ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଗକୁ ଆସିଲା ବିଜେଡି: ପୋଲିସ ସହିତ ମୁହାଁମୁହିଁ ପରେ…

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ଧାନ କ୍ରୟକେନ୍ଦ୍ର ଉପରେ ନିର୍ଭରଶୀଳ ଗ୍ରାମର ଚାଷୀମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଚାଷୀଙ୍କ ଦାବି ପୂରଣ ହେବା ତ ଦୂରର କଥା, ଜିଲାପାଳଙ୍କ କାର୍ଯ୍ୟାଳୟରେ ଦିନକୁ ଦିନ ଉତ୍ତେଜନା ବଢିବାରେ ଲାଗିଛି। ଗତ ୫ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା ହୋଇଥିବା ଧାନ ରାତାରାତି ଗାଏବ ହୋଇ ଯାଇଥିଲା। ଏହାକୁ ନେଇ ଚାଷୀମାନେ ଧାନ ଚୋରି ଅଭିଯୋଗ ନେଇ ବରଗଡ଼ ଟାଉନ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ସେହି ଧାନର ସନ୍ଧାନ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଅନ୍ୟପକ୍ଷରେ ଚାଷୀମାନେ ସୋମବାର ପୁଣି ବାଇକ ଯୋଗେ ଧାନବସ୍ତା ଆଣି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରି ଧାରଣାରେ ବସିଥିଲେ। ମାତ୍ର ସନ୍ଧ୍ୟାରେ ପୋଲିସ ସେଠାକୁ ପହଞ୍ଚି ଜିଲାପାଳଙ୍କ କାର୍ଯ୍ୟାଳୟ ବାହାରକୁ ଧାନ ଉଠାଇ ନେଇଥିଲା। କେବଳ ସେତିକି ନୁହେଁ, ଧାରଣାରେ ବସିଥିବା ଏକାଧିକ ଚାଷୀଙ୍କୁ ଉଠାଇ ନେଇ ରାତିରେ ଛାଡିଥିଲା। ତଥାପି ଚାଷୀମାନେ ନିଜ ହକ୍‌ ଦାବିରେ ହାର୍‌ ମାନି ନ ଥିଲେ। ନିଜେ ରନ୍ଧାବଢା କରି ଭୋଜନ ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି। ଚାଷୀଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ତେବେ ମଙ୍ଗଳବାର ପୂର୍ବାହ୍ନରେ ଜିଲା ବିଜେଡିର ଏକ ପ୍ରତିନିଧି ଦଳ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ଆସିଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପଡିଥିବା ଦେଖି ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ। ବହୁ ଯୁକ୍ତିତର୍କ ହେବା ପରେ ତାଲା ଖୋଲାଯାଇଥିଲା। ବିଜେଡିର ଜିଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବରିଷ୍ଠ ନେତା ଗୌରହରି ମିଶ୍ର, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଚାଷୀଙ୍କ ପ୍ରତି ପୋଲିସ ପ୍ରଶାସନର ବ୍ୟବହାରକୁ ନିନ୍ଦା କରିବା ସହିତ ଚାଷୀଙ୍କ ସ୍ବାର୍ଥ ପାଇଁ ଆଗକୁ ମଧ୍ୟ ଲଢେଇ ଜାରି ରହିବ ବୋଲି ବିଜେଡି ନେତୃବୃନ୍ଦ କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ହେଲେ ସାହେବ ଖିଲ, କହିଲେ ଦଳକୁ ମଜବୁତ କରିବାକୁ…

କୋରାପୁଟ, ୧୪।୪(ଅମିତାଭ ବେହେରା ): ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଭାବେ ସାହେବ ଖିଲଙ୍କୁ ନିଯୁକ୍ତ କରିଛି। ଅନୁସୂଚିତ ଜାତି ମୋର୍ଚ୍ଚାର…

ହର୍ମୁଜରେ ଚାଇନା ଖେଳିଲା ବଡ଼ ଗେମ୍‌, ଅତି ଚତୁରତାର ସହ ସମୁଦ୍ର ପାର୍‌ କରି ନେଇଆସିଲା ଜାହାଜ, ଦେଖିକି ଟ୍ରମ୍ପ ସ୍ତବ୍ଧ

ଓ୍ବାଶିଂଟନ୍‌,୧୪।୪: ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଇରାନ ବନ୍ଦର ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଡୋନାଲ୍ଡ ଟ୍ରମ୍ପ ନଜର ରଖିଛନ୍ତି। ଆମେରିକା ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୧୫ଟି…

ସୁନାବେଶରେ ଝଲସିବେ ମା’ ରାମଚଣ୍ଡୀ: ଉନ୍ମୋଚନ ହେବ ‘ମା ଦରିଆ ରାଣୀ’ ପୁସ୍ତକ

ମହାକାଳପଡ଼ା,୧୪ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ପୂର୍ବ ଉପକୂଳ ଐତିହାସିକ ଜମ୍ବୁ ଦ୍ୱୀପ ଇଲାକାର ବଙ୍ଗୋପସାଗର ତଟରେ ମା’ ଦରିଆରାଣୀ ଭାବେ ପରିଚିତ ମା’ ରାମଚଣ୍ଡୀ ବିରାଜିତ। କାହିଁ କେଉଁ ଅନାଦି…

ସାଢେ ସାତୀ ପ୍ରଭାବ ରହିବା ସତ୍ତ୍ୱେ ଆଜିଠୁ ଏହି ରାଶିର ଭଲ ଦିନ ଆରମ୍ଭ: ମିଳିବ…

ଆର୍ଥିକ ଦୃଷ୍ଟିରୁ, ଏପ୍ରିଲ ମାସ କୁମ୍ଭ ରାଶି ପାଇଁ ଲାଭ ଏବଂ କ୍ଷତିର ମାସ ହୋଇପାରେ। ମାସର ଆରମ୍ଭରେ ବୃହସ୍ପତିଙ୍କ ଉନ୍ନତ ସ୍ଥିତି ଆପଣଙ୍କୁ ଲାଭ ଆଣିବ।…

୧୯ରେ ସିଜିଏଲ୍‌ ପରୀକ୍ଷା: ଡାଉନ୍‌ଲୋଡ୍‌ ହେଉନି ଆଡ୍‌ମିଟ କାର୍ଡ, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର,୧୪।୪(ସୁଚିସ୍ମିତା ସାହୁ): ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରିଚାଳିତ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେଭଲ (ସିଜିଏଲ) ପରୀକ୍ଷା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ…

US Iran War: ପରମାଣୁ ଅସ୍ତ୍ରକୁ ନେଇ ଇରାନକୁ ନୂଆ ଧମକ ଦେଲେଣି ଟ୍ରମ୍ପ

ତେହରାନ,୧୪।୪: ଆମେରିକା ଏବଂ ଇରାନ ଉପରେ ଯୁଦ୍ଧର କଳା ବାଦଲ ଘୋଡ଼ାଇ ଚାଲିଛି। ପାକିସ୍ତାନରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ଆମେରିକା ହର୍ମୁଜ ପ୍ରଣାଳୀର ଅବରୋଧ…

ବଡ଼ ବୟାନ ଦେଲେ ଭକ୍ତ ଦାସ; ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ, ମେଣ୍ଟ…

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ): ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ। ଜିଲା ପରିଷଦ ସିଟ୍‌ ପାଇଁ ହୋଇପାରେ ବୁଝାମଣା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବୟାନ ପରେ…

ଆସିଲା ଖୁସି ଖବର, ବଢିଲା କର୍ମଚାରୀଙ୍କ ଦରମା, ଜାଣନ୍ତୁ କାହାକୁ ମିଳିବ…

ନୋଏଡା,୧୪।୪: ନୋଏଡା ଏବଂ ଗାଜିଆବାଦର ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଖବର, ଯେଉଁମାନେ ଦରମା ଏବଂ ସୁବିଧା ପାଇଁ ପ୍ରତିବାଦ କରୁଛନ୍ତି। ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri