ଆମ୍ବ, ନଡ଼ିଆ, କାଜୁ ବଗିଚା ନାଁରେ ଅର୍ଥ ଆତ୍ମସାତ୍‌

କୋରେଇ,୨୯।୬(ଚନ୍ଦ୍ରକାନ୍ତ ପତି): କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ଗାଁ ଗହଳିର ହିତାଧିକାରୀଙ୍କ ନାମରେ ଆମ୍ବ, ନଡ଼ିଆ, କାଜୁ ଆଦି ମିଥ୍ୟା ବଗିଚା ସୃଷ୍ଟି କରି ଉଦ୍ୟାନ ବିଭାଗର କେତେଜଣ କର୍ମଚାରୀ ସମସ୍ତ ଅର୍ଥ ଆତ୍ମସାତ୍‌ କରିଛନ୍ତି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଉଦ୍ୟାନ ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ଜିଲାରେ ୫,୦୨୫ଟି ଆମ୍ବ, କାଜୁ ଏବଂ ନଡ଼ିଆ ବଗିଚା ସୃଷ୍ଟି କରାଯାଇଛି। ଏଥିମଧ୍ୟରୁ ୩,୩୨୬ଟି ବଗିଚା ସମ୍ପୂର୍ଣ୍ଣ ହୋଇଥିବାବେଳେ ୧,୬୯୯ଟି ବଗିଚାର କାମ ଚାଲୁରହିଛି। କେବଳ କୋରେଇ ବ୍ଲକରେ ୧୩୬ ଜଣ ହିତାଧିକାରୀଙ୍କ ବଗିଚାରେ ଚାରାରୋପଣ କାର୍ଯ୍ୟ ଚାଲୁ ରହିବା ସହ ୨୫୫ ଜଣ ହିତାଧିକାରୀ ବଗିଚା ସମ୍ପୂର୍ଣ୍ଣ ହୋଇଥିବା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ହେଲେ ହିତାଧିକାରୀମାନଙ୍କୁ ଭେଟିଲେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଜଣାପଡୁଛି। କେବଳ କାଗଜକଲମରେ ଆମ୍ବ, ନଡ଼ିଆ, କାଜୁ ବଗିଚା ସୃଷ୍ଟି କରାଯାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିି ଯୋଜନା) ମାଧ୍ୟମରେ ବିପୁଳ ଅର୍ଥ ଆତ୍ମସାତ୍‌ ହୋଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅନ୍ଧାରୀ ପଞ୍ଚାୟତର ତ୍ରିଲୋଚନ ମିଶ୍ରଙ୍କ ନାମରେ ଆମ୍ବ ବଗିଚା ନାମରେ ୪୯ ହଜାର ଟଙ୍କାର ବିଲ୍‌ କରାଯାଇଥିବାବେଳେ ବାସ୍ତବରେ ତ୍ରିଲୋଚନଙ୍କ କୌଣସି ଆମ୍ବ ବଗିଚା ନ ଥିବା ଜଣାପଡ଼ିଛି। ଅନୁରୂପ ଭାବରେ ନିତ୍ୟାନନ୍ଦ ଦାସଙ୍କ ନାମରେ ୯୫ ହଜାର ଟଙ୍କାର ମିଥ୍ୟା ବିଲ୍‌ କରାଯାଇଛି। ସେହି ପଞ୍ଚାୟତର ମହେନ୍ଦ୍ର ମହାକୁଡ଼, ଅଲେଖ ମହାକୁଡ଼, ଆଦିକନ୍ଦ ଦାସ, ପ୍ରସନ୍ନ କୁମାର ଦାସ, ପ୍ରକାଶ ଚନ୍ଦ୍ର ଦାସ, ରଙ୍ଗଲତା ଖୁଣ୍ଟିଆ, ପର୍ଶୁରାମ ଦାସ, ଅନାମ ଦାସ, କପିଳ ଚନ୍ଦ୍ର ଦାସ ପ୍ରମୁଖ ହିତାଧିକାରୀଙ୍କ ନାମରେ ମିଥ୍ୟା କାଜୁ ବଗିଚା ଏବଂ ନଡ଼ିଆ ବଗିଚା ଦର୍ଶାଇ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି। ହିତାଧିକାରୀଙ୍କୁ ଭେଟିଲେ କୌଣସି ଗଛର ଚିହ୍ନବର୍ଣ୍ଣ ମିଳୁନାହିଁ। ଅନ୍ୟ କେତେଜଣ ହିତାଧିକାରୀଙ୍କୁ ଅଧା ଚାରା ଦେଇ ଅଧା ବାହାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି କମ୍ପୋଷ୍ଟ, ପ୍ଲାଷ୍ଟିକ ଜାଲି ଆଦି ସାମଗ୍ରୀ ଏବଂ ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ନ ଦେଇ ଏହାକୁ ଅଧିକାରୀମାନେ ଆତ୍ମସାତ୍‌ କରିଥିବା ଅଭିଯୋଗ ହେଉଛି। କେବଳ ଅନ୍ଧାରୀ ପଞ୍ଚାୟତ ନୁହେଁ, କୋରେଇ ବ୍ଲକର ସମସ୍ତ ପଞ୍ଚାୟତରେ ଏହି ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ଏନେଇ ଉଦ୍ୟାନ ସମ୍ପ୍ରସାରଣ ସାଥୀ କାଳନ୍ଦୀ ଚରଣ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବରୁ କ’ଣ ହେଉଥିଲା ସେ ଜାଣିନାହାନ୍ତି, ଏବେ ଠିକ୍‌ ଚାଲିଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri