ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ଯାଇଥିବା ଅଭିଯୋଗ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ, ୩।୧( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। କେହି ଜଣେ ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି। ଯାହା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋତା ପିନ୍ଧି ମନ୍ଦିରକୁ ଯାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ମିଳିଥିବା ଖବର ଅନୁସାରେ, ଶନିବାର ଜଣେ ପ୍ରତିହାରୀ ସେବକ ଶ୍ରୀମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ । ସେ ଅଭିଯୋଗ କରିଛନ୍ତି କି କେହି ବ୍ୟକ୍ତି ଜୋତା ପିନ୍ଧି ମନ୍ଦିରକୁ ପ୍ରବେଶ କରିଛି । ସେ ଜୋତାକୁ ଭଅଣ୍ଡ ଘର ବା ଭୋଗ ମଣ୍ଡପ ଦ୍ବାର ନିକଟରେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ସେଠାରେ ଜୋତା ରହିଥିବା ଦେଖିବା ମାତ୍ରେ ଜୋତାକୁ ହାତରେ ଧରି ବାହାରକୁ ଆଣିଛନ୍ତି। ତେବେ ଜୋତାଟି ମାଟିଆ ରଙ୍ଗର ହୋଇଥିବାରୁ ଜୋତାଟି ପୋଲିସର ହୋଇଥିବା ସାଧାରଣରେ ଅନୁମାନ କରାଯାଉଛି । ତେବେ ସିସିଟିଭି ଫୁଟେଜ ଦେଖି କିଏ ସେ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିର ମଧ୍ୟକୁ ଯାଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି । ତେବେ ଏତେ ସୁରକ୍ଷା ବଳୟ ଭେଦ କରି କିଏ କିପରି ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କଲା ଓ କେହି ଜାଣି ପାରିଲେ ନାହିଁ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ କବିସୂର୍ଯ୍ୟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…

୭ରୁ ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ, ଏଥର ମହିଳା ଆଇନଜୀବୀଙ୍କ ପାଇଁ ରହିଛି…

ଭଞ୍ଜନଗର,୫ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ ମାର୍ଚ୍ଚ ୨୮ରେ ହେବ। ଏଥିପାଇଁ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ସମୟ…

ଗାଁ ଯାତ୍ରା ଦେଖିବାକୁ ଭଉଣୀକୁ ଆଣିବା ପାଇଁ ଯାଇଥିଲେ ଭାଇ, ରାସ୍ତାରେ ଛକିଥିଲା ଯମ, ଘଟିଲା…

ପରଜଙ୍ଗ,୫ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର କୁମୁସିସ୍ଥିତ ମାଧିଆ ରଗୁଡ଼ି ପାଖରେ ଅନୁଗୋଳରୁ ପଣ୍ଡୁଆ ଯାଉଥିବା…

ନୀତୀଶଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଖେଳିବ ‘ସରପ୍ରାଇଜ କାର୍ଡ’, ଜାଣନ୍ତୁ ଏଥିରେ କିଏ ହେବେ ସାମିଲ

ନୂଆଦିଲ୍ଲୀ,୫।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱ ଘୋଷଣା ପରେ, ବିହାର ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେବା ନେଇ ଆଲୋଚନା ଜୋର ଧରିଛି।…

ଭୁଲ୍ ଚିକିତ୍ସା ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ, ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଦେହ କଳା…..

ବୌଦ୍ଧ,୫।୩( ଅଜିତ କୁମାର ବାରିକ): ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲାରୁ…

ଦିଗପହଣ୍ଡିରେ ନିର୍ମାଣ ହେବ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରି…

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ଚାଞ୍ଚଡ଼ାପଲ୍ଲୀ ଛକରେ ଶ୍ରୀଜଗନ୍ନାଥଙ୍କ ନୂଆ ମନ୍ଦିର ନିର୍ମାଣ ନିମନ୍ତେ ଚୈତ୍ର କୃଷ୍ଣପକ୍ଷ ଦ୍ୱିତୀୟା ଗୁରୁବାର ମଧ୍ୟାହ୍ନରେ ଭିତ୍ତିପ୍ରସ୍ତର…

ଆସିକା ଏମ୍‌ପିଙ୍କ ଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ, ଏହି ଅବସରରେ ଅଞ୍ଚଳର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମମାନଙ୍କୁ ଦିଆଗଲା…

ପୁରୁଷୋତ୍ତମପୁର,୫।୨ (ସବିତା ମିଶ୍ର) : ଯେଉଁ ମହାପୁରୁଷଙ୍କ ଲାଗି ଆଜି ଆାମେ ବ୍ରିଟିଶ କବଳରୁ ମୁକ୍ତହୋଇ ସ୍ବାଧିନ ଭାରତୀୟ ବୋଲି ଗର୍ବ କରୁଛେ ସେଭଳି ମହାନ ପୁରୁଷ…

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ମୋଦି, ଜାଣନ୍ତୁ କ’ଣ କହିଲେ..

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ଶୀଘ୍ର ଶେଷ ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri