
ହାଇଦ୍ରାବାଦ,୧୩।୧୨: କର୍ଣ୍ଣାଟକ ହାଇକୋର୍ଟ ରେଣୁକାସ୍ବାମୀ ହତ୍ୟା ମାମଲାରେ ଅଭିଯୁକ୍ତ ଅଭିନେତା ଦର୍ଶନ, ପାଭିତ୍ରା ଗୌଡାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ବିଚାରପତି ଏସ. ବିଶ୍ୱନାଥ ସେଟ୍ଟୀ ଏହି ଜାମିନ ମଂଜୁର କରିଛନ୍ତି। ପୂର୍ବରୁ ତଳ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତମାନେ ହାଇକୋର୍ଟର କବାଟ ବାଡେଇଥିଲେ। ଏହାପରେ କର୍ଣ୍ଣାଟକର ହାଇକୋର୍ଟ ଶୁକ୍ରବାର ରେଣୁକାଶ୍ୱାମି ଅପହରଣ, ନିର୍ଯାତନା ଏବଂ ହତ୍ୟା ମାମଲାରେ ଅଭିନେତା ଦର୍ଶନ ଏବଂ ପାଭିଥ୍ରା ଗୌଡାଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଚିତ୍ରଦୁର୍ଗାସ୍ଥିତ ଏକ ମେଡିକାଲ ଦୋକାନରେ ନିୟୋଜିତ ରେଣୁକାସ୍ବାମୀଙ୍କୁ ଜୁନ୍ ୨ ରେ ବେଙ୍ଗାଲୁରୁର ଆର.ଆର ନାଗରସ୍ଥିତ ପାଟାନାଗେରେ ଏକ ଶେଡରେ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପରଦିନ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ସୁରକ୍ଷା କର୍ମୀ ମୃତଦେହକୁ ଦେଖିଥିଲେ।
ମାମଲାରେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ଅଭିଯୁକ୍ତମାନେ ମୃତ ଶରୀରକୁ ନଷ୍ଟ କରିବାକୁ ଉଦ୍ଦ୍ୟମ କରିଥିଲେ। ଖବର ଅନୁଯାୟୀ ଦର୍ଶନ କିଛି ଲୋକଙ୍କୁ ଏଥିପାଇଁ ନିଯୁକ୍ତ କରିଥିଲେ।