ରତ୍ନଭଣ୍ଡାରରୁ ଚୋରି ଅଭିଯୋଗ

ପୁରୀ ଅଫିସ/ଭୁବନେଶ୍ୱର, (ବ୍ୟୁରୋ)୨୪।୨: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ବୁଧବାର ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଏକ ଅଭିଯୋଗପତ୍ର ଦେଇଛନ୍ତି। ରତ୍ନଭଣ୍ଡାରରୁ ଚୋରିକୁ ସେ ଦେଖିଛନ୍ତି ଓ ତଦନ୍ତ ସମୟରେ ପ୍ରମାଣ ମଧ୍ୟ ଦେଇପାରିବେ ବୋଲି ପ୍ରିୟଦର୍ଶନ ଦାବି କରିଛନ୍ତି। ସେହିପରି ଅଭିଯୋଗପତ୍ରରେ ୭ଟି ପ୍ରମୁଖ କାରଣ ଉଲ୍ଲେଖ କରିଛନ୍ତି, ଯାହାକି ରତ୍ନଭଣ୍ଡାରରୁ ଚୋରି ଆଶଙ୍କାକୁ ବଢ଼ାଉଥିବା ସେ ଯୁକ୍ତି ବାଢ଼ିଛନ୍ତି। ଫଳରେ ଏହି ଘଟଣାକୁ ନେଇ ପୁରୀ ସହରରେ ଚର୍ଚ୍ଚା ଜୋର ଧରିଛି।

ପ୍ରିୟଦର୍ଶନ ଅଭିଯୋଗ କରିଛନ୍ତି, ପ୍ରତି ୩ବର୍ଷରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ଗଣନା ହେବା କଥା। ମାତ୍ର ରାଜ୍ୟ ସରକାରଙ୍କ ଆଇନ ବିଭାଗ ସେଭଳି କରିନାହିଁ। ଶେଷ ଥର ପାଇଁ ୧୯୮୪-୮୫ରେ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ୧୯୭୮ରେ ରତ୍ନଅଳଙ୍କାର ଗଣନା କରାଯାଇଥିଲା। ଗତ ୪୪ ବର୍ଷ ଧରି ରତ୍ନ ଅଳଙ୍କାର ଗଣନା କରାଯାଇନାହିଁ। ସେହିଭଳି ୨୦୧୮ ଏପ୍ରିଲ ୪ରେ ୧୭ଜଣିଆ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ ଯାଇଥିଲେ ମଧ୍ୟ ଚାବିକାଠି ହଜିଥିବାରୁ ତାଲା ନ ଖୋଲି ଫେରିଆସିଥିଲେ। ସେମାନେ ପ୍ରଥମେ କହିଥିଲେ, ରତ୍ନଭଣ୍ଡାର ଭିତର ସ୍ଥିତି ଦୁର୍ବଳ, ଟର୍ଚ୍ଚ ପକାଇ ଯାଞ୍ଚ କରାଗଲା ଓ ଖୋଲିବାର ଆବଶ୍ୟକତା ପଡ଼ିଲା ନାହିଁ। ପରେ ଗଣମାଧ୍ୟମରେ ଘଟଣାକୁ ନେଇ ତୁମ୍ବିତୋଫାନ ହେବା ପରେ ସତ ସାମ୍ନାକୁ ଆସିଲା ଓ ଭିତର ରତ୍ନଭଣ୍ଡାର ଚାବି ହଜିଥିବା କଥା କୁହାଗଲା। ତେବେ ଚାବି ଯଦି ପାଖରେ ନ ଥିଲା ତେବେ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ପର୍ଯ୍ୟନ୍ତ କାହିଁକି ଗଲେ ବୋଲି ପ୍ରିୟଦର୍ଶନ ପ୍ରଶ୍ନ କରିଛନ୍ତି। ସେହିଭଳି ତତ୍କାଳୀନ ଜିଲାପାଳ ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ହୋଇଥିବା କଥା କହିଥିଲେ ମଧ୍ୟ ରାଜ୍ୟ ଆଇନ ମନ୍ତ୍ରୀ କହୁଛନ୍ତି, ରତ୍ନଭଣ୍ଡାର ସ୍ଥିତି ସୁରକ୍ଷିତ ରହିଛି। ଏଠାରେ ଜଗନ୍ନାଥପ୍ରେମୀ କାହା କଥାରେ ବିଶ୍ୱାସ କରିବେ। ଅନ୍ୟପକ୍ଷରେ ପୁରୀ ଟ୍ରେଜେରି ଅଫିସରେ ଚାବି ସମ୍ପର୍କିତ କୌଣସି ତଥ୍ୟ ୧୯୬୦ ମସିହା ପରଠାରୁ ନାହିଁ। ଏଭଳି ତଥ୍ୟ କିଭଳି ଭାବେ ଗ୍ରହଣୀୟ। ଯଦି ଏକଥା ସତ ବୋଲି ମାନି ନିଆଯାଏ, ତେବେ ୧୯୬୯, ୧୯୭୨, ୧୯୭୪, ୧୯୭୮, ୧୯୮୫ରେ ରତ୍ନଭଣ୍ଡାର ଖୋଲିବା ବେଳେ ଚାବି କେଉଁଠାରୁ ଆସିଥିଲା? ଏହାପରେ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଏକ ନକଲି ଚାବି ରେକର୍ଡ ରୁମ୍‌ରୁ ମିଳିଥିବା କଥା ପ୍ରକାଶ କଲେ। ମାତ୍ର ସେହି ଚାବିକୁ କାହାକୁ ଦେଖାଗଲା ନାହିଁ, କେବଳ ଏକ ବନ୍ଦ ଲଫାପା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଖାଇଦିଆଗଲା। ସବୁଠୁ ବଡ଼ କଥା, ଚାବି ହଜିବା ପରେ ରଘୁବୀର କମିଶନ ଗଠନ ହୋଇ ତଦନ୍ତ ଆରମ୍ଭ ହେଲା। ମାତ୍ର ରିପୋର୍ଟ ବିଧାନସଭାରେ ଦାଖଲ ହୋଇ ନ ପାରିବାରୁ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରୁନାହିଁ।

ପ୍ରିୟଦର୍ଶନ କହିଛନ୍ତି, ୨୦୦୯ ଫେବୃୟାରୀ ୧୪ ତାରିଖ ରାତ୍ରି ୧ଟା ୩୦ ବେଳେ ତାଙ୍କ ଆଖି ସାମ୍ନାରେ ରତ୍ନଭଣ୍ଡାରରୁ ଚୋରି ହୋଇଛି। ତାଙ୍କୁ ମିଶାଇ ୪ ଜଣ ରାତ୍ରପହୁଡ଼ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ବଡ଼ ବଡ଼ ପାଛିଆରେ ସୁନାମୁକୁଟ ନିଆଯାଉଥିଲା। ପୋଲିସ, ପ୍ରଶାସନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି କାର୍ଯ୍ୟ ଚାଲିଥିବାରୁ ଚୋରି ହେଉଥିବା ନେଇ ସେ ସମୟରେ ସନ୍ଦେହ ସୃଷ୍ଟି ହୋଇ ନ ଥିଲା। ସୁନା ଅଳଙ୍କାର କୁଆଡ଼େ ନିଆଯାଉଛି ବୋଲି ପଚାରିବାରେ ମରାମତି ହେବାକୁ ଯାଉଥିବା କୁହାଯାଇଥିଲା। ସିବିଆଇ ନିକଟରେ ସବୁ ବିସ୍ତୃତ ଭାବେ ଅଭିଯୋଗ କରିଛୁ। ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri