ଖଣି ମାଫିଆଙ୍କ ସହ ତହସିଲଦାରଙ୍କ ସମ୍ପୃକ୍ତି ଅଭିଯୋଗ

ଖୋର୍ଦ୍ଧା ଅଫିସ/ଜଟଣୀ, ୧୮ା୩(ଡି.ଏନ୍‌.ଏ.): ଲଘୁ ଖଣିଜ ସମ୍ପଦ ଚୋରାଚାଲାଣରେ ମାଫିଆଙ୍କ ସହ ଅର୍ଥ କାରବାର ସମ୍ପୃକ୍ତି ନେଇ ଖୋର୍ଦ୍ଧା ଜିଲା ଜଟଣୀ ତହସିଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରୋଗ୍ରାମ ସର୍ଭରଙ୍କୁ ବୁଧବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଲମ୍ବନ କରିଛନ୍ତି। ନିଲମ୍ବିତ କର୍ମଚାରୀ ହେଲେ ବିଜୟ କୁମାର ଦାସ। ଅନ୍ୟପଟେ ଖଣି ମାଫିଆଙ୍କ ସହ ତହସିଲଦାର ତପନ ମହାପାତ୍ରଙ୍କ ସମ୍ପୃକ୍ତି ଥିବା ନେଇ ବିଜୟ ଅଭିଯୋଗ ଆଣିଛନ୍ତି। ଏହାର ନିରପେକ୍ଷ ତଦନ୍ତ ଲାଗି ସେ ଖୋର୍ଦ୍ଧା ଦୁର୍ନୀତି ନିବାରଣ ସଂସ୍ଥା ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଜଟଣୀ ତହସିଲ ଅଫିସରେ ବିଜୟ ପ୍ରୋଗ୍ରାମ ସର୍ଭର ଭାବେ କାର୍ଯ୍ୟ କରନ୍ତି। ଏହି ତହସିଲର ବିଭିନ୍ନ ମୌଜା ଅନ୍ତର୍ଗତ ଖଣି ଅଞ୍ଚଳରେ ଚାଲିଥିବା ବେଆଇନ ଚାଲାଣକାରୀଙ୍କ ସହ ତହସିଲଦାର ମହାପାତ୍ର ଜଡିତ ରହିଛନ୍ତି। ସେମାନଙ୍କ ଠାରୁ ତହସିଲଦାର ମାସିକିଆ ବଟି ନେବା ସହ ଖଣି ମାଫିଆଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ତାଙ୍କୁ ପଠାଇଥାନ୍ତି। ଧରାପଡିଯିବା ଭୟରେ ମୋ ବିରୋଧରେ ତହସିଲଦାର ଜିଲାପାଳଙ୍କୁ ମିଥ୍ୟା ରିପୋର୍ଟ ଦେଇଛନ୍ତି। ଫଳରେ ଚାକିରିରୁ ମୋତେ ନିଲମ୍ବନ କରାଯାଇଛି ବୋଲି ବିଜୟ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ତହସିଲଦାର ମହାପାତ୍ର କହିଛନ୍ତି, ତହସିଲରେ କାର୍ଯ୍ୟରତ ଡାଟା ଏଣ୍ଟ୍ରିି ଅପରେଟର ରଞ୍ଜନ କୁମାର ମହାପାତ୍ର, ପିଅନ ପ୍ରମୋଦ କୁମାର ରଣସିଂ, ଡ୍ରାଇଭର ନାରାୟଣ ଡେଙ୍ଗ, ରଞ୍ଜନ କୁମାର ବରାଳ ଏବଂ ପୌର ପରିଷଦର ଡାଟା ଏଣ୍ଟ୍ରି ଅପରେଟର ଜ୍ୟୋତିରଞ୍ଜନ ରାଉତରାୟ, ପିଅନ ପ୍ରତାପ କୁମାର ଜେନା ଓ ତାଙ୍କଠାରୁ ବିଜୟ ଅନେକ ଥର ଟଙ୍କା ନେଇଛନ୍ତି। ଏଥିସହ ତହସିଲରେ ଜମିଜମା ସଂକ୍ରାନ୍ତୀୟ ଅନେକ ମାମଲା ଫଇସଲାରେ ମୋ ନଁା କହି ଲକ୍ଷାଧିକ ଟଙ୍କା ନେଇଛନ୍ତି। ପଲାସପୁର ମୌଜା ଓଏଲଆର ୮ଏ କେସ୍‌ ନଂ.୫୫୮/୨୧, ୫୫୩/୫୫୪/୫୫୫/୫୫୬ /୫୫୨/ ୨୦୨୧ ବାବଦ କିସମ ଓ ସ୍ବତ୍ତ୍ୱ ପରିବର୍ତ୍ତନ କରିବା ନିମନ୍ତେ ୨ଲକ୍ଷ ଟଙ୍କା ଲାଞ୍ଚ ବିଜୟ ନେଇଛନ୍ତି। ଖଣି ମାଫିଆଙ୍କ ଗାଡି ଅଟକାଇ ସେମାନଙ୍କ ଠାରୁ ଆଣିଥିବା ଟଙ୍କା ଆଦାୟ ଲାଗି ଧମକ ଦେଇଥାନ୍ତି। ବିଜୟ ମୋ ବିରୋଧରେ ଆସଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ସ୍କ୍ବାଡ୍‌ ଚଢ଼ାଉ ପୂର୍ବରୁ ବିଜୟ ମାଫିଆଙ୍କୁ ଆଗୁଆ ସୂଚନା ଦେଇଥାନ୍ତି। ଏପରିକି ତହସିଲଦାରଙ୍କ ନଁା କହି ମାଫିଆଙ୍କ ଠାରୁ ଅର୍ଥ ନେଉଥିବା ଅଭିଯୋଗ ଆସିଥିଲା। ମାଫିଆଙ୍କଠାରୁ ଗୁଗଲ ପେ ମାଧ୍ୟମରେ ବିଜୟ ଅର୍ଥ ନେଇଥିବା ଧରାପଡିବା ପରେ ତାଙ୍କ ବିରୋଧରେ ଜିଲାପାଳଙ୍କୁ ରିପୋର୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଜିଲାପାଳ ମହାପାତ୍ର କହିଛନ୍ତି, ଘଟଣାର ତଦନ୍ତ ଲାଗି ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?