ଖଣି ମାଫିଆଙ୍କ ସହ ତହସିଲଦାରଙ୍କ ସମ୍ପୃକ୍ତି ଅଭିଯୋଗ

ଖୋର୍ଦ୍ଧା ଅଫିସ/ଜଟଣୀ, ୧୮ା୩(ଡି.ଏନ୍‌.ଏ.): ଲଘୁ ଖଣିଜ ସମ୍ପଦ ଚୋରାଚାଲାଣରେ ମାଫିଆଙ୍କ ସହ ଅର୍ଥ କାରବାର ସମ୍ପୃକ୍ତି ନେଇ ଖୋର୍ଦ୍ଧା ଜିଲା ଜଟଣୀ ତହସିଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରୋଗ୍ରାମ ସର୍ଭରଙ୍କୁ ବୁଧବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଲମ୍ବନ କରିଛନ୍ତି। ନିଲମ୍ବିତ କର୍ମଚାରୀ ହେଲେ ବିଜୟ କୁମାର ଦାସ। ଅନ୍ୟପଟେ ଖଣି ମାଫିଆଙ୍କ ସହ ତହସିଲଦାର ତପନ ମହାପାତ୍ରଙ୍କ ସମ୍ପୃକ୍ତି ଥିବା ନେଇ ବିଜୟ ଅଭିଯୋଗ ଆଣିଛନ୍ତି। ଏହାର ନିରପେକ୍ଷ ତଦନ୍ତ ଲାଗି ସେ ଖୋର୍ଦ୍ଧା ଦୁର୍ନୀତି ନିବାରଣ ସଂସ୍ଥା ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଜଟଣୀ ତହସିଲ ଅଫିସରେ ବିଜୟ ପ୍ରୋଗ୍ରାମ ସର୍ଭର ଭାବେ କାର୍ଯ୍ୟ କରନ୍ତି। ଏହି ତହସିଲର ବିଭିନ୍ନ ମୌଜା ଅନ୍ତର୍ଗତ ଖଣି ଅଞ୍ଚଳରେ ଚାଲିଥିବା ବେଆଇନ ଚାଲାଣକାରୀଙ୍କ ସହ ତହସିଲଦାର ମହାପାତ୍ର ଜଡିତ ରହିଛନ୍ତି। ସେମାନଙ୍କ ଠାରୁ ତହସିଲଦାର ମାସିକିଆ ବଟି ନେବା ସହ ଖଣି ମାଫିଆଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ତାଙ୍କୁ ପଠାଇଥାନ୍ତି। ଧରାପଡିଯିବା ଭୟରେ ମୋ ବିରୋଧରେ ତହସିଲଦାର ଜିଲାପାଳଙ୍କୁ ମିଥ୍ୟା ରିପୋର୍ଟ ଦେଇଛନ୍ତି। ଫଳରେ ଚାକିରିରୁ ମୋତେ ନିଲମ୍ବନ କରାଯାଇଛି ବୋଲି ବିଜୟ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ତହସିଲଦାର ମହାପାତ୍ର କହିଛନ୍ତି, ତହସିଲରେ କାର୍ଯ୍ୟରତ ଡାଟା ଏଣ୍ଟ୍ରିି ଅପରେଟର ରଞ୍ଜନ କୁମାର ମହାପାତ୍ର, ପିଅନ ପ୍ରମୋଦ କୁମାର ରଣସିଂ, ଡ୍ରାଇଭର ନାରାୟଣ ଡେଙ୍ଗ, ରଞ୍ଜନ କୁମାର ବରାଳ ଏବଂ ପୌର ପରିଷଦର ଡାଟା ଏଣ୍ଟ୍ରି ଅପରେଟର ଜ୍ୟୋତିରଞ୍ଜନ ରାଉତରାୟ, ପିଅନ ପ୍ରତାପ କୁମାର ଜେନା ଓ ତାଙ୍କଠାରୁ ବିଜୟ ଅନେକ ଥର ଟଙ୍କା ନେଇଛନ୍ତି। ଏଥିସହ ତହସିଲରେ ଜମିଜମା ସଂକ୍ରାନ୍ତୀୟ ଅନେକ ମାମଲା ଫଇସଲାରେ ମୋ ନଁା କହି ଲକ୍ଷାଧିକ ଟଙ୍କା ନେଇଛନ୍ତି। ପଲାସପୁର ମୌଜା ଓଏଲଆର ୮ଏ କେସ୍‌ ନଂ.୫୫୮/୨୧, ୫୫୩/୫୫୪/୫୫୫/୫୫୬ /୫୫୨/ ୨୦୨୧ ବାବଦ କିସମ ଓ ସ୍ବତ୍ତ୍ୱ ପରିବର୍ତ୍ତନ କରିବା ନିମନ୍ତେ ୨ଲକ୍ଷ ଟଙ୍କା ଲାଞ୍ଚ ବିଜୟ ନେଇଛନ୍ତି। ଖଣି ମାଫିଆଙ୍କ ଗାଡି ଅଟକାଇ ସେମାନଙ୍କ ଠାରୁ ଆଣିଥିବା ଟଙ୍କା ଆଦାୟ ଲାଗି ଧମକ ଦେଇଥାନ୍ତି। ବିଜୟ ମୋ ବିରୋଧରେ ଆସଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ସ୍କ୍ବାଡ୍‌ ଚଢ଼ାଉ ପୂର୍ବରୁ ବିଜୟ ମାଫିଆଙ୍କୁ ଆଗୁଆ ସୂଚନା ଦେଇଥାନ୍ତି। ଏପରିକି ତହସିଲଦାରଙ୍କ ନଁା କହି ମାଫିଆଙ୍କ ଠାରୁ ଅର୍ଥ ନେଉଥିବା ଅଭିଯୋଗ ଆସିଥିଲା। ମାଫିଆଙ୍କଠାରୁ ଗୁଗଲ ପେ ମାଧ୍ୟମରେ ବିଜୟ ଅର୍ଥ ନେଇଥିବା ଧରାପଡିବା ପରେ ତାଙ୍କ ବିରୋଧରେ ଜିଲାପାଳଙ୍କୁ ରିପୋର୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଜିଲାପାଳ ମହାପାତ୍ର କହିଛନ୍ତି, ଘଟଣାର ତଦନ୍ତ ଲାଗି ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri