ଲିଜ୍‌ ଏଗ୍ରିମେଣ୍ଟ ଜାଲିଆତି କରି ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ, ଆରଟିଆଇରେ ତଥ୍ୟ ମିଳିବା ପରେ…

ବଲାଙ୍ଗୀର/ଲୋଇସିଂହା, ୪ା୧୨ (ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ): ଲିଜ୍‌ ଏଗ୍ରିମେଣ୍ଟ ଜାଲିଆତି କରି ବଲାଙ୍ଗୀରର ଏକ ଦମ୍ପତି ପ୍ରାଣୀଧନ ବିଭାଗରୁ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ମାନସ ମହାନ୍ତି ନାମକ ଜଣେ ଯୁବକ ବଲାଙ୍ଗୀର ଟାଉନ ଥାନାରେ ବୁଧବାର ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତବର୍ଷ (୨୦୨୪) ସତ୍ୟମ କୁମାର ସାହୁ ଏକ କୁକୁଡା ଫାର୍ମ କରିବେ ବୋଲି ମାନସ କୁମାର ମହାନ୍ତିଙ୍କ ସହ ଏକ ଲିଜ୍‌ ଏଗ୍ରିମେଣ୍ଟ (ଷ୍ଟାମ୍ପ ନମ୍ବର ୧୪୬୩୩୫/୨୦୨୪) କରିଥିଲେ। ବାର୍ଷିକ ନବୀକରଣ ହିସାବରେ ୭ ବର୍ଷ ପାଇଁ ଏହି ଲିଜ୍‌ ଏଗ୍ରିମେଣ୍ଟ କରାଯାଇଥିଲା। ତେବେ ମେ ମାସ ୨ ତାରିଖରେ କରାଯାଇଥିବା ଏହି ଲିଜ୍‌ ଏଗ୍ରିମେଣ୍ଟ କରିବାର କିଛିଦିନ ପରେ ସତ୍ୟମ କୁଆଡେ କୁକୁଡା ଫାର୍ମ କରିବାକୁ ମନା କରି ଦେଇଥିଲେ ଏବଂ ଅରିଜିନାଲ ଲିଜ୍‌ ଡିଡ୍‌ କପି ଫେରାଇ ନ ଥିଲେ। କିଛି ମାସ ପରେ ସନ୍ଦେହ କରି ମାନସ ଲୋଇସିଂହା ପ୍ରାଣୀଧନ ଅଫିସରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ତାଙ୍କ ନାମ ବଦଳରେ କୁଞ୍ଜବିହାରୀ ମିଶ୍ରଙ୍କ ସହ ସତ୍ୟମଙ୍କ ଏଗ୍ରିମେଣ୍ଟ ହୋଇଥିବା ଜାଣିବାକୁ ପାଇଥିଲେ ା ଅଧିକ ତଦନ୍ତ କରିବାରୁ ୨୦୨୩ ମସିହାରେ କୁଞ୍ଜବିହାରୀଙ୍କ ମୃତ୍ୟୁ ହୋଇସାରିଥିବା ଏବଂ ସମାନ ଲିଜ୍‌ ଡିଡ୍‌ ନମ୍ବର ଥିବା କପିରେ ସତ୍ୟମ କୁମାର ସାହୁ ୩ ଥର ଏବଂ ତାଙ୍କ ସ୍ତ୍ରୀ ୫ ଥର ଲୋଇସିଂହା ପ୍ରାଣୀଧନ ବିଭାଗରେ ପ୍ରକଳ୍ପ ପାଇଁ ବ୍ୟବହାର କରି ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବା ଜାଣିବାକୁ ପାଇଥିଲେ। ଆରଟିଆଇ ତଥ୍ୟ ମାଗିବାରୁ ଏଭଳି ଜାଲିଆତି ହୋଇଥିବା ଜାଣିବା ପରେ ମାନସ ଟାଉନ ଥାନାକୁ ଆସି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅନୁରୋଧ କରିବା ସହ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଟାଉନ ଥାନା ପୋଲିସ ଲୋଇସିଂହା ଥାନାରେ ଅଭିଯୋଗ କରିବାକୁ କହିବାରୁ ମାନସ ଅନ୍‌ ଲାଇନ ଜରିଆରେ ଅଭିଯୋଗ କରିବେ ବୋଲି ଜଣାଇଛନ୍ତି। ଏହି ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ମାନସ କହିଛନ୍ତି। ଆମ ଲୋଇସିଂହା ପ୍ରତିନିଧିଙ୍କ ସୂତ୍ରରୁ ଜଣାଯାଇଛି ଯେ, ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଆନନ୍ଦ ସାଗର ସେଠ କହିଛନ୍ତି, ଏହି ଦମ୍ପତି ୬ ବର୍ଷ ପାଇଁ ସେହି ଜମିକୁ ଲିଜ୍‌ ନେଇ ଫାର୍ମ କରିଛନ୍ତି ା ପ୍ରକଳ୍ପ ମଞ୍ଜୁର ପାଇଁ ବିଭାଗ ପକ୍ଷରୁ ଯେତେବେଳେ କ୍ଷେତ୍ର ପରିଦର୍ଶନ କରାଯାଇଥିଲା, ସେତେବେଳେ ସେ ପ୍ରକୃତ ଦସ୍ତାବିଜ ଦେଖାଇଥିଲେ ା ସେହିସବୁ ଦସ୍ତାବିଜ ସବୁ ଅନ୍‌ଲାଇନରେ ଉପଲବ୍ଧ ରହିଛି ା ଦସ୍ତାବିଜ ଜାଲିଆତିକୁ ସେ ଖଣ୍ଡନ କରିଛନ୍ତି ା ଏହାଛଡା ଅଭିଯୋଗ ପରେ ତଦନ୍ତ ପାଇଁ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି ା ତଦନ୍ତରେ ଯଦି ଅନିୟମିତତା ଜଣାପଡେ ତେବେ ସମ୍ପୃକ୍ତ ହିତାଧିକାରୀଙ୍କ ଠାରୁ ଦିଆଯାଇଥିବା ଅନୁଦାନ ଫେରସ୍ତ ହେବ ବୋଲି କହିଛନ୍ତି ା

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୦।୩: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ମନ୍ତ୍ରୀ କହିଛନ୍ତି।…

ଭୟଙ୍କର ହେଲା ଯୁଦ୍ଧ: ଏଣ୍ଟ୍ରି ମାରିଲା ଅଷ୍ଟ୍ରେଲିଆ, ବିଶ୍ୱରେ ଚହଳ…

ନୂଆଦିଲ୍‌ଲୀ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ, ଏବଂ ଏହି ୧୦ ଦିନରେ, ଇସ୍ରାଏଲ ଏବଂ ଇରାନ ସମେତ ପ୍ରାୟ ୧୫ଟି ଦେଶ ଭୟଙ୍କର କ୍ଷୟକ୍ଷତି ଦେଖିଛନ୍ତି।…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଯୁଦ୍ଧକୁ ଡେଇଁଲା ପାକିସ୍ତାନର ବନ୍ଧୁରାଷ୍ଟ୍ର…

ନୂଆଦିଲ୍‌ଲୀ,୧୦।୩: ତୁର୍କୀ ଏବେ ଇରାନ ବିରୋଧରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ମଧ୍ୟପ୍ରାଚ୍ୟ ବିବାଦରେ ସକ୍ରିୟ ଭାବରେ ସାମିଲ ହେବାକୁ ନିଜର ଅଭିପ୍ରାୟ ପ୍ରକାଶ କରିଛି।…

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ ପୋଲିସ, ସ୍ପିଡ୍‌ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ଆରମ୍ଭ ହେଲା ଅପରେଶନ

ବଲାଙ୍ଗୀର,୧୦।୩ ( ସୁନିଲ କୁମାର ମହାନ୍ତି): ଦୁର୍ଘଟଣାରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ବଲାଙ୍ଗୀର ଟାଉନ ପୋଲିସ ।…

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଗକୁ ଆସିଲା ବିଜେଡି: ପୋଲିସ ସହିତ ମୁହାଁମୁହିଁ ପରେ…

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ବାମୀ, ରାସ୍ତାରେ ଯାଉଥିବା ଦମ୍ପତିଙ୍କୁ ବି କଲେ ଗୁଳିମାଡ଼, ଅଞ୍ଚଳରେ ଆତଙ୍କ

ଫୁଲବାଣୀ, ୧୦।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଛାପଡ଼ା ଥାନା କଟାପଙ୍ଗା ଗାଁରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାରୀ କେହି ନୁହେଁ ଖୋଦ୍‌…

ଯୁଦ୍ଧ ମଧ୍ୟରେ ଚାଇନାର ବଡ଼ ନିଷ୍ପତ୍ତି, ଏହି ଘୋଷଣା କରି ସାରା ବିଶ୍ୱକୁ ଚମକାଇ ଦେଲା…

ବେଜିଂ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଆମେରିକା ଏବଂ ଇସ୍ରାଏଲ ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଇରାନ ମଧ୍ୟ ଉଭୟ ଦେଶ ବିରୁଦ୍ଧରେ ପ୍ରତିଶୋଧ…

ମାର୍ଚ୍ଚ ୨୧ରୁ ଏହି ୭ ରାଶିର ବ୍ୟକ୍ତି ହୋଇଯିବେ ମାଲାମାଲ: ବୁଧ ଗ୍ରହ….

ପ୍ରତି ମାସରେ ବ୍ରହ୍ମାଣ୍ଡରେ ଗ୍ରହ ପରିବର୍ତ୍ତନ ଘଟେ, ଯାହା ଲୋକଙ୍କ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ। ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି, ସେମାନେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri