ମୁକ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ

ଜଗତସିଂହପୁର ଅଫିସ, ୩୦।୭: କୋଭିଡ୍‌-୧୯ ଯୋଗୁ ରାଜ୍ୟର ବହୁ ଲୋକ ଜୀବିକା ହରାଇଥିଲେ । ବିଶେଷକରି ଗରିବ ଓ ପ୍ରବାସୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଏନେଇ ସହରାଞ୍ଚଳ ଗରିବ ଓ ପ୍ରବାସୀଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା ଯୋଜନା) କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନାରେ ବର୍ଷା ଜଳ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ୧ା୨ା୨୧ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଉଦ୍‌ଘାଟନ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ଜଗତ୍‌ସିଂହପୁର ପୌରାଞ୍ଚଳରେ ଚଳିତ ବର୍ଷ ୨୬୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ପ୍ରତି ପ୍ରକଳ୍ପର ମୂଲ୍ୟ ୪୨ ହଜାର ଟଙ୍କା ରହିଥିବାରୁ ମୋଟ ୧,୧୦,୪୬,୦୦୦ ଟଙ୍କା ବ୍ୟୟ ବରାଦ କରାଯାଇଛି।a କିନ୍ତୁ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହାକୁ ଗୁରୁତ୍ୱର ସହ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ କିଛି ତଥ୍ୟ ଦେବାକୁ ୨୮ଜୁଲାଇ ୨୦୨୨ରେ ଚିଠି ହୋଇଛି। ଜଗତ୍‌ସିଂହପୁର ଭିଜିଲାନ୍ସ ଡିଏସ୍‌ପି ତାଙ୍କ ଚିଠି ସଂଖ୍ୟା ନଂ.୪୯୪ରେ ଉଲ୍ଲେଖ କରିଛନ୍ତି, ମୁକ୍ତା ଯୋଜନାରେ ବର୍ଷାଜଳ ସଂରକ୍ଷଣ ପାଇଁ ହୋଇଥିବା ପ୍ରକଳ୍ପରେ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରକଳ୍ପ ଚୟନ, ଅନୁଦାନ ଅନୁମୋଦନ ସହ ଏହାର ଏକାଉଣ୍ଟ ସଂଖ୍ୟା, ଚୟନ ଦାୟିତ୍ୱରେ ଥିବା କାର୍ଯ୍ୟାନ୍ବୟନ ସଂସ୍ଥା ଇତ୍ୟାଦିର ସୂଚନା ଦିଆଯାଉ। ପୌରାଞ୍ଚଳରେ କେତୋଟି ପ୍ରକଳ୍ପ ହୋଇଛି, କେଉଁଠି ହୋଇଛି, ଏହାର ଆକଳନ ମୂଲ୍ୟ, କାର୍ଯ୍ୟାଦେଶ, ଶେଷ ହୋଇଥିବା ପ୍ରକଳ୍ପର ସାର୍ଟିଫିକେଟ୍‌, କେଉଁ ଆଧାରରେ ଟଙ୍କା ଦିଆଯାଇଛି ଇତ୍ୟାଦି ସ୍ପଷ୍ଟ କରାଯାଉ। ଏଥିସହ କେତେଜଣ ହିତାଧିକାରୀ ଅଛନ୍ତି ସେମାନଙ୍କ ନାଁ, ଠିକଣା, ପ୍ଲଟ ସଂଖ୍ୟା, ଖାତା ସଂଖ୍ୟା ମଧ୍ୟ ଦିଆଯାଉ। ପ୍ରକଳ୍ପ ଅନୁଯାୟୀ ଫାଇଲ, କ୍ୟାଶ ବୁକ୍‌, ରିଜଲ୍ୟୁଶନ୍‌ ବହି ଇତ୍ୟାଦି ଦାଖଲ କରାଯାଉ। ଏହାଛଡ଼ା ପ୍ରକଳ୍ପ କାର୍ଯ୍ୟାନ୍ବୟନ ପାଇଁ ନିଯୁକ୍ତ କର୍ମଚାରୀଙ୍କ ନାଁ ଓ ପଦବୀ ଆଦି ଯଥାଶୀଘ୍ର ଦିଆଯାଉ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇ ପାରିବ ବୋଲି ଚିଠିରେ ଦର୍ଶାଯାଇଛି । ଭିଜିଲାନ୍ସ ଡିଏସ୍‌ପିଙ୍କ ଏହି ଚିଠି ଏବେ ମୋବାଇଲରୁ ମୋବାଇଲ ବୁଲୁଛି। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି କହିଛନ୍ତି ବାସ୍ତବରେ ଯୋଜନା ଅନୁଯାୟୀ ଉପରଠାଉରିଆ ଭାବେ କାମ କରାଯାଇ ଅର୍ଥ ଆତ୍ମସାତ ପାଇଁ ଉଦ୍ୟମ ହୋଇଛି। କମ୍‌ ଗଭୀରତାରେ ଗାତ ଖୋଳାଯାଇ ନନ୍ଦ ବସାଯାଉଛି। ତା’ଭିତରେ ଗୋଡି, ବାଲି ଆଦି ଆବଶ୍ୟକ ପରିମାଣର ରହୁନି। ପ୍ରକଳ୍ପର ଓସାର ଓ ଲମ୍ବ କମ୍‌ ରହୁଛି। ନିମ୍ନ ମାନର କାମ କରାଯାଇ ଅର୍ଥ ଆତ୍ମସାତ ହେଉଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ସ୍ବୟଂ ସହାୟିକା ଗୋଷ୍ଠୀଗୁଡିକୁ ଏହି ଦାୟିତ୍ୱ ଦିଆଯାଇଛି। କୌଣସି ସ୍ଥାନରେ ଅଭିଯୋଗ ଆସିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଭିତରେ କିଛି ଅଭିଯୋଗ ଆସିଥିବାରୁ ତା’ଉପରେ ଅନୁଧ୍ୟାନ ଚାଲିଛି। କିନ୍ତୁ ସେ ଦାୟିତ୍ୱ ନେବା ପରଠାରୁ ଏ ପର୍ଯ୍ୟନ୍ତ କାହାରିକୁ ଅର୍ଥ ଦିଆଯାଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri