ରାଜ୍ୟରେ ୬୯୫୭.୫୭ କୋଟିର ବିଦ୍ୟୁତ୍‌ ବିଲ୍‌ ବାକି

ଭୁବନେଶ୍ୱର,୪ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ସକ୍ରିୟ ଗ୍ରାହକ ଏବଂ ସକ୍ରିୟ ଶିଳ୍ପ ଓ ବାଣିଜି୍ୟକ ଗ୍ରାହକଙ୍କ ଉପରେ ୬୯୫୭.୫୭ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକିପଡ଼ିଛି। ଏହି ତଥ୍ୟ ବିଦ୍ୟୁତ୍‌ ବିତରଣ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ସକ୍ରିୟ ଗ୍ରାହକମାନଙ୍କ ଉପରେ ସର୍ୱମୋଟ୍‌ ୬୫୫୮.୬୪ କୋଟି ଟଙ୍କା ବିଜୁଳି ବିଲ୍‌ ବାକି ପଡ଼ିଛି। ସେହିପରି ବିଭିନ୍ନ ସକ୍ରିୟ ଶିଳ୍ପ ଏବଂ ବାଣିଜି୍ୟକ ଗ୍ରାହକମାନେ ୩୯୮.୯୩ କୋଟି ଟଙ୍କା ବାକି ରଖିଛନ୍ତି। ରାଜ୍ୟରେ ଟାଟା କମ୍ପାନୀ ବିଦ୍ୟୁତ୍‌ ବିଲ୍‌ ଆଦାୟ ଦାୟିତ୍ୱ ନେଇଛି। ଏହା ଅଧୀନରେ ଥିବା ଟିପିସିଓଡିଏଲ୍‌ ୭୦.୫୨ କୋଟି, ଟିପିଏନ୍‌ଓଡିଏଲ୍‌ ୨୨୯.୨୧ କୋଟି, ଟିପିଏସ୍‌ଓଡିଏଲ୍‌ ୨୩.୫୮ କୋଟି ଏବଂ ଟିପିଡବ୍ଲ୍ୟୁଓଡିଏଲ୍‌ ୭୫.୬୨ କୋଟି ଟଙ୍କାର ବକେୟା ବିଦ୍ୟୁତ୍‌ ବିଲ୍‌ ବିଭିନ୍ନ ଶିଳ୍ପ ଓ ବାଣିଜି୍ୟକ ପ୍ରତିଷ୍ଠାନଠାରୁ ଆଦାୟ କରିନାହାନ୍ତି। ଏହି ବିଲ୍‌ ଆଦାୟ ଲାଗି ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥାଗୁଡିକ ତରଫରୁ ଘରକୁ ଘର ଯାଇ ଦେୟ ଆଦାୟ କରାଯାଉଛି। ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ ଲାଗି ବିତରଣକାରୀ ସଂସ୍ଥାଗୁଡ଼ିକ ତରଫରୁ ତାରିଖଓ୍ୱାରି ଶିବିର କରାଯାଇ ବିଲ୍‌ ଆଦାୟ ଚାଲିଛି। ଯେଉଁ ଉପଭୋକ୍ତାମାନେ ବିଦ୍ୟୁତ୍‌ ବିଲ୍‌ ଧାର୍ଯ୍ୟ ତାରିଖରେ ପଇଠ ନ କରନ୍ତି ସେମାନଙ୍କୁ ପୂର୍ୱରୁ ନିର୍ଦ୍ଦେଶନାମା ଦିଆଯାଇ ସେମାନଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଉଛି। ଉପଭୋକ୍ତାଙ୍କ ସୁବିଧା ପାଇଁ ତଥା ତତ୍‌କ୍ଷଣାତ୍‌ ବକେୟା ବିଲ୍‌ ପୈଠ ପାଇଁ ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥା କରାଯାଇଛି। ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମପଞ୍ଚାୟତରେ ଡିଜିଟାଲ ସଚେତନତା ବୃଦ୍ଧି କରାଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବିଧାୟକ ଗୌତମବୁଦ୍ଧ ଦାସ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ସିଂଦେଓ କହିଛନ୍ତି, ରାଜ୍ୟରେ ପ୍ରାୟ ୮୮ ଲକ୍ଷ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ସେଥି ମଧ୍ୟରୁ ପ୍ରାୟ ୧୬.୭୭ ଲକ୍ଷ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଯାଇଛି। ସ୍ମାର୍ଟ ମିଟର ବାବଦରେ ଉପଭୋକ୍ତାମାନଙ୍କଠାରୁ ଓଇଆର୍‌ସିଙ୍କ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଖୁଚୁରା ବିଦ୍ୟୁତ୍‌ ଯୋଗାଣ ଶୁଳ୍କ ଆଦେଶନାମାରେ ଥିବା ପ୍ରାବଧାନ ଅନୁଯାୟୀ ମିଟର ଭଡ଼ା ଆଦାୟ କରାଯାଉଛି। ସୂଚନାଯୋଗ୍ୟ, ସ୍ମାର୍ଟ ମିଟର ବସାଇବାକୁ କେତେ ଟଙ୍କା ମିଟର ଭଡ଼ା ବାବଦକୁ ଆଦାୟ କରାଯାଉଛି ତା’ର ତଥ୍ୟ ନ ଦେଇ ପ୍ରାବଧାନ ଶବ୍ଦ କଥା କହି ଏହାକୁ ଏଡ଼ାଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri