ବ୍ୟାଙ୍କ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା, ହିତାଧିକାରୀ ହଟହଟା

ନାଉଗାଁ,୨୮।୪(ସ୍ବ.ପ୍ର.): ଭତ୍ତା ଟଙ୍କା ପ୍ରଦାନରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ସରକାରଙ୍କ ତରଫରୁ ସିଧାସଳଖ ଅନଲାଇନ ମାଧ୍ୟମରେ ଟଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ଅନେକ ହିତାଧିକାରୀ ଉକ୍ତ ଭତ୍ତା ଟଙ୍କା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।
ନାଉଗାଁ ବ୍ଲକର ୧୬ ପଞ୍ଚାୟତରେ ୫,୮୦୫ ହିତାଧିକାରୀ ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ ହୋଇଥିବାବେଳେ ୪,୪୬୦ ଜଣ ଜାତୀୟ ସୁରକ୍ଷା ପେନ୍‌ସନ ଯୋଜନାରେ ସାମିଲ ହୋଇଛନ୍ତି। ବ୍ଲକ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କ ଆଧାରକୁ ଭିତ୍ତି କରି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି। ଏପରିକି ଜଣେ ହିତାଧିଙ୍କ ଏକାଧିକ ଆକାଉଣ୍ଟ ନମ୍ବର ରହିଥିବାବେଳେ ପୋଷ୍ଟାଲରେ ମଧ୍ୟ ଏକାଉଣ୍ଟ ରହିଛି। ତେଣୁ ହିତାଧିକାରୀଙ୍କ ଯେଉଁ ଜମା ଖାତା ଆଧାରରେ ଲିଙ୍କ ରହିଛି, ସେହି ଜମା ଖାତାକୁ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି। ସେହିପରି ଗତ ମାର୍ଚ୍ଚରେ ଜାତୀୟ ସୁରକ୍ଷା ଭତ୍ତା ପେନ୍‌ସନ ଯୋଜନାରେ ଶତପ୍ରତିଶତ ହିତାଧିକାରୀ ଭତ୍ତା ପାଇଥିବାବେଳେ ମଧୁବାବୁ ପେନ୍‌ସନ ଯୋଜନାରେ ୫,୮୦୫ରୁ ଏଯାବତ୍‌ ମାତ୍ର ୨୯୯୦ ଜଣଙ୍କ ଖାତାକୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ଅପରପକ୍ଷେ ହିତାଧିକାରୀଙ୍କ ଅଭିଯୋଗ ମୁତାବକ କେଉଁଠି ସେମାନେ ଦୀର୍ଘ ୧୦ ମାସ ହେବ ଭତ୍ତା ପାଇ ନ ଥିବା ବେଳେ ଆଉ କେଉଁଠି ୭୦୦ ଟଙ୍କା ପରିବର୍ତ୍ତେ କେବଳ ୫୦୦ ପ୍ରଦାନ କରାଯାଇଛି। ଫଳରେ ହିତାଧିକାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଗଳଦାରୀ ପଞ୍ଚାୟତର ପ୍ରମିଳା ସ୍ବାଇଁ ଦୀର୍ଘଦିନ ହେବ ଭତ୍ତା ପାଇ ନ ଥିବାରୁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ପ୍ରକାଶ କରିଛନ୍ତି।
ସେହିପରି ଶିଖର ପଞ୍ଚାୟତର ଲତିକା ବିଶ୍ୱାଳ ୭୦୦ ଟଙ୍କା ଭତ୍ତା ପାଉଥିବାବେଳେ ଜମାଖାତାକୁ ୫୦୦ ଟଙ୍କା ଆସୁଥିବା କହିିଛନ୍ତି। ଏନେଇ ସେ ଅଭିଯୋଗ କରିବା ପରେ ୨ ମାସର ବଳକା ୪୦୦ ଟଙ୍କା ବ୍ଲକ କାର୍ଯ୍ୟାଳୟକୁ ଆସି ହାତରେ ନେଇଥିବା କହିଛନ୍ତି। ସେହିପରି ରୋହିଆ ପଞ୍ଚାୟତର ଅର୍ଜୁନ ସ୍ବାଇଁ ଓ ସୀତା ସ୍ବାଇଁ ଉଭୟଙ୍କୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ୫ ଶହ ଟଙ୍କା ଭତ୍ତା ପାଉଥିବା ପ୍ରକାଶ କରିଛନ୍ତି। ତିରୁଣ ପଞ୍ଚାୟତ ତେଣ୍ଟୋଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ଝରି ଦାସ ଜଣେ ପକ୍ଷାଘାତ ରୋଗୀ ହୋଇଥିବା ବେଳେ ଦୀର୍ଘ ୧୦ ମାସ ହେବ ଭତ୍ତା ପାଇନାହାନ୍ତି ବୋଲି କହିଛନ୍ତି। ଏନେଇ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି। କିନ୍ତୁ ବ୍ଲକ କାର୍ଯ୍ୟାଳୟରେ ଉଭୟଙ୍କ ଜମାଖାତାକୁ ପ୍ରତି ମାସରେ ଭତ୍ତା ଅର୍ଥ ପ୍ରଦାନ କରାଯାଉଥିବା ଦର୍ଶାଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଭତ୍ତା ହିତାଧିକାରୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏ ବିଷୟରେ ବ୍ଲକ ବିଏସ୍‌ଏସ୍‌ଓ ଜୟକୃଷ୍ଣ ସ୍ବାଇଁ କହିଛନ୍ତି, ଅନଲାଇନ ମାଧ୍ୟମରେ ଭତ୍ତା ଟଙ୍କା ସିଧାସଳଖ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ବହୁ ହିତାଧିକାରୀ ଶୂନ୍‌ ବାଲାନ୍ସରେ ବିଭିନ୍ନ ବ୍ୟାଙ୍କରେ ଜମାଖାତା ଖୋଲିଛନ୍ତି। ଖାତାରେ ଟ୍ରାଞ୍ଜାକ୍ସନ ନ ଥିବାରୁ ଏହା ବନ୍ଦ ହୋଇଗଲାଣି। କିନ୍ତୁ ହିତାଧିକାରୀଙ୍କ ଆଧାର ନମ୍ବର ଉକ୍ତ ଖାତାରେ ରହିଥିବାରୁ ଏହାକୁ ବେଶ କରି ଭତ୍ତା ପ୍ରଦାନ କରାଯାଉଛି। ତାହା ସେମାନଙ୍କ ଜମାଖାତାକୁ ଯାଉଛି। ଅନେକ ହିତାଧିକାରୀଙ୍କ ଏକାଧିକ ଖାତା ରହିଛି। ତେଣୁ କେଉଁ ଖାତାକୁ ଭତ୍ତା ଯାଉଛି ସେମାନେ ଆଧାର ଆଣି ବ୍ଲକ କାର୍ଯ୍ୟାଳୟରେ ଦେଖିପାରିବେ। ଯଦି ଭତ୍ତା ଆସି ନ ଥିବ ପୁନର୍ବାର ଆବଶ୍ୟକ କାଗଜପତ୍ର ପ୍ରଦାନ କରି ଏହାକୁ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବ। ଯେହେତୁ ଅନଲାଇନ ମାଧ୍ୟମରେ ପ୍ରଥମ କରି ଭତ୍ତା ପ୍ରଦାନ କରାଯାଉଛି ପ୍ରଥମେ ଅନେକ ଭୁଲ୍‌ ରହୁଛି । ତେଣୁ ହିତାଧିକାରୀମାନେ ବ୍ୟସ୍ତ ନ ହୋଇ କାର୍ଯ୍ୟାଳୟକୁ ଆସି ସଂଶୋଧନ କରିପାରିବେ ବୋଲ ସ୍ବାଇଁ ମତବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri