କୃଷକ ଭବନ ଜବରଦଖଲ ଅଭିଯୋଗ

ସମ୍ବଲପୁର,୧୮ା୧୧(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଦଣ୍ଡେଇପାଲି ଗ୍ରାମ ଛକ ରାସ୍ତା କଡ଼ରେ କୃଷକ ଭବନକୁ ସ୍ଥାନୀୟ ଜଣେ ଚାଷୀ ରାମ ସାଗର ସାହୁ ଜବରଦଖଲ କରିଥିବା ନେଇ ସ୍ଥାନୀୟ କେତେଜଣ ଯୁବକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ, ପ୍ରାୟ ୨୦ବର୍ଷ ହେବ ଚାଷୀମାନଙ୍କ ପାଇଁ କୃଷକ ଭବନ ନିର୍ମାଣ କରାଯାଇଥିଲା। ଆଖପାଖ ଜମିରେ ନଡ଼ିଆ ଗଛ ଓ ବିଭିନ୍ନ ଫଳଫୁଲ ଗଛ ଲଗାଯାଇଛି। ଉକ୍ତ ଜମି ଓ ଘରକୁ ଜବରଦଖଲ କରାଯାଇଥିବାରୁ ଗ୍ରାମର ସାମୂହିକ କାର୍ଯ୍ୟ ପାଇଁ ବ୍ୟବହାରରେ ଆସିପାରୁନାହିଁ। କିଛିଦିନ ପୂର୍ବରୁ ବିଧାୟକ ନାଉରୀ ନାଏକ ଉକ୍ତ ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ହେଲେ ଜମି ଜବରଦଖଲ ଥିବାରୁ କାମ ହୋଇପାରୁନାହିଁ। ଏ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। କଶୋର ମହାକୁଡ଼, ଚନ୍ଦନ ସାହାଣୀ, ବିଭୂତି ନାଏକ, ପୂର୍ଣ୍ଣଚନ୍ଦ୍ର ବୁଡ଼େକ, ରାହୁଲ ବେହେରା ପ୍ରମୁଖଙ୍କ ସ୍ବାକ୍ଷର ରହିଛି। ଅନ୍ୟପଟୋ ଚାଷୀ ସାହୁ କହିଛନ୍ତି, କୃଷକ ଭବନ ସରକାରୀ ସମ୍ପତ୍ତି ଅଟେ। ଅସାମାଜିକ କାର୍ଯ୍ୟ ନ ହେବା ପାଇଁ ଏହାକୁ ବହୁବର୍ଷ ଧରି ରଖିଛି। ଫୁଲଫଳ ଗଛ ଲାଗି ସୌନ୍ଦର୍ଯ୍ୟକରଣ କରାଯାଇଛି। ସାମାଜିକ କାର୍ଯ୍ୟ ପାଇଁ ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଉକ୍ତ ମଣ୍ଡପକୁ ଯାଇଥିବା ରାସ୍ତା ବିଧାୟକ ପାଣ୍ଠିରୁ କଂକ୍ରିଟକରଣ କରିବାକୁ ପରାମର୍ଶ ଦେଇଥିଲି। ଏହି କୃଷକ ଭବନରେ ସ୍ଥାନୀୟ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟ କରାଯାଉଛି। ଜିଲା ଶ୍ରମ ବିଭାଗର ଏକ ଟିମ୍‌ ଅସ୍ଥାୟୀ ଭାବେ ଅଫିସ କାର୍ଯ୍ୟ କରୁଛନ୍ତି। ଶ୍ରମ ବିଭାଗର ଏକ ଶାଖା ଖୋଲିବା ପାଇଁ ଜିଲାପାଳଙ୍କଠାରେ ଅନୁରୋଧ କରାଯାଇଛି। କାଳେ ସରକାରୀ ହାତକୁ କୃଷକ ଭବନ ଚାଲିଯିବ ସେଥିପାଇଁ କେତେଜଣ ବ୍ୟକ୍ତି ସହି ପାରୁନାହାନ୍ତି। ଏହାବ୍ୟତୀତ କେତେଜଣ ଅଭିଯୋଗକାରୀ ଶକ୍ତି ଓ ଜଳସେଚନ ବିଭାଗର ୧୩ଏକର ୯୫ଡେସିମିଲ ଜମି ଜବରଦଖଲ କରିଛନ୍ତି। ଏହାକୁ ନେଇ ସଦର ଥାନା ଓ ଜିଲାପାଳଙ୍କ ପାଖରେ ଆବଶ୍ୟକ କାଗଜପତ୍ର ସହ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଜମିକୁ ସୁରକ୍ଷା ଦେବାକୁ ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଥିଲେ। ମଧୁବାବୁଙ୍କ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri