କୃଷକ ଭବନ ଜବରଦଖଲ ଅଭିଯୋଗ

ସମ୍ବଲପୁର,୧୮ା୧୧(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଦଣ୍ଡେଇପାଲି ଗ୍ରାମ ଛକ ରାସ୍ତା କଡ଼ରେ କୃଷକ ଭବନକୁ ସ୍ଥାନୀୟ ଜଣେ ଚାଷୀ ରାମ ସାଗର ସାହୁ ଜବରଦଖଲ କରିଥିବା ନେଇ ସ୍ଥାନୀୟ କେତେଜଣ ଯୁବକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ, ପ୍ରାୟ ୨୦ବର୍ଷ ହେବ ଚାଷୀମାନଙ୍କ ପାଇଁ କୃଷକ ଭବନ ନିର୍ମାଣ କରାଯାଇଥିଲା। ଆଖପାଖ ଜମିରେ ନଡ଼ିଆ ଗଛ ଓ ବିଭିନ୍ନ ଫଳଫୁଲ ଗଛ ଲଗାଯାଇଛି। ଉକ୍ତ ଜମି ଓ ଘରକୁ ଜବରଦଖଲ କରାଯାଇଥିବାରୁ ଗ୍ରାମର ସାମୂହିକ କାର୍ଯ୍ୟ ପାଇଁ ବ୍ୟବହାରରେ ଆସିପାରୁନାହିଁ। କିଛିଦିନ ପୂର୍ବରୁ ବିଧାୟକ ନାଉରୀ ନାଏକ ଉକ୍ତ ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ହେଲେ ଜମି ଜବରଦଖଲ ଥିବାରୁ କାମ ହୋଇପାରୁନାହିଁ। ଏ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। କଶୋର ମହାକୁଡ଼, ଚନ୍ଦନ ସାହାଣୀ, ବିଭୂତି ନାଏକ, ପୂର୍ଣ୍ଣଚନ୍ଦ୍ର ବୁଡ଼େକ, ରାହୁଲ ବେହେରା ପ୍ରମୁଖଙ୍କ ସ୍ବାକ୍ଷର ରହିଛି। ଅନ୍ୟପଟୋ ଚାଷୀ ସାହୁ କହିଛନ୍ତି, କୃଷକ ଭବନ ସରକାରୀ ସମ୍ପତ୍ତି ଅଟେ। ଅସାମାଜିକ କାର୍ଯ୍ୟ ନ ହେବା ପାଇଁ ଏହାକୁ ବହୁବର୍ଷ ଧରି ରଖିଛି। ଫୁଲଫଳ ଗଛ ଲାଗି ସୌନ୍ଦର୍ଯ୍ୟକରଣ କରାଯାଇଛି। ସାମାଜିକ କାର୍ଯ୍ୟ ପାଇଁ ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଉକ୍ତ ମଣ୍ଡପକୁ ଯାଇଥିବା ରାସ୍ତା ବିଧାୟକ ପାଣ୍ଠିରୁ କଂକ୍ରିଟକରଣ କରିବାକୁ ପରାମର୍ଶ ଦେଇଥିଲି। ଏହି କୃଷକ ଭବନରେ ସ୍ଥାନୀୟ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟ କରାଯାଉଛି। ଜିଲା ଶ୍ରମ ବିଭାଗର ଏକ ଟିମ୍‌ ଅସ୍ଥାୟୀ ଭାବେ ଅଫିସ କାର୍ଯ୍ୟ କରୁଛନ୍ତି। ଶ୍ରମ ବିଭାଗର ଏକ ଶାଖା ଖୋଲିବା ପାଇଁ ଜିଲାପାଳଙ୍କଠାରେ ଅନୁରୋଧ କରାଯାଇଛି। କାଳେ ସରକାରୀ ହାତକୁ କୃଷକ ଭବନ ଚାଲିଯିବ ସେଥିପାଇଁ କେତେଜଣ ବ୍ୟକ୍ତି ସହି ପାରୁନାହାନ୍ତି। ଏହାବ୍ୟତୀତ କେତେଜଣ ଅଭିଯୋଗକାରୀ ଶକ୍ତି ଓ ଜଳସେଚନ ବିଭାଗର ୧୩ଏକର ୯୫ଡେସିମିଲ ଜମି ଜବରଦଖଲ କରିଛନ୍ତି। ଏହାକୁ ନେଇ ସଦର ଥାନା ଓ ଜିଲାପାଳଙ୍କ ପାଖରେ ଆବଶ୍ୟକ କାଗଜପତ୍ର ସହ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଜମିକୁ ସୁରକ୍ଷା ଦେବାକୁ ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?