ଏସ୍‌ସିବି ମେଡିକାଲରୁ ଶିଶୁ ଚୋରି ଅଭିଯୋଗ

କଟକ ଅଫିସ,୨୭ା୯:ଏସ୍‌ସିବି ମେଡିକାଲରୁ ସୋମବାର ଏକ ଶିଶୁକନ୍ୟା ଚୋରିକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଏବଂ ମଙ୍ଗଳାବାଗ ଥାନା ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ଏହି ଚୋରି ଅଭିଯୋଗର ତଦନ୍ତ କରିବାବେଳେ ପୋଲିସକୁ ଅନ୍ୟ ଏକ ଶିଶୁପୁତ୍ର ନିଖୋଜର ତଥ୍ୟ ମିଳିଛି। ଏହି ଘଟଣାରେ ଏକ ର଼୍ୟାକେଟ୍‌ କାମ କରୁଥିବା ସନ୍ଦେହ କରି ପୋଲିସ ଏକ ଦମ୍ପତିଙ୍କୁ ଅଟକ ରଖି ତନାଘନା ଚଳାଇଛି।
ସୂଚନା ଅନୁଯାୟୀ, ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପୁରୀ ଜିଲା ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ କୁମାର ଜେନାଙ୍କ ସ୍ତ୍ରୀ ଗତ ଗୁରୁବାର ଯାଅଁାଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବାବେଳେ ଅନ୍ୟ ଜଣେ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସୋମବାର କହିଥିଲେ। ଏକ ଶିଶୁକନ୍ୟା ମାଆ ସହିତ ପ୍ରସୂତି ଓ୍ବାର୍ଡରେ ଚିକିତ୍ସାଧୀନ ରହିଥିବାବେଳେ ଜଣ୍ଡିସ ଆକ୍ରାନ୍ତ ଶିଶୁ କନ୍ୟାକୁ ଏସ୍‌ଏନ୍‌ସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପରିବାର ଲୋକେ ଅପରାହ୍ନ ୫ଟା
ବେଳକୁ ଏସ୍‌ଏନ୍‌ସିୟୁରେ ଶିଶୁକନ୍ୟାକୁ ପାଇ ନ ଥିଲେ। ଶିଶୁକନ୍ୟା ଚୋରି ହୋଇଯାଇଥିବା ନେଇ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ମେଡିକାଲର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ମେଡିକାଲର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲା। ଏହି ସମୟରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀର ସୁଜନ କୁମାର ବେହେରା ତାଙ୍କ ବୋହୂ ଦୀପ୍ତିରାଣୀ ରାଉତଙ୍କ ସହ ଏକ ଶିଶୁକନ୍ୟାକୁ ସାଙ୍ଗରେ ଧରି ପହଞ୍ଚତ୍ଥିଲେ। ସୁଜନ କହିଥିଲେ, ତାଙ୍କ ପୁତ୍ର ବବ୍‌ଲୁଙ୍କ ସ୍ତ୍ରୀ ଦୀପ୍ତିରାଣୀ ଏଠାରେ ଏକ ଶିଶୁପୁତ୍ର ଜନ୍ମ ଦେଇ ଏସ୍‌ଏନ୍‌ସିୟୁରେ ୨୧ ଦିନ ରହିବା ପରେ ସୋମବାର ଅପରାହ୍ନରେ ଡିସ୍‌ଚାର୍ଜ ହୋଇଥିଲେ। ଏହି ସମୟରେ ସେମାନେ ଭୁଲ୍‌ବଶତଃ ଶିଶୁକନ୍ୟାକୁ ନେଇଯାଇଥିଲେ। ଡିସ୍‌ଚାର୍ଜ ହେବାବେଳକୁ ଶିଶୁକନ୍ୟାଟି ଏକ ହଗିସ୍‌ ପିନ୍ଧିଥବାରୁ ସେମାନେ ହଠାତ୍‌ ପୁଅ କି ଝିଅ ଜାଣିପାରି ନ ଥିଲେ। ଘରେ ହଗିସ୍‌ ଖୋଲିବାରୁ ଶିଶୁଟି କନ୍ୟାସନ୍ତାନ ବୋଲି ଜଣାପଡ଼ିଥିଲା। ଏହାପରେ ସେମାନେ ତୁରନ୍ତ ତାହାକୁ ଫେରାଇ ଦେବାକୁ ଆସିଛନ୍ତି। ସେ ଶିଶୁକନ୍ୟାକୁ ଫେରାଇ ଦେବା ସହ ନିଜ ଶିଶୁପୁତ୍ରକୁ ନେବା ପାଇଁ ଜିଦ୍‌ ଧରି ପାଟିତୁଣ୍ଡ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୋଲିସ ତାଙ୍କୁ ବୁଝାଶୁଝା କରିଥିଲେ। ତେବେ ସମ୍ପୃକ୍ତ ଶିଶୁକନ୍ୟା ତୋଫାନଙ୍କ ସ୍ତ୍ରୀଙ୍କର ବୋଲି ଚିହ୍ନଟ କରାଯାଇଥିଲା। ଅନ୍ୟପକ୍ଷରେ ଶିଶୁପୁତ୍ର ନିଖୋଜ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି। ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଏବଂ ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଜେନା କହିଛନ୍ତି, ନିଖୋଜ ଶିଶୁକନ୍ୟା ମିଳିଛି। ସମ୍ପୃକ୍ତ ନିଖୋଜ ଶିଶୁପୁତ୍ରକୁ ଖୋଜା ଚାଲିଛି। ଏ ନେଇ ଅପହରଣ ମାମଲା ରୁଜୁ ସହ ଏକ ଦମ୍ପତିଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି। ସେହିପରି ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ସମ୍ପୃକ୍ତ ଶିଶୁପୁତ୍ର ଘଟଣା ନେଇ ଆମେ ଦ୍ବନ୍ଦ୍ୱରେ ଅଛୁ। ସମ୍ପୃକ୍ତ ମହିଳା କିମ୍ବା ତାଙ୍କ ଶିଶୁପୁତ୍ର ସମ୍ପର୍କରେ ଆମ ନିକଟରେ କିଛି ତଥ୍ୟ ନାହିଁ। ତଥାପି କାଗଜପତ୍ର ଖୋଜା ଚାଲିଛି। ଅନ୍ୟପକ୍ଷରେ ଶିଶୁ ଚୋରି ସମେତ ଅନ୍ୟାନ୍ୟ ଆପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ମେଡିକାଲରେ ସିସିଟିଭି କ୍ୟାମେରା ଲାଗିଥିବାବେଳେ ଏଭଳି କାର୍ଯ୍ୟ କେମିତି ସମ୍ଭବ ହୋଇପାରିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଶ୍ୱସ୍ତରୀୟ ପଥରେ ଅଗ୍ରସର ହେଉଥିବା ଏସ୍‌ସିବି ମେଡିକାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଏଭଳି କାରନାମା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri