ଓଟିଭି ନାଁରେ ଜମି ହଡ଼ପ ଅଭିଯୋଗ

ଖୋର୍ଦ୍ଧା ଅଫିସ,୨୭।୯: ଓଡ଼ିଶା ଟେଲିଭିଜନ (ଓଟିଭି) କର୍ତ୍ତୃପକ୍ଷଙ୍କ ବିରୋଧରେ ଚାଷଜମି ହଡ଼ପ କେଳେଙ୍କାରୀ ଅଭିଯୋଗ ଆସିଛି। ଶନିବାର ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ, ଜୟମଙ୍ଗଳ ଓ ଗଉଡ଼ପୁଟ ଗ୍ରାମର ଶତାଧିକ ଚାଷୀ ସମ୍ପୃକ୍ତ ଚ୍ୟାନେଲ କତ୍ତୃର୍ର୍ପକ୍ଷଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।


ଅଭିଯୋଗରେ ଦର୍ଶାଯାଇଛି ଯେ, ପ୍ରାୟ ୧୦ବଷର୍ର୍ ତଳେ ସାରୁଅ ଗ୍ରାମର କେତେଜଣ ଲୋକଙ୍କୁ ପ୍ରଲୋଭନ ଦେଖାଇ ମୂଲ୍ୟବାନ ଚାଷ ଜମିକୁ ଶାଗମାଛ ଦରରେ ଓଟିଭି କର୍ତ୍ତୃପକ୍ଷ ହଡ଼ପ କରିନେଇଥିଲେ। ସେହି ଜମିରେ ବଡ଼ କୋଠା, ପାଚେରି ନିର୍ମାଣ କରାଯାଇଛି। ଏପରି କି ଚାଷ ଜମିରେ ରାସ୍ତା ନିର୍ମାଣ ମଧ୍ୟ ହୋଇଛି। ଫଳରେ ଚାଷୀମାନେ ସେମାନଙ୍କ ଜମିକୁ ଯିବାଲାଗି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦ କଲେ ଓଟିଭି କର୍ତ୍ତୃପକ୍ଷଙ୍କ ଭଡ଼ାଟିଆ ଗୁଣ୍ଡାମାନେ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଏ ଅଞ୍ଚଳରେ ଥିବା ସମସ୍ତ ଜମିକୁ ଆମେ ଏପରି ହଡ଼ପ କରିନେବୁ, ଯାହାକୁ ଗୁହାରି କରିବାର ଅଛି କର, ଆମ୍ଭର କେହି କିଛି କରିପାରିବେ ନାହିଁ ବୋଲି କହୁଛନ୍ତି। ଫଳରେ ଚାଷୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜମିକୁ ଯିବା ଲାଗି ରାସ୍ତାର ବ୍ୟବସ୍ଥା, ଚାଷଜମିର ସୁରକ୍ଷା ଲାଗି ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଚାଷୀମାନେ ସାମୂହିକ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀଙ୍କୁ ପଚାରିବାରେ ସେ କହିଛନ୍ତି, ଓଟିଭି ବିରୋଧରେ ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଚାଷ ଜମି ଉପରେ ବେଆଇନ କୋଠା, ପାଚେରି ନିର୍ମାଣ ଏବଂ ଜମିକୁ ଯିବା ଲାଗି ରାସ୍ତା ଅବରୋଧ ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗ ସଂକ୍ରାନ୍ତରେ ଓଟିଭିର ସାଇଟ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କ ମୋବାଇଲ ନଂ. ୯୭୭୭୫୮୮୭୭୮ରେ ଯୋଗାଯୋଗ କରାଯାଇଥିଲା। ହେଲେ ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପ୍ରକାଶ ଯେ, ଓଟିଭି କର୍ତ୍ତୃପକ୍ଷ କୃଷି ଏବଂ ଫାର୍ମ ହାଉସ କରିବାକୁ ପ୍ରତିଶ୍ରୁତି ଦେଇ ଜମି କିଣିଥିଲେ। ୨୦୧୬ ନଭେମ୍ବରରେ ଉକ୍ତ ଚାଷ ଜମିରେ ବେଆଇନ ଭାବେ କୋଠା ଓ ରାସ୍ତା ନିର୍ମାଣ କରାଯିବାରୁ ଗ୍ରାମବାସୀ ଏହାର ବିରୋଧ କରିଥିଲେ। ସେତେବେଳେ ଉକ୍ତ ଘଟଣାର ତଦନ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା ବୋଲି ଅଭିଯୋଗକାରୀ ଚାଷୀ ଜଳଧର ମହାଭୋଇ, ସୁଦର୍ଶନ ସାହୁ, ଜଗନ୍ନାଥ ମହାଭୋଇ, ବୁଲୁ ବେହେରା, ସୁବନ ଗିରି ପ୍ରମୁଖ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri