ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ଅଭିଯୋଗ

ଦେଓଗାଁ, ୩ା୧୧(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବ୍ରାହ୍ଣଣୀଯୋର ପଞ୍ଚାୟତରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି ା ଅର୍ଥ କାରବାର କରି ସ୍ବଚ୍ଛଳ ବର୍ଗର ଲୋକଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ଗାଁର ମହିଳା ଗୋଷ୍ଠୀ ସୋମବାର ବିଡିଓ ନବୀନ କିଶୋର ପାଢ଼ୀଙ୍କୁ ଫେରାଦ ହୋଇଛନ୍ତି। ଗାଁର ରୁକ୍ମଣୀ ଘିଭେଲା, ପ୍ରଭାସିନୀ ଘିଭେଲା, ସାବିତ୍ରୀ ଘିଭେଲା, ଯାଜ୍ଞସେନୀ ଘିଭେଲା, ଗିତାଞ୍ଜଳୀ ମନହୀରା, ଅନୁସୂୟା ବାଗ, ମଞ୍ଜୁଲତା ବାଗ, ସୁମିତା ବଗର୍ତ୍ତି, କସ୍ତୁରୀ ଭୋଇ ପ୍ରମୁଖ ଆବାସ ଯୋଜନାରୁ ବଞ୍ଚତ୍ତ ମହିଳାମାନଙ୍କ ଅଭିଯୋଗ ଅନୁସାରେ ଧନୀଶ୍ରେଣୀର ବ୍ୟକ୍ତିଙ୍କୁ ଉକ୍ତ ଯୋଜନାରେ ଅଗ୍ରାଧିକାର ଦିଆଯଇଛି। ଝାଟିମାଟି ଘରେ ଅସୁରକ୍ଷିତ ଅବସ୍ଥାରେ ଥିବା ପରିବାରକୁ ଅବହେଳା କରାଯାଉଛି। ଏଣୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ପ୍ରଦାନ କରିବାକୁ ନିବେଦନ କରିଥିଲେ। ଆଗକୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ପଞ୍ଚାୟତ ଅଫିସରେ ତାଲାବନ୍ଦି ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି।...

ଆଧାର ଜାଲିଆତିରୁ ଜମି ହଡ଼ପ

ବଲାଙ୍ଗୀର,୭ା୪(ବୀରେନ୍ଦ୍ର କୁମାର ଝାଙ୍କର)ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚଞ୍ଚକତା କରି ନିରୀହ ବ୍ୟକ୍ତିଙ୍କ ବହୁମୂଲ୍ୟ ଜମି ହଡ଼ପ ଘଟଣା ଜଣାପଡିବା ପରେ ବଲାଙ୍ଗୀର ସବ୍‌ରେଜିଷ୍ଟ୍ରାର ଅଫିସ ପକ୍ଷରୁ ଟାଉନ୍‌...

ରାଜ୍ୟରେ ପ୍ରବଳ ଖରା: ବଦଳିଲା ସକାଳୁଆ ସ୍କୁଲ ସମୟ

ଭୁବନେଶ୍ୱର, ୪।୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ପ୍ରଥମରୁ ଦ୍ୱାଦଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri