Posted inଜାତୀୟ

ଦୋଷ ଲୁଚାଇବାକୁ ଯାଇ ଅଭିଯୋଗ

ନୂଆଦିଲ୍ଲୀ, ୯ା୯: ଭାରତୀୟ ସେନା ବେଆଇନ ଭାବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ପାଙ୍ଗୁଙ୍ଗଶୋକୁ ଅତିକ୍ରମ କରିଛି ବୋଲି ଚାଇନା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତ ମଙ୍ଗଳବାର ଖଣ୍ଡନ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚାଇନାର ସରକାରୀ ଗଣମାଧ୍ୟମ (ଗ୍ଲୋବାମ୍‌ ଟାଇମ୍ସ)ରେ ଭାରତର ସୀମା ଅତିକ୍ରମ ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ଭୁଲ୍‌। ନିଜ ଦୋଷ ଲୁଚାଇବାକୁ ଯାଇ ଚାଇନା ଭାରତ ବିରୋଧରେ ଆଣିଥିବା ଅଭିଯୋଗରୁ ଦୂରେଇ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ ଚେତାବନୀ ଦିଆଯାଇଛି।
ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଚାଇନା ସେନା ମଙ୍ଗଳବାର ସକାଳେ ବିବାଦୀୟ ଲଦାଖ୍‌ ଅଞ୍ଚଳରେ ପ୍ରଥମେ ଗୁଳିମାଡ଼ କରିଥିଲା। ସେନା ମୁଖ୍ୟ ଜେନେରାଲ ମନୋଜ ନରଓ୍ବାଣେ ଲଦାଖର ଦକ୍ଷିଣରେ ଚାଇନା ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜଣାଇ ଦେଇଛନ୍ତି। ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପ୍ରଥମେ ସୋମବାର ଏଲ୍‌ଏସିର ଫରଓ୍ବାର୍ଡ ପୋଜିଶନ୍‌ରେ ଆକ୍ରମଣ କରିଥିଲା। କିନ୍ତୁ ପିଏଲ୍‌ଏ ମିଛରେ ଭାରତୀୟ ସେନା ବିରୋଧରେ ଅଭିଯୋଗ ଆଣିଛି। ଏଲ୍‌ଏସିରେ କିଭଳି ଉତ୍ତେଜନା ହ୍ରାସ କରାଯାଇପାରିବ ସେ ଦିଗରେ ଭାରତ ସର୍ବାଧିକ ସତର୍କତା ଅବଲମ୍ବନ କରିଚାଲିଛି। କୌଣସି ଭାବେ ଭାରତ ଏଲ୍‌ଏସି ଅତିକ୍ରମ କରିନାହିଁ କିମ୍ବା ଆକ୍ରମଣ କରିନାହିଁ। ବରଂ ପିଏଲ୍‌ଏ ମୁଖପାରୀ ଅଞ୍ଚଳର ସାଉଥ୍‌ ବ୍ୟାଙ୍କ୍‌ ନିକଟରେ ସୋମବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଭାରତୀୟ ସୀମା ଆଡ଼କୁ ମାଡ଼ିଆସିଥିଲା। ପିଏଲ୍‌ଏର ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିବା ପରେ ଚାଇନା ଗଣମାଧ୍ୟମରେ ଭାରତ ବିରୋଧରେ ମିଛ ଅଭିଯୋଗ ଅଣାଯାଇଛି। ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାଲାଗି ଚାଇନା ଗଣମାଧ୍ୟମ ଭାରତୀୟ ସେନା ବିରୋଧରେ ମିଥ୍ୟା ଅଭିଯୋଗ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ିଛି। ସେନା ମୁଖପାତ୍ରଙ୍କ କହିବା ଅନୁଯାୟୀ, ଭାରତୀୟ ସେନା ଏଲ୍‌ଏସିରେ ଶାନ୍ତି ବଜାୟ ରଖିବା ଲାଗି କାର୍ଯ୍ୟ କରୁଛି। ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ସେନା ଏହାର ଦୃଢ଼ ଜବାବ ଦେବ ବୋଲି ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ ଜଣାଇ ଦିଆଯାଇଛି।
ସାଉଥ୍‌ ବ୍ୟାଙ୍କ୍‌ ନିକଟରେ ଦୁଇ ଦେଶ ମଧ୍ୟରେ ଅଗଷ୍ଟ ୨୯ ଓ ୩୦ ମଧ୍ୟରାତ୍ରିଠାରୁ ଉତ୍ତେଜନା ଲାଗି ରହିଛି। ପିଏଲ୍‌ଏ ବେଆଇନ ଭାବେ ଏଲ୍‌ଏସି ଅତିକ୍ରମ କରିବାକୁ ଉଦ୍ୟମ କରିବା ପରେ ଭାରତୀୟ ସେନା ତାହାକୁ ଭଣ୍ଡୁର କରିଦେଇଥିଲା। ଫଳରେ ଥାକୁଙ୍ଗରୁ ରେଚିନ୍‌ ଲା ଏବଂ ଚୁସୁଲ୍‌ ସେକ୍ଟରର କେତେକ ଅଞ୍ଚଳକୁ ଭାରତୀୟ ସେନା ଅକ୍ତିଆର କରିଥିବା ସେନା ମୁଖପାତ୍ର କହିଛନ୍ତି। ହେଲେ ପିଏଲ୍‌ଏର ମନ୍ଦ ଉଦ୍ଦେଶ୍ୟ ଧରାପଡ଼ିଯିବା ପରେ ଚାଇନା ଗଣମାଧ୍ୟମରେ ଭାରତ ବିରୋଧୀ ଅପପ୍ରଚାର କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri