ଥିତି ଉପୁଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri