ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ଅଳଙ୍କାର, ଅଢ଼େଇ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୨୮।୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ଦିନକୁ ଦିନ ଚୋରଙ୍କ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ପୂରା ସହର କମିଶନରେଟ୍‌ ପୋଲିସର ସୁରକ୍ଷା ବଳୟରେ ଥିବାବେଳେ ଦୁର୍ବୃତ୍ତମାନେ ଏହାକୁ ଭୟ କରୁନାହାନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ ମଧ୍ୟ ଚୋର ଛାଡ଼ିନାହାନ୍ତି। ନିରଞ୍ଜନଙ୍କ ନୟାପଲ୍ଲୀ ଆଇଆର୍‌ସି ଭିଲେଜସ୍ଥିତ ଏନ୍‌ ୨/୨୯ ଘରୁ ଶନିବାର-ରବିବାର ବିଳମ୍ବିତ ରାତିରେ ଜଣେ ଚୋର କଳାକନା ବୁଲାଇଛନ୍ତି। ଘରର ଦ୍ୱିତୀୟ ମହଲାରେ ଥିବା ବଡ଼ପୁଅ ଦେବଜ୍ୟୋତିଙ୍କ ବେଡ୍‌ରୁମ୍‌ରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ୨.୫ଲକ୍ଷ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।

ଏନେଇ ରବିବାର ନୟାପଲ୍ଲୀ ଥାନାରେ ଦେବଜ୍ୟୋତିଙ୍କ ଏତଲାକ୍ରମେ ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୩୦୫ ଓ ୩୩୧(୪)ରେ ଏକ ମାମଲା (ନଂ.୨୬/୨୦୨୫) ରୁଜୁ କରି ତଦନ୍ତ କରିଛି। ଜଣେ ଚୋର ଏହି କାଣ୍ଡ ଘଟାଇଥିବାବେଳେ ଘରେ ଲାଗିଥିବା ସିସିଟିଭିରେ ଏହାର ଦୃଶ୍ୟ କଏଦ ହୋଇଛି। ଗ୍ଲୋବ୍‌ସ ଓ ମୁଖା ପିନ୍ଧି ଅଭିଯୁକ୍ତ ଜଣଙ୍କ ଚୋରି କରୁଥିବା ସିସିଟିଭି ଦୃଶ୍ୟରୁ ଦେଖିବାକୁ ମିଳିଛି।

ତେବେ ଏହି ଘଟଣାକୁ ୩୯ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ଏଯାଏ ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ। ଦେବଜ୍ୟୋତି ଓ ତାଙ୍କ ସ୍ତ୍ରୀ ଘରେ ନ ଥିବାବେଳେ ଏହାର ସୁଯୋଗ ନେଇ ଚୋରି ହୋଇଛି। ରାତି ପ୍ରାୟ ୨ଟା ୩୦ରେ ଚୋର ଜଣଙ୍କ ଘରେ ପଶିଥିବା ଦେବଜ୍ୟୋତି ଏତଲାରେ ଉଲ୍ଲେଖ କରିଛନ୍ତି। ନିରଞ୍ଜନଙ୍କ ଘରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ, ପିଏସ୍‌ଓ ଓ କୁକୁର ଥିବାବେଳେ ଜଣେ ଚୋର କିଭଳି ଏହି କାଣ୍ଡ ଘଟାଇଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏତଲା ଅନୁଯାୟୀ, ରାତି ପ୍ରାୟ ୩ଟା ୪୦ ବେଳେ ଦେବଜ୍ୟୋତିଙ୍କ ସାନପୁଅ ଆଲାର୍ମ ଶୁଣି ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ। ବେଡରୁମ୍‌ର ଭିତର ପଟୁ ଚୋର ଜଣଙ୍କ କବାଟ ଲକ୍‌ କରିଥିବା ଜଣାପଡ଼ିଥିଲା। ଏହାପରେ ମାଷ୍ଟର କି ଜରିଆରେ ସୁରକ୍ଷାକର୍ମୀ କବାଟ ଖୋଲିଥିଲେ। ତେବେ ବେଡ୍‌ରୁମର ଝରକା ଖୋଲାଥିବା ଦେଖିବାକୁ ପାଇଥିଲେ। ଏଥିସହ ୱାର୍ଡରୋବ୍‌ ଖୋଲାହୋଇଥିବା ବ୍ରିଫ୍‌କେସ୍‌କୁ ଭଙ୍ଗାଯାଇ ଖୋଲାଯାଇଥିଲା। ଏହି ଘଟଣା ସମ୍ପର୍କରେ ସୋମବାର ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଟିମ୍‌ ଚେଷ୍ଟା କରୁଛନ୍ତି। କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଏହି ମାମଲାରେ ଖୁବ୍‌ଶୀଘ୍ର ସଫଳତା ମିଳିବ ବୋଲି ଡିସିପି ମିଶ୍ର କହିଛନ୍ତି।

ତେବେ ଅନ୍ୟପକ୍ଷରେ ଗତ ଡିସେମ୍ବର ୨୦ରେ ନିରଞ୍ଜନଙ୍କ ୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଚଢ଼ାଉ କରିଥିଲେ। ସେହି ସମୟରେ ଇଡି ପକ୍ଷରୁ କ’ଣ ସବୁ ଜବତ ହୋଇଥିଲା ସେନେଇ କିଛି ସୂଚନା ଦିଆଯାଇ ନ ଥିଲା। ଏବେ ନିରଞ୍ଜନଙ୍କ ଘରୁ ୫୦ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଇଡିର ଚଢ଼ାଉ ଦିଗକୁ ନେଇ ତଦନ୍ତ ହେଉଛି କି ନାହିଁ ଡିସିପି ମିଶ୍ରଙ୍କୁ ପଚାରିବାରୁ ସେ ଏନେଇ କିଛି ଜାଣି ନ ଥିବା କହିଛନ୍ତି।

ଅପରପକ୍ଷରେ ନିରଞ୍ଜନ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ବିପଦରେ ପଡ଼ିଛି। ଓଡିଶା ପୋଲିସ ଜନତାଙ୍କ ସୁରକ୍ଷାକୁ ନିଶ୍ଚିତ କରନ୍ତୁ ଏବଂ ଏହା ଭାଜପା ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ୱରକୁ ସୁରକ୍ଷିତ କରନ୍ତୁ ବୋଲି ନିରଞ୍ଜନ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?