କୁଇଣ୍ଟାଲ ପ୍ରତି ୬୦ଟଙ୍କା କ୍ଷତି ସହୁଛି ଚାଷୀ

ଭବାନୀପାଟଣା,୭।୧(ସ୍ବ.ପ୍ର.): ବର୍ତ୍ତମାନ ଚାଷୀଙ୍କୁ ଘାରିଛି ମଣ୍ଡି ସମସ୍ୟା। କେତେବେଳେ କଟନି ଛଟନି ତ କେତେବେଳେ ଟୋକନ ସମସ୍ୟା। ମଣ୍ଡିରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ପ୍ରଶାସନ ଓ ମିଲର୍ସ କୋଣସି ସୁଯୋଗ ଛାଡୁ ନାହାନ୍ତି। ସରକାର ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ଅନେକ ନିୟମ କରୁଛନ୍ତି, କିନ୍ତୁ ନିୟମ ତା ବାଟରେ ଯାଉଛି ଓ ଦୁର୍ନୀତି ତା ବାଟରେ ହେଲେ ସରକାର ସବୁ ଜାଣି ଚୁପ। କଳାହାଣ୍ଡି ଜିଲାରେ ଧାନ କିଣା ପ୍ରକ୍ରିୟାରେ ମହାଦୁର୍ନୀତି ସାମାନାକୁ ଆସିଛି। ଏଫଏକ୍ୟୁ ମାନ ନ ଥିବା ଦର୍ଶାଇ ୫ରୁ ୭ କେଜି କଟନି ସହିତ ବସ୍ତା ବାବଦକୁ ୬୦ ଟଙ୍କା ଏହିଭଳି କୁଇଣ୍ଟାଲ ପିଛା ୧୬୦ ଟଙ୍କା କ୍ଷତି ସହୁଛି ଚାଷୀ। ଯଦି ଆମେ କଟନି ଛଟନିକୁ ଛାଡି ଦେବା ତାହା ହେଲେ ମଧ୍ୟ ବସ୍ତା ବାବଦକୁ କୁଇଣ୍ଟାଲ ପ୍ରତି ୬ ଟଙ୍କା କ୍ଷତି ସହୁଛି ଚାଷୀ। ସରକାରୀ ନିୟମ ଅନୁଯାୟୀ ଚାଷୀ ନିଜ ଧାନକୁ ମଣ୍ଡିରେ ନେଇ ଢାଳି ଦେଲେ ମିଲର୍ସ ନିଜ ବସ୍ତାରେ ଧାନ ଭରି ଉଠାଇବା ନିୟମ ରହିଛି। ସେଥିପାଇଁ ସରକାର ବସ୍ତା ବାବଦକୁ ମିଲର୍ସଙ୍କୁ ୧୫.୦୫ ଟଙ୍କା ଦେଉଛନ୍ତି। କିନ୍ତୁ ମିଲର୍ସ ଚାଷୀଙ୍କ ବସ୍ତାରେ ଧାନ ନେଉଛି ଓ ବସ୍ତା ଫେରାଉ ନ ଥିବାରୁ ଚାଷୀ ଖୋଲା ବଜାରରୁ ୩୦ ଟଙ୍କାରେ ବସ୍ତା କିଣିବା ପାଇଁ ବାଧ୍ୟ ହେଉଛି। କୁଇଣ୍ଟାଲ ପ୍ରତି ୬୦ଟଙ୍କା କ୍ଷତି ସହୁଥିବା ଚାଷୀ ଅଭିଯୋଗ କରିଛନ୍ତି। ସରକାର କଳାହାଣ୍ଡି ଜିଲାରେ ଚଳିତବର୍ଷ ଖରିଫ ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦ ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଓଡିଶା ଫୁଡ଼ ପୋଟାଲର ତଥ୍ୟ ଅନୁଯାୟୀ ଏ ପର୍ଯ୍ୟନ୍ତ ଜିଲାର ୫୯ ହଜାର ୭୨୩ଜଣ ଚାଷୀଙ୍କଠାରୁ ୨୯ଲକ୍ଷ ୫୬ ହଜାର ୧୬୮ କୁଇଣ୍ଟାଲ ଧାନ ସଂଗ୍ରହ କରାଗଲାଣି। ସେହି ଅନୁସାରେ କେବଳ ଯଦି ବସ୍ତା ବାବଦକୁ ହିସାବ କଳେ ୧୭ କୋଟି ୭୩ ଲକ୍ଷ ୩୭ ହଜାର ଟଙ୍କା ସିଧା ସଳଖ ମିଲର୍ସଙ୍କ ପକେଟକୁ ଗଲାଣି। ଏ ସମ୍ପର୍କରେ ଧର୍ମଗଡ଼ ଉପଜିଲାପାଳ ବେଦ ଭୂଷଣଙ୍କୁ ପଚାରିବାରେ ଚାଷୀଙ୍କୁ ବସ୍ତା ନ ହେଲେ ବସ୍ତା ବାବଦ ଟଙ୍କା ଫେରାଇବାକୁ ମିଲର୍ସମାନଙ୍କୁ କୁହାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri