ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍‌ମାଲିକ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବେ କେନ୍ଦୁଝର ସହର ରହିଛି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବଫର ଜୋନ୍‌ ବିବେଚନା କରାଯାଇଛି। କେନ୍ଦୁଝର ସହର ଏହି ଜୋନ୍‌ରେ ରହିଛି। ଏଥିପାଇଁ କେନ୍ଦୁଝର ଅଞ୍ଚଳର ଟ୍ରକ୍‌ ମାଲିକମାନଙ୍କୁ ଅଗ୍ରାଧିକାର ଭିଭିରେ ଟ୍ରକ୍‌ ଲୋଡିଂ ଦେବା ପାଇଁ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦେବା ସହ ଏହାର କପି ଏସ୍‌ପି ଓ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘଙ୍କୁ ଦେଇଛନ୍ତି। ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଜୀବନ ପ୍ରତିମୁହୂର୍ତ୍ତରେ ବିପଦ ଘନେଇ ରହୁଛି। ଧୂଳିଧୂଆଁ ପ୍ରଦୂଷଣ ସାଙ୍ଗକୁ ଦୁର୍ଘଟଣା ତଥା ଯାତାୟାତର ସମସ୍ୟା ଭୋଗୁଛନ୍ତି। ସ୍କୁଲ ପିଲାମାନଙ୍କର ପାଠପଢ଼ାରେ ବ୍ୟାହତ, ରୋଗୀ ହସ୍ପିଟାଲ ଯିବାରେ ବ୍ୟାହତ ହେଉଥିବା ଟ୍ରକ୍‌ମାଲିକ ଦିଲ୍ଲୀପ ପଣ୍ଡା କହିଛନ୍ତି। ସରକାରଙ୍କର ଏମ୍‌ଏମ୍‌ଡିଆର୍‌ ଆକ୍ଟ ଅନୁଯାୟୀ ଯାହା ସୁବିଧା ସୁଯୋଗ ମିଳିବା କଥା ତାହା ପାଇବାରୁ ବଞ୍ଚିତ ଏହି ଅଞ୍ଚଳର ବାସିନ୍ଦା ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏପଟେ ଚାଷବାସ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାବେଳେ ଅନ୍ୟ କୌଣସି ରୋଜଗାର ପନ୍ଥା ମଧ୍ୟ ନାହିଁ । ଏଣୁ ଏହି ଅଞ୍ଚଳରେ ଲୋକମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଟ୍ରକ୍‌ ବ୍ୟାପାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ଟ୍ରକ୍‌ ବ୍ୟବସାୟ ଦ୍ବାରା କେନ୍ଦୁଝର ଟାଉନର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷାଧିକ ଲୋକ ନିର୍ଭର କରୁଥିବାରୁ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଇ ପଦକ୍ଷେପ ନେବାକୁ ଗିଟୁ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ବାଲିଗୁଡ଼ା,୨୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): ୧୯୩୬ ଅପ୍ରିଲ ୧ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଉକ୍ତ ଦିବସକୁ ଉତ୍କଳ ଦିବସ ଭାବେ ଓଡ଼ିଶାର...

ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ…

ବାଲେଶ୍ବର,୨୪।୩: ବାଲେଶ୍ବର ଜିଲା ସିମୁଳିଆ ଥାନା ବାଟି ପଞ୍ଚାୟତ ବଣଗଢ଼ିଆ ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଗାଁର ଆନନ୍ଦ ବେହେରାଙ୍କ ଘରେ ୫ଜଣ...

କଣ୍ଟିଲୋରେ ରାଷ୍ଟ୍ରପତି

ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ନ ହେଲେ…

ବରଗଡ଼,୨୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରମ ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ରୁ ଦାବି ଜୋର୍‌ ଧରି ଆସିଛି।...

ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ...

ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍‌ଅପ୍‌ ଯିବା ସମୟରେ…

ମାଲକାନଗିରି,୨୪ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍‌ ଜାତୀୟ ରାଜପଥରେ ମାଓବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ବିଜାପୁର ଗୋର୍ଲା ନାଲା ନିକଟରେ...

ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର

ଦାରିଙ୍ଗବାଡ଼ି,୨୪ା୩(ଅରୁଣ ସାହୁ): ଶଙ୍କରଙ୍କ ଦର୍ଶନ ପାଇଁ ଶଙ୍କର ବାହାରିଛନ୍ତି ସେ ବି ସାଇକଲରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri