ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୦।୨:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ ‘୧୨ମିମି ଆଲୁମିନିୟମ ତାର’ର ଉନ୍ମୋଚନ କରାଯାଇଛି। ଏପରିକି ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ରୁ ଉତ୍ପାଦିତ ଉକ୍ତ ଉତ୍ପାଦକୁ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩ ପରିସରରେ ଉଦ୍‌ଘାଟନ ବା ଶୁଭାରମ୍ଭ କରାଯାଇଛି। ବିଶେଷକରି ବିଦ୍ୟୁତ୍‌ ଶିଳ୍ପ ପାଇଁ ଉକ୍ତ ଉତ୍ପାଦ ବେଶ୍‌ ଉପଯୋଗୀ ଓ ସର୍ବାଧିକ ଆବଶ୍ୟକତା ରହିଛି। ସେହିଭଳି କମ୍ପାନୀର ଝାରସୁଗୁଡ଼ା ଓ ବାଲ୍‌କୋ ୟୁନିଟ୍‌ ସ୍ମେଲଟରରେ ଏହା ଉତ୍ପାଦନ କରାଯାଉଛି। ବିଶେଷକରି ଅତ୍ୟାଧୁନିକ ପ୍ରପର୍ଜି କ୍ରମାଗତ କାଷ୍ଟିଂ ଟେକ୍ନୋଲୋଜି ବ୍ୟବହାରକରି କମ୍ପାନୀ ୧୨ମି.ମି. ତାର ପ୍ରସ୍ତୁତ କରିଛି। ଏପରିକି ଟ୍ରାନ୍ସଫର୍ମର, ଅଟୋମୋବାଇଲ ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର କରାଯାଇପାରିବ। ଏହି ତାରଗୁଡ଼ିକ ବେଦାନ୍ତର ଟପ୍‌ ଅଫ୍‌ ଲାଇନ ଅଫର ପାଇଁ ତାର ସେଗ୍‌ମେଣ୍ଟରେ ସର୍ବଶେଷ ଉପତ୍ାଦ। ଏଥିରେ ୭.୬ ମି.ମି. ଓ ୧୫ ମି.ମି. ଇସି ଗ୍ରେଡ୍‌ ତାର ରଡ୍‌, ଆଲୟ ତାର ଓ ପ୍ଲିପ୍‌ କଏଲ ଅନ୍ତର୍ଭୁକ୍ତ ରହିଛି। ଏହାର ମିଲିରେ ନିର୍ମିତ ଉଚ୍ଚ ସଠିକତା ସ୍ବୟଂଚାଳିତ ଗୁଣ ସହ ବେଦାନ୍ତ ଆଲୁମିନିୟମ ଦ୍ୱାରା ଉପତ୍ାଦିତ ଉକ୍ତ ତାର ଗ୍ରାହକଙ୍କ ଆବଶ୍ୟକତା ଉପରେ ଆଧାରକରି ପ୍ରସ୍ତୁତ ହେଉଛି। ଏଥିରେ ୧୦୦% ପ୍ରାଥମିକ ଆଲୁମିନିୟମ ଓ ଉତ୍କୃଷ୍ଟ ଧାତୁର ସମନ୍ବୟତା ବିଶ୍ୱସ୍ତରୀୟ ସାଥୀମାନଙ୍କ ମଧ୍ୟରେ ସମତୁଲ କରାଇବ। ଭାରତୀୟ ବଜାରରେ ୧୨ମି.ମି. ତାରର ସମୀକ୍ଷା ଅତ୍ୟନ୍ତ ଉତ୍ସାହଜନକ ଓ କମ୍ପାନୀ ବର୍ତ୍ତମାନ ଏହି ଉପତ୍ାଦ ପାଇଁ ତାର ରପ୍ତାନି ବଜାରକୁ ବଢ଼ାଇବାକୁ ଚାହୁଁଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ୧୨ମି.ମ.ି ଓୟାର ରଡ୍‌ ଆମ ଉଦ୍ୟୋଗ ପାଇଁ ଏକ ସର୍ବଶେଷ ଅଫର ଓ ଏହାକୁ ଶୁଭାରମ୍ଭକରି ଆମେ ବେଶ୍‌ ଆନନ୍ଦିତ ଅଛୁ। ଏପରିକି ବିଶ୍ୱସ୍ତ ଓ ନିର୍ମଳ ଶକ୍ତି ପାଇବା ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଯେକୌଣସି ଦେଶ ଓ ତା’ର ଲୋକମାନଙ୍କ ପାଇଁ ଏହା ଏକ ପ୍ରକାର ଅର୍ଥନୈତିକ ବିକାଶ ସାଧିତ ହୋଇପାରିବ। ବିଶେଷକରି ବୈଦ୍ୟୁତିକ ଶିଳ୍ପ ପାଇଁ ଏହାର ଗୁରୁତ୍ୱ ସର୍ବାଧିକ ରହିବ। ସେହିଭଳି ବେଦାନ୍ତ ଆଲୁମିନିୟମ ଦୀର୍ଘ ଦିନରୁ ବିଜୁଳି ଶିଳ୍ପ ପାଇଁ ପସନ୍ଦର ଯୋଗାଣକାରୀ ଭାବେ ରହି ଆସିଛି। ତେଣୁ ଆମେ ସେମାନଙ୍କ ବ୍ୟବସାୟକୁ ସମର୍ଥନ କରିବା ଲାଗି ୩୬୦ ଡିଗ୍ରୀ ସମାଧାନ ଆକାରରେ ଏକ ବଣ୍ଡଲ ସୁବିଧା ଯୋଗାଇପାରିବୁ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?