ରତ୍ନଭଣ୍ଡାରରୁ ଚୋରି ଅଭିଯୋଗ

ପୁରୀ ଅଫିସ/ଭୁବନେଶ୍ୱର, (ବ୍ୟୁରୋ)୨୪।୨: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ବୁଧବାର ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଏକ ଅଭିଯୋଗପତ୍ର ଦେଇଛନ୍ତି। ରତ୍ନଭଣ୍ଡାରରୁ ଚୋରିକୁ ସେ ଦେଖିଛନ୍ତି ଓ ତଦନ୍ତ ସମୟରେ ପ୍ରମାଣ ମଧ୍ୟ ଦେଇପାରିବେ ବୋଲି ପ୍ରିୟଦର୍ଶନ ଦାବି କରିଛନ୍ତି। ସେହିପରି ଅଭିଯୋଗପତ୍ରରେ ୭ଟି ପ୍ରମୁଖ କାରଣ ଉଲ୍ଲେଖ କରିଛନ୍ତି, ଯାହାକି ରତ୍ନଭଣ୍ଡାରରୁ ଚୋରି ଆଶଙ୍କାକୁ ବଢ଼ାଉଥିବା ସେ ଯୁକ୍ତି ବାଢ଼ିଛନ୍ତି। ଫଳରେ ଏହି ଘଟଣାକୁ ନେଇ ପୁରୀ ସହରରେ ଚର୍ଚ୍ଚା ଜୋର ଧରିଛି।

ପ୍ରିୟଦର୍ଶନ ଅଭିଯୋଗ କରିଛନ୍ତି, ପ୍ରତି ୩ବର୍ଷରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ଗଣନା ହେବା କଥା। ମାତ୍ର ରାଜ୍ୟ ସରକାରଙ୍କ ଆଇନ ବିଭାଗ ସେଭଳି କରିନାହିଁ। ଶେଷ ଥର ପାଇଁ ୧୯୮୪-୮୫ରେ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ୧୯୭୮ରେ ରତ୍ନଅଳଙ୍କାର ଗଣନା କରାଯାଇଥିଲା। ଗତ ୪୪ ବର୍ଷ ଧରି ରତ୍ନ ଅଳଙ୍କାର ଗଣନା କରାଯାଇନାହିଁ। ସେହିଭଳି ୨୦୧୮ ଏପ୍ରିଲ ୪ରେ ୧୭ଜଣିଆ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ ଯାଇଥିଲେ ମଧ୍ୟ ଚାବିକାଠି ହଜିଥିବାରୁ ତାଲା ନ ଖୋଲି ଫେରିଆସିଥିଲେ। ସେମାନେ ପ୍ରଥମେ କହିଥିଲେ, ରତ୍ନଭଣ୍ଡାର ଭିତର ସ୍ଥିତି ଦୁର୍ବଳ, ଟର୍ଚ୍ଚ ପକାଇ ଯାଞ୍ଚ କରାଗଲା ଓ ଖୋଲିବାର ଆବଶ୍ୟକତା ପଡ଼ିଲା ନାହିଁ। ପରେ ଗଣମାଧ୍ୟମରେ ଘଟଣାକୁ ନେଇ ତୁମ୍ବିତୋଫାନ ହେବା ପରେ ସତ ସାମ୍ନାକୁ ଆସିଲା ଓ ଭିତର ରତ୍ନଭଣ୍ଡାର ଚାବି ହଜିଥିବା କଥା କୁହାଗଲା। ତେବେ ଚାବି ଯଦି ପାଖରେ ନ ଥିଲା ତେବେ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ପର୍ଯ୍ୟନ୍ତ କାହିଁକି ଗଲେ ବୋଲି ପ୍ରିୟଦର୍ଶନ ପ୍ରଶ୍ନ କରିଛନ୍ତି। ସେହିଭଳି ତତ୍କାଳୀନ ଜିଲାପାଳ ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ହୋଇଥିବା କଥା କହିଥିଲେ ମଧ୍ୟ ରାଜ୍ୟ ଆଇନ ମନ୍ତ୍ରୀ କହୁଛନ୍ତି, ରତ୍ନଭଣ୍ଡାର ସ୍ଥିତି ସୁରକ୍ଷିତ ରହିଛି। ଏଠାରେ ଜଗନ୍ନାଥପ୍ରେମୀ କାହା କଥାରେ ବିଶ୍ୱାସ କରିବେ। ଅନ୍ୟପକ୍ଷରେ ପୁରୀ ଟ୍ରେଜେରି ଅଫିସରେ ଚାବି ସମ୍ପର୍କିତ କୌଣସି ତଥ୍ୟ ୧୯୬୦ ମସିହା ପରଠାରୁ ନାହିଁ। ଏଭଳି ତଥ୍ୟ କିଭଳି ଭାବେ ଗ୍ରହଣୀୟ। ଯଦି ଏକଥା ସତ ବୋଲି ମାନି ନିଆଯାଏ, ତେବେ ୧୯୬୯, ୧୯୭୨, ୧୯୭୪, ୧୯୭୮, ୧୯୮୫ରେ ରତ୍ନଭଣ୍ଡାର ଖୋଲିବା ବେଳେ ଚାବି କେଉଁଠାରୁ ଆସିଥିଲା? ଏହାପରେ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଏକ ନକଲି ଚାବି ରେକର୍ଡ ରୁମ୍‌ରୁ ମିଳିଥିବା କଥା ପ୍ରକାଶ କଲେ। ମାତ୍ର ସେହି ଚାବିକୁ କାହାକୁ ଦେଖାଗଲା ନାହିଁ, କେବଳ ଏକ ବନ୍ଦ ଲଫାପା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଖାଇଦିଆଗଲା। ସବୁଠୁ ବଡ଼ କଥା, ଚାବି ହଜିବା ପରେ ରଘୁବୀର କମିଶନ ଗଠନ ହୋଇ ତଦନ୍ତ ଆରମ୍ଭ ହେଲା। ମାତ୍ର ରିପୋର୍ଟ ବିଧାନସଭାରେ ଦାଖଲ ହୋଇ ନ ପାରିବାରୁ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରୁନାହିଁ।

ପ୍ରିୟଦର୍ଶନ କହିଛନ୍ତି, ୨୦୦୯ ଫେବୃୟାରୀ ୧୪ ତାରିଖ ରାତ୍ରି ୧ଟା ୩୦ ବେଳେ ତାଙ୍କ ଆଖି ସାମ୍ନାରେ ରତ୍ନଭଣ୍ଡାରରୁ ଚୋରି ହୋଇଛି। ତାଙ୍କୁ ମିଶାଇ ୪ ଜଣ ରାତ୍ରପହୁଡ଼ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ବଡ଼ ବଡ଼ ପାଛିଆରେ ସୁନାମୁକୁଟ ନିଆଯାଉଥିଲା। ପୋଲିସ, ପ୍ରଶାସନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି କାର୍ଯ୍ୟ ଚାଲିଥିବାରୁ ଚୋରି ହେଉଥିବା ନେଇ ସେ ସମୟରେ ସନ୍ଦେହ ସୃଷ୍ଟି ହୋଇ ନ ଥିଲା। ସୁନା ଅଳଙ୍କାର କୁଆଡ଼େ ନିଆଯାଉଛି ବୋଲି ପଚାରିବାରେ ମରାମତି ହେବାକୁ ଯାଉଥିବା କୁହାଯାଇଥିଲା। ସିବିଆଇ ନିକଟରେ ସବୁ ବିସ୍ତୃତ ଭାବେ ଅଭିଯୋଗ କରିଛୁ। ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?