ପ୍ରାର୍ଥିପତ୍ର ଯାଞ୍ଚରେ ଚଞ୍ଚକତା ଅଭିଯୋଗ

ଖମାର,୨୪ା୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବଡସଡ଼ା ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ଦାଖଲ ହୋଇଥିବା ୮ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ରବିବାର ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ବ୍ଲକ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଲଗାଯାଇଥିବା ଗୋଟିଏ ନୋଟିସରେ ୭ ଜଣଙ୍କ ନାମ ଥିବାବେଳେ ଏହାର ଦୁଇଘଣ୍ଟା ପରେ ୮ ଜଣଙ୍କ ନାମ ଥିବା ଆଉ ଏକ ନୋଟିସ ଲଗାଯାଇଛି। ଫଳରେ ଯାଞ୍ଚ ପ୍ରକ୍ରିୟାର ସ୍ବଚ୍ଛତା ନେଇ ୭ ସମିତି ସଭ୍ୟ ପ୍ରାର୍ଥୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ସେମାନେ ବିଡିଓଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବଡ଼ସଡ଼ା ପଞ୍ଚାୟତରୁ ସମିତି ସଭ୍ୟ ପଦବୀ ପାଇଁ ମୋଟ୍‌ ୮ ଜଣ ଡିଲେଶ୍ୱର ପ୍ରଧାନ, ପ୍ରକାଶ କୁମାର ବିଶ୍ବାଳ, ବିକାଶ ସ୍ବାଇଁ, ବୁଲୁ ରାଜହଂସ, ରମେଶ ଚନ୍ଦ୍ର ବେହେରା, ସିପୁନ ଗଡ଼ନାୟକ, ସୌମ୍ୟରଂଜନ ବିଶ୍ୱାଳ ଓ ରଞ୍ଜିତ କୁମାର ବିଶ୍ବାଳ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରବିବାର ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ଦ୍ୱାରା ପୂର୍ବାହ୍ନ ୧୧ଟାରେ ୭ ଜଣଙ୍କ ନାମ ଥିବା ଏକ ନୋଟିସ ଲଗାଯାଇଥିଲା। ଉକ୍ତ ନୋଟିସରେ କେବଳ ରଞ୍ଜିତ କୁମାର ବିଶ୍ୱାଳଙ୍କ ନାମ ନ ଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ୍‌ ହୋଇଯାଇଥିବା ଅନ୍ୟ ପ୍ରାର୍ଥୀମାନେ ଭାବି ନେଇଥିଲେ। ହେଲେ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ନିର୍ବାଚନ ଅଧିକାରୀ ଦ୍ୱିତୀୟ ନୋଟିସ ଲଗାଇଥିଲେ, ଯେଉଁଥିରେ ରଞ୍ଜିତ କୁମାର ବିଶ୍ୱାଳଙ୍କ ନାମ ସହ ସମସ୍ତ ୮ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ଜଣାପଡ଼ିଥିଲା। ଏପରି କି ଦ୍ୱିତୀୟ ନୋଟିସରେ ରଞ୍ଜିତଙ୍କ ପୋଷ୍ଟ ଅଫିସ ଠିକଣା ବଡ଼ସଡା ପରିବର୍ତ୍ତେ ଖମାର ବୋଲି ଲେଖାଯାଇଛି। ତେଣୁ ଯାଞ୍ଚ ପ୍ରକ୍ରିୟାରେ ଚଞ୍ଚକତା କରାଯାଇଥିବା ଅନ୍ୟ ୭ ଜଣ ପ୍ରାର୍ଥୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନିର୍ବାଚନ ଅଧିକାରୀ ତଥା ବିଡିଓ ଦୀଲିପ କୁମାର ବର କହିଛନ୍ତି, ପ୍ରଥମ ନୋଟିସରେ ତ୍ରୁଟି ରହିଯାଇଥିବାରୁ ଦ୍ୱିତୀୟ ନୋଟିସରେ ସମସ୍ତ ପ୍ରାର୍ଥୀଙ୍କ ନାମ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ବେଜିଂରେ ମୁହାଁମୁହିଁ ହେବେ ଟ୍ରମ୍ପ-ଜିନପିଙ୍ଗ, ଯୁଦ୍ଧକୁ ନେଇ ହେବ ବଡ଼ ଘୋଷଣା!

ବେଜିଂ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ସୋସିଆଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri