ଧାନ କିଣାବିକାରେ ଦୁର୍ନୀତି ଅଭିଯୋଗ: ୧୦ ରାଜନୈତିକ ଦଳର ଗଣଧାରଣା

ଭୁବନେଶ୍ବର, ୧୦ା୨(ବ୍ୟୁରୋ):ଚଳିତବର୍ଷ ଚାଷୀ ଉତ୍ପାଦିତ ଧାନ ବିକ୍ରି କରିବାରେ ଘୋର କ୍ଷତି ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଣା ସମୟରେ କଟ୍‌ନୀ ଛଟ୍‌ନୀ ଦ୍ୱାରା ଶୋଷଣ କରାଯାଉଛି। ସରକାର ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଇ ସରକାରୀ କ୍ରୟ କେନ୍ଦ୍ରରେ ଧାନ ବିକ୍ରି କରିବାର ଅଧିକାର ଦେଉନାହାନ୍ତି। ଚାଷୀଙ୍କୁ ମିଳିବାକୁ ଥିବା ଅନ୍ୟାନ୍ୟ ସୁବିଧା ମଧ୍ୟ ସେମାନଙ୍କୁ ଦିଆଯାଉ ନାହିଁ। ଧାନ କିଣାବିକାରେ ପ୍ରବଳ ଦୁର୍ନୀତି ହେଉଛି। ଚାଷୀଙ୍କୁ ବିକ୍ରି ଦେୟ ପ୍ରଦାନରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦରେ ୧୦ ବିରୋଧୀ ରାଜନୈତିକ ଦଳକୁ ନେଇ ଗଠିତ ଓଡିଶା ବଞ୍ଚାଅ ଅଭିଯାନ ପକ୍ଷରୁ ଲୋୟର ପିଏମ୍‌ଜିରେ ରାଜ୍ୟସ୍ତରୀୟ ଗଣଧାରଣା ଦିଆଯାଇଥିଲା। ଏଥିରେ ସମତାକ୍ରାନ୍ତି ଦଳ, ସିପିଆଇ(ଏମ୍‌), ସିପିଆଇ, ସିପିଆଇ(ଏମ୍‌ଏଲ) ଲିବରେଶନ, ସମାଜବାଦୀ ପାର୍ଟି, ଆର୍‌ଜେଡି, ଜେଡିୟୁ, ଆର୍‌ପିଆଇ ଆଦି ୧୦ ରାଜନୈତିକ ଦଳ ଏଥିରେ ସାମିଲ ହୋଇଥିଲେ। ସରକାର କଟନୀ ଛଟନୀ ବନ୍ଦ କରିବା ସହ ଚାଷୀଙ୍କଠାରୁ ଧାନ କିଣି ସେମାନଙ୍କ ଦେୟ ତୁରନ୍ତ ପ୍ରଦାନ କରନ୍ତୁ ବୋଲି ବାମପନ୍ଥୀ ଦଳର ନେତାମାନେ ସମ୍ମିଳିତ ସ୍ବର ଉଠାଇଛନ୍ତି।
ଧାନ କୁଇଣ୍ଟାଲ ପ୍ରତି ୨୯୫୦ ଟଙ୍କା ହେବା ଦରକାର ବୋଲି ବିଧାନସଭାରେ ରାଜ୍ୟ ସରକାର ଏକ ସର୍ବଦଳୀୟ ସଂକଳ୍ପ ପାରିତ କରିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସରକାର ଚୁପ୍‌ ରହିଛନ୍ତି। ଅନ୍ୟ କେତେକ ରାଜ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ଦର ଉପରେ ବୋନସ୍‌ ଦେଉଥିଲେ ସୁଦ୍ଧା ଓଡ଼ିଶା ତାହା କରୁନାହିଁ। ପ୍ରତ୍ୟେକ ବର୍ଷ ଧାନ କିଣା ଏବଂ ବିକ୍ରିରେ ୩ ହଜାର କୋଟି ଟଙ୍କାର ଦୁର୍ନୀତି ହେଉଥିବା ବାମପନ୍ଥୀ ଦଳଗୁଡିକ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ସରକାରୀ ବ୍ୟବସ୍ଥାକୁ ଉଚ୍ଛେଦ କରି କର୍ପୋରେଟଙ୍କ ହାତରେ ଧାନ କ୍ରୟ
ବ୍ୟବସ୍ଥା ଟେକି ଦେବାକୁ ପ୍ରବଳ ଆଗ୍ରହ ଦେଖାଇ ଆସୁଛନ୍ତି। ଏହାଦ୍ୱାରା ଖୁଚୁରା ବଜାରରେ ଚାଉଳ ଦର କମ୍ପାନୀମାନେ ସ୍ଥିର କରିବେ। ଚାଷୀମାନେ ଆହୁରି କମ୍‌ ଦରରେ ଧାନ ବିକିବାକୁ ବାଧ୍ୟ ହୋଇଯିବେ। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ସରକାର ଆଣିଥିବା ବଜେଟରେ ଖାଦ୍ୟ ନିରାପତ୍ତା ବାବଦକୁ ୯୦ ହଜାର କୋଟି ଟଙ୍କା, ସାର ସବ୍‌ସିଡି ବାବଦକୁ ୫୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଷାନ ଫଣ୍ଡ ୬୮ ହଜାର କୋଟି ଟଙ୍କାକୁ କମାଇ ୬୦ ହଜାର କୋଟି କରିବା ଯୋଗୁ ଏଥିରୁ ଅନେକ ଚାଷୀ ବଞ୍ଚତ୍ତ ହେବାର ଆଶଙ୍କା ରହିଛି ବୋଲି ନେତାମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri