୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ହଡ଼ପ ଅଭିଯୋଗ

ସୋନପୁର,୬।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ଥିବା ପିଇଜି(ପ୍ରାଇଭେଟ ଏଣ୍ଟରପ୍ରେନ୍ୟୁୟର ଗୋଡାଉନ୍‌) ଅରିଗାଁରେ ଅନିୟମିତତା ହୋଇଛି। ଗୋଦାମରେ ଥିବା ସରକାରଙ୍କ ପ୍ରାୟ ୧୦ହଜାର ୩୪୪ କୁଇଣ୍ଟାଲ କଷ୍ଟମ ମିଲିଂ ଚାଉଳର ହିସାବ ମିଳୁନି। ହଡପ ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଯୋଗାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିନିକା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିନିକା ଆଇଆଇସି ପବିତ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭଦ୍ରକ ଜିଲାର ବିମଳିନୀ ଭାରତୀ ନାମକ ଜଣେ ମହିଳା ଉଦ୍ୟୋଗୀ ଅରିଗାଁ ରାସ୍ତା ପାର୍ଶ୍ୱରେ ଜମି କିଣି ୭ ବର୍ଷ ପୂର୍ବରୁ ୫୦ ହଜାର କୁଇଣ୍ଟାଲ କ୍ଷମତା ବିଶିଷ୍ଟ ଏକ ଗୋଦାମ ନିର୍ମାଣ କରିଥିଲେ। ଭାରତୀ ପରବର୍ତ୍ତୀ ସମୟରେ ଉକ୍ତ ଗୋଦାମରେ ସରକାରୀ ଚାଉଳ ରଖିବା ପାଇଁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ୧୦ ବର୍ଷୀୟା ଚୁକ୍ତିନାମା କରିଛନ୍ତି। ରାଜ୍ୟ ଯୋଗାଣ ନିଗମ ସୁବର୍ଣ୍ଣପୁର ଜିଲାର ମିଲର୍ସଙ୍କ ନିକଟରୁ ସଂଗ୍ରହ କରୁଥିବା କଷ୍ଟମ ମିଲିଂ ଚାଉଳ ଏହି ପ୍ରାଇଭେଟ୍‌ ଗୋଦାମରେ ଗଚ୍ଛିତ ରଖାଯାଉଛି। ଆବଶ୍ୟକତା ଅନୁଯାୟୀ ଗୋଦାମରୁ ଚାଉଳ ଜିଲା ଓ ଜିଲା ବାହାରକୁ ଟ୍ରକ୍‌ ଯୋଗେ ପଠାଯାଏ। ଏ ବାବଦରେ ଗୋଦାମ ମାଲିକ ବିମଳିନୀ ଯୋଗାଣ ବିଭାଗ ନିକଟରୁ ମାସିକ ୩ ଲକ୍ଷ ୩୧ହଜାର ୫୦୦ଟଙ୍କା ଭଡା ନିଅନ୍ତି। ସେହିଭଳି ଶ୍ରମିକ ମଜୁରି ବାବଦ ହେଣ୍ଡଲିଂ ଚାର୍ଜ ମିଳିଥାଏ। ବିମଳିନୀଙ୍କ ପୁଅ ଏହି ବ୍ୟବସାୟ ବୁଝି ଆସୁଥିଲେ। ତେବେ ଗତ ଡିସେମ୍ବର ୧୪ ତାରିଖ ରାତିରେ ଏହି ଗୋଦାମରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଚାଉଳ ପୋଡି ଯାଇଛି ବୋଲି ଗୋଦାମ ମାଲିକ ଯୋଗାଣ ବିଭାଗକୁ ଅବଗତ କରିଥିଲେ। ତେବେ ଚାଉଳ ଷ୍ଟକ୍‌ ଠିକ୍‌ ରଖିବାକୁ ଯୋଗାଣ ବିଭାଗ ଗୋଦାମ ମାଲିକଙ୍କୁ ତାଗିଦ୍‌ କରି ଆସୁଥିଲା। କିନ୍ତୁ ଗତ ୫ ଦିନ ହେବ ଗୋଦାମରେ ତାଲା ପଡିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମାଲିକ ଫେରାର ହୋଇ ଯାଇଛନ୍ତି। ଜିଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସଦର ସହକାରୀ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଓ ବିନିକା ଯୋଗାଣ ନିରୀକ୍ଷକ ରାଜକିଶୋର ସ୍ବାଇଁ ବିନିକା ଥାନାରେ ଅନିୟମିତତା ନେଇ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କୁ ପଚାରିବାରୁ ଚୁକ୍ତିନାମା ଅନୁଯାୟୀ ପ୍ରାଇଭେଟ୍‌ ଗୋଦାମରେ କଷ୍ଟମ ମିଲିଂ ଚାଉଳ ରହୁଥିଲା। ଚାଉଳ କମ୍‌ ଥିବା ଜଣାପଡିବା ପରେ ଗୋଦାମ ମାଲିକଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri