ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଗାଈକ୍ଷୀର: ପ୍ରମିଳା

ଭୁବନେଶ୍ୱର,୪।୧୨ (ରବିନାରାୟଣ ଜେନା): ମୁଖ୍ୟମନ୍ତ୍ରୀଙ୍କୁ ଯାଜପୁର ଜିଲା ବିଞ୍ଝାରପୁର ଦେଶୀଗାଈ କ୍ଷୀରରେ ପ୍ରସ୍ତୁତ ଚା’ ଭାରି ସୁଆଦିଆ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ପ୍ରଶ୍ନକାଳରେ ପ୍ରମିଳା ଦେଶୀଗାଈ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି, ଯେଉଁ ବୈଠକରେ ବାଚସ୍ପତି ମଧ୍ୟ ଉପସ୍ଥିତ ଥିଲେ। ତେଣୁ ସରକାର ଦେଶୀଗାଈ ବଂଶବୃଦ୍ଧି ପାଇଁ କ’ଣସବୁ ଯୋଜନା ରଖିଛନ୍ତି ତାହା ଗୃହକୁ ଜଣାନ୍ତୁ। ସେ ପୁଣି କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କୁ ସରକାର ଦେଶୀଗାଈ ଯୋଗାଇଦେବେ କି? ଏହାସହିତ ଯେଉଁ ଗୋରୁ ବୁଢ଼ା ହେଉଛନ୍ତି ତାଙ୍କ ସୁରକ୍ଷା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ। ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଦେଶୀଗାଈ ବଂଶ ବୃଦ୍ଧିକୁ ସର୍ୱାଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ୧ ଟନ୍‌ ଦେଶୀଘିଅ ଲଗାଯାଉଛି। ଆଗାମୀ ଦିନରେ ଜାତୀୟସ୍ତର ସହିତ ଓଡ଼ିଶାରେ କିଭଳି ଦୁଗ୍ଧ ଅଧିକ ଉତ୍ପାଦନ ହେବ, ସେଥିପ୍ରତି ଗୁରୁତ୍ୱ ଦିଆଯିବ।
ଅବସରରେ ମୂଳ ପ୍ରଶ୍ନକର୍ତ୍ତା ବିଜେଡି ସଦସ୍ୟ ଅରୁଣ ସାହୁ ଜାତୀୟସ୍ତରରେ ଏବଂ ରାଜ୍ୟରେ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ କେତେ ରହିଛି ତା’ର ତୁଳନାତ୍ମକ ତଥ୍ୟ ମନ୍ତ୍ରୀଙ୍କଠାରୁ ଲୋଡ଼ିଥିଲେ। ଏହାସହିତ ଲକ୍ଷ୍ୟଧାର୍ଯ୍ୟ ପୂରଣ ଲାଗି ସରକାରଙ୍କ କ’ଣସବୁ ଯୋଜନା ରହିଛି ଏବଂ ଅଦ୍ୟାବଧି କେତେଜଣ କୃଷକଙ୍କୁ କେତେ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଉତ୍ତରରେ କହିଛନ୍ତି, ଜାତୀୟସ୍ତରରେ ଦୁଗ୍ଧ ମୁଣ୍ଡ ପିଛା ୩୦୦ ଗ୍ରାମ୍‌ ଉତ୍ପାଦନ ହେଉଥିବାବେଳେ ରାଜ୍ୟରେ ଏହି ହାର ୧୬୫ ଗ୍ରାମ୍‌ ରହିଛି। ଗ୍ରାମାଞ୍ଚଳ ଦୁଗ୍ଧଚାଷୀଙ୍କ ବିକାଶ ଲାଗି ସରକାର ବହୁବିଧ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୫,୩୫୪ ହିତାଧିକାରୀଙ୍କୁ ୬୪.୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ୯୬ ହଜାର ଲିଟର ଦୁଗ୍ଧ ଉତ୍ପାଦନ ବଢ଼ିଛି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ଆତ୍ମବିଶ୍ୱାସ ଭାଜପାକୁ ପଡିଲା ମହଙ୍ଗା! ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ନୀତିନ ନବୀନ, କହିଲେ…

ପାଟନା,୪।୮: ଦେଶର ତିନୋଟି ରାଜ୍ୟର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇଛି। ବିହାରର ବାଙ୍କିପୁର ଏବଂ ମଧ୍ୟପ୍ରଦେଶର ଦାତିଆ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ…

ଗୌତମ ଗମ୍ଭୀରଙ୍କ ଚାକିରି ବିପଦରେ! ବିଗୁଡୁଛି ଡ୍ରେସିଂ ରୁମର ମାହୋଲ

ନୂଆଦିଲ୍ଲୀ,୪।୮: ଗୌତମ ଗମ୍ଭୀର ହେଡ କୋଚ୍‌ ହେବା ପରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ…

ଅଭିଜିତଙ୍କ ନାଁରେ ସାଂଘାତିକ ଅଭିଯୋଗ: ତୁରନ୍ତ ଗିରଫ କରିବାକୁ ତେଜିଲା ଦାବି

ନୂଆଦିଲ୍ଲୀ,୪।୮: ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଫୈଜାନ ଅନସାରୀ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଡିପକେଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ…

ନିଜ ଗଡ଼ରେ ହାରିବା ପରେ ଚିନ୍ତାରେ ଭାଜପା: ରଣନୀତିରେ ହେବ ବଡ଼ ପରବର୍ତ୍ତନ

ପାଟନା,୪।୮: ବାଙ୍କିପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ବିହାରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିକଳ୍ପ ଭାବରେ…

ଟ୍ରମ୍ପଙ୍କ ଉପରେ ବଢିବ ଚାପ! ଭାରତ ସମେତ ୬୦ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ଉପରେ ମାମଲା ରୁଜୁ କଲେ ୨୫ଟି ଆମେରିକା ରାଜ୍ୟ

ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ପୁଣି ଥରେ ଆଇନଗତ ବିବାଦରେ ଫସିଛି। ଡେମୋକ୍ରାଟମାନଙ୍କ ଦ୍ୱାରା ଶାସିତ ୨୫ଟି ଆମେରିକା ରାଜ୍ୟ ଟ୍ରମ୍ପ…

ଆମେରିକାରେ ହଇଚଇ! ଇରାନ ଉପରେ ଆକ୍ରମଣ ଯୋଜନା ଲିକ; ଏମାନଙ୍କୁ ଦାୟୀ କଲେ ଟ୍ରମ୍ପ…

ଓ୍ବାଶିଂଟନ,୪।୮: ଘଟଣାକ୍ରମ ପରେ, ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଯୋଜନା ବନ୍ଦ କରିଛି। ଟ୍ରମ୍ପ ଏହି ନିଷ୍ପତ୍ତି ପାଇଁ କାତାର ଏବଂ ୟୁଏଇର ମଧ୍ୟସ୍ଥତା…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

‘ବିମାନ ବନ୍ଦରରୁ ସିଧା ଫାଶୀ ଖୁଣ୍ଟ…’, ହାସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ମିଳିଲାନି ଧମକ

ଢାକା,୪।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ 2024 ରୁ ଭାରତରେ ରହୁଛନ୍ତି; କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ସେ ସେଠାରେ ରହିଛନ୍ତି। ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri