ଭଉଣୀଙ୍କ ମିଳୁନି ପତ୍ତା: ମାରିଦେଇଥିବା ଅଭିଯୋଗ ଆଣିଲେ ଭାଇ

ଝାରସୁଗୁଡ଼ା ଅଫିସ,୧୪।୭: ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା କତରବଗା ଗ୍ରାମର ଗୌର ପ୍ରଧାନଙ୍କ ସ୍ତ୍ରୀ ଗୀତାଞ୍ଜଳି (୩୮) ଗତ ୩୦ତାରିଖରୁ ନିଖୋଜ ହୋଇଯାଇଛନ୍ତି। ଘଟଣାକୁ ୧୫ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳପାରି ନାହିଁ। ଏ ନେଇ ମହିଳାଙ୍କ ଭାଇ ଲକ୍ଷ୍ମଣ ସାହୁ ଗତ ୫ତାରିଖରେ ରେଙ୍ଗାଲି ଥାନା ଓ ଗତ ୮ତାରିଖରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ତାଙ୍କ ଭଉଣୀଙ୍କୁ ଶାଶୁଘର ଲୋକେ ମାରିଦେଇଛନ୍ତି। ଦୋଷ ଲୁଚାଇବା ପାଇଁ ନିଖୋଜ ହୋଇଯାଇଥିବା ବାହାନା କରାଯାଉଛି। ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି। ରେଙ୍ଗାଲି ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଥାନା ଆଇଆଇସି କ୍ରେସେନସିଆ ସାମେରିଆ କହିଛନ୍ତି, ନିଖୋଜ ମହିଳାଙ୍କ ଶାଶୁଘର ଲୋକଙ୍କୁ ପଚରାଉଚରା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଉଛି। ଏହାସହ ମହିଳାଙ୍କ ସ୍ବାମୀଙ୍କ ମୋବାଇଲ୍‌ ସିଡିଆର୍‌ ଯାଞ୍ଚ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୬ରେ କତରବଗା ଗ୍ରାମର ଗୌରଙ୍କ ସହିତ ସୁନ୍ଦରଗଡ଼ ଜିଲା ହେମଗିରି ଥାନା ବୁଦେଲକାନୀ ଗ୍ରାମର ବିମ୍ବାଧର ସାହୁଙ୍କ ଝିଅ ଗୀତାଞ୍ଜଳିଙ୍କ ବିବାହ ହୋଇଥିଲା। ଗୀତାଞ୍ଜଳି ୫ବର୍ଷ ଶାଶୁଘରେ ଠିକ୍‌ରେ ଚଳିଥିଲେ। ପରେ ସନ୍ତାନସନ୍ତତି ନ ହେବାରୁ ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହାର ଚିକିତ୍ସା ପାଇଁ ବାପଘରୁ ଟଙ୍କା ଆଣିବାକୁ ଶାଶୁଘର ଲୋକେ ଗୀତାଞ୍ଜଳିଙ୍କ ଉପରେ ଚାପ ପକାଉଥିଲେ। ଏପରି କି ଗୌରଙ୍କୁ ଦ୍ୱିତୀୟ ବିବାହ ପାଇଁ ଯୋଜନା ଚଳାଇଥିଲେ। ଏ ନେଇ ଗୀତାଞ୍ଜଳି ଭାଇ ଲକ୍ଷ୍ମଣଙ୍କୁ ଅନେକଥର କହିଛନ୍ତି। ହେଲେ ଭାଇଙ୍କ ଆର୍ଥତ୍କ ଅବସ୍ଥା ଭଲ ନ ଥିବାରୁ ସେ ଭଉଣୀଙ୍କୁ ସହଯୋଗ କରିପାରି ନ ଥିଲେ। ଫଳରେ ଶାଶୁଘରେ ଭଉଣୀଙ୍କ ନିର୍ଯାତନା ବଢିଥିଲା ା ଏଭଳି ସ୍ଥିତିରେ ଗତ ୩୦ତାରିଖରୁ ଗୀତାଞ୍ଜଳି ନିଖୋଜ ହୋଇଯାଇଛନ୍ତି। ହେଲେ ଏ ନେଇ ଶାଶୁଘର ଲୋକେ ତାଙ୍କ ବାପ ଘରକୁ ଜଣାଇ ନ ଥିଲେ। ପରେ ନିଖୋଜ ଖବର ପାଇ ଲକ୍ଷ୍ମଣ ଭଉଣୀଘର କତରବଗା ଗ୍ରାମରେ ପହଞ୍ଚି ଥିଲେ। ଶାଶୁଘର ଲୋକେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଲକ୍ଷ୍ମଣ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା ବିଦ୍ୟୁତ୍‌ ଡିଭିଜନ : ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା; ୩ ଅଧିକାରୀ ନିଲମ୍ବିତ

ଧରିତ୍ରୀ ପ୍ରଭାବ ବାରିପଦା ଅଫିସ,୯।୮- ମୟୂରଭଞ୍ଜ ଜିଲା ବାରିପଦା ବିଦ୍ୟୁତ୍‌ ଡିଭିଜନରେ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ଜାଲ୍‌ ଚେକ୍‌ ଦେଇ ବିଭାଗକୁ ଠକିଥିବା...

କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୦ା୭(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରରେ ଖୁବ୍‌ଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିସହିତ ଏଠାରେ ଏକ ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ...

ରାଶନ କାର୍ଡ ଧରାଇ ଚୁପ୍‌ ବସିଛି ପ୍ରଶାସନ

ନାଉଗାଁ,୨୧ା୧(ସ୍ବ.ପ୍ର.): ମୃତ ଶ୍ୱଶୁର ଓ ଶାଶୁଙ୍କ ନାଁରେ ଖାଉଟି ସାମଗ୍ରୀ ଉଠାଯାଉଛି ବୋଲି ନାଉଗାଁ ବ୍ଲକ ଅଲଣା ପଞ୍ଚାୟତ ସଠଳପୁର ଗ୍ରାମର କୁଇନି ରାଉତ ବିଡିଓଙ୍କ...

ନାଁକୁ ମଳମୁକ୍ତ ଗ୍ରାମ

ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ପ୍ରତି ଘରେ ପାଇଖାନା ନିର୍ମାଣ ସହ ଏହାର ବ୍ୟବହାର ପାଇଁ ଜିଲା ଜଳ ଓ ପରିମଳ ମିଶନ ଲୋକଙ୍କୁ...

ନବରଙ୍ଗପୁର, ଉମରକୋଟ ସହରରେ ଲକ୍‌ଡାଉନ୍‌: ୨୯ ପର୍ଯ୍ୟନ୍ତ ଏହା ଜାରି ରହିବ

ନବରଙ୍ଗପୁର,୨୩।୩(ବି.ପ୍ର.): ମହାମାରୀ କରୋନା ଭାଇରସ୍‌ରୁ କିଭଳି ମୁକ୍ତି ମିଳିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଜନତା କର୍ଫ୍ୟୁ...

ଭଦ୍ରକ କଟସାହି ପଞ୍ଚାୟତର ୩ ୱାର୍ଡ ଆଜିଠାରୁ ଶଟ୍‌ଡାଉନ

ଧାମନଗର,୫।୮(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ସରପଞ୍ଚ ଅଞ୍ଜନା ଲେଙ୍କା ପଞ୍ଚାୟତର ୩ଟି ଓ୍ବାର୍ଡ ୧,୨,୩ କୁ...

ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ

ରେମୁଣା, ୨୩।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ଜଙ୍ଖରାଇ-ଚଷାଖଣ୍ଡ ନୋଡ଼ାଲ (ମଇ) ସ୍କୁଲରେ ମଙ୍ଗଳବାର ପିଲାମାନଙ୍କୁ ଦିଆଯାଇଥିବା ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ ବାହାରିବା ପରେ...

କେନ୍ଦୁଝରରେ ୫ ଦିନରେ କରୋନା ନେଲାଣି ୪ ଜୀବନ

କେନ୍ଦୁଝର,୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶନିବାର ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଗତ ୫...

Advertisement
Archives

Model This Week