ଏସ୍‌ସିବି ମେଡିକାଲରୁ ଶିଶୁ ଚୋରି ଅଭିଯୋଗ

କଟକ ଅଫିସ,୨୭ା୯:ଏସ୍‌ସିବି ମେଡିକାଲରୁ ସୋମବାର ଏକ ଶିଶୁକନ୍ୟା ଚୋରିକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଏବଂ ମଙ୍ଗଳାବାଗ ଥାନା ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ଏହି ଚୋରି ଅଭିଯୋଗର ତଦନ୍ତ କରିବାବେଳେ ପୋଲିସକୁ ଅନ୍ୟ ଏକ ଶିଶୁପୁତ୍ର ନିଖୋଜର ତଥ୍ୟ ମିଳିଛି। ଏହି ଘଟଣାରେ ଏକ ର଼୍ୟାକେଟ୍‌ କାମ କରୁଥିବା ସନ୍ଦେହ କରି ପୋଲିସ ଏକ ଦମ୍ପତିଙ୍କୁ ଅଟକ ରଖି ତନାଘନା ଚଳାଇଛି।
ସୂଚନା ଅନୁଯାୟୀ, ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପୁରୀ ଜିଲା ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ କୁମାର ଜେନାଙ୍କ ସ୍ତ୍ରୀ ଗତ ଗୁରୁବାର ଯାଅଁାଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବାବେଳେ ଅନ୍ୟ ଜଣେ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସୋମବାର କହିଥିଲେ। ଏକ ଶିଶୁକନ୍ୟା ମାଆ ସହିତ ପ୍ରସୂତି ଓ୍ବାର୍ଡରେ ଚିକିତ୍ସାଧୀନ ରହିଥିବାବେଳେ ଜଣ୍ଡିସ ଆକ୍ରାନ୍ତ ଶିଶୁ କନ୍ୟାକୁ ଏସ୍‌ଏନ୍‌ସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପରିବାର ଲୋକେ ଅପରାହ୍ନ ୫ଟା
ବେଳକୁ ଏସ୍‌ଏନ୍‌ସିୟୁରେ ଶିଶୁକନ୍ୟାକୁ ପାଇ ନ ଥିଲେ। ଶିଶୁକନ୍ୟା ଚୋରି ହୋଇଯାଇଥିବା ନେଇ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ମେଡିକାଲର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ମେଡିକାଲର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲା। ଏହି ସମୟରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀର ସୁଜନ କୁମାର ବେହେରା ତାଙ୍କ ବୋହୂ ଦୀପ୍ତିରାଣୀ ରାଉତଙ୍କ ସହ ଏକ ଶିଶୁକନ୍ୟାକୁ ସାଙ୍ଗରେ ଧରି ପହଞ୍ଚତ୍ଥିଲେ। ସୁଜନ କହିଥିଲେ, ତାଙ୍କ ପୁତ୍ର ବବ୍‌ଲୁଙ୍କ ସ୍ତ୍ରୀ ଦୀପ୍ତିରାଣୀ ଏଠାରେ ଏକ ଶିଶୁପୁତ୍ର ଜନ୍ମ ଦେଇ ଏସ୍‌ଏନ୍‌ସିୟୁରେ ୨୧ ଦିନ ରହିବା ପରେ ସୋମବାର ଅପରାହ୍ନରେ ଡିସ୍‌ଚାର୍ଜ ହୋଇଥିଲେ। ଏହି ସମୟରେ ସେମାନେ ଭୁଲ୍‌ବଶତଃ ଶିଶୁକନ୍ୟାକୁ ନେଇଯାଇଥିଲେ। ଡିସ୍‌ଚାର୍ଜ ହେବାବେଳକୁ ଶିଶୁକନ୍ୟାଟି ଏକ ହଗିସ୍‌ ପିନ୍ଧିଥବାରୁ ସେମାନେ ହଠାତ୍‌ ପୁଅ କି ଝିଅ ଜାଣିପାରି ନ ଥିଲେ। ଘରେ ହଗିସ୍‌ ଖୋଲିବାରୁ ଶିଶୁଟି କନ୍ୟାସନ୍ତାନ ବୋଲି ଜଣାପଡ଼ିଥିଲା। ଏହାପରେ ସେମାନେ ତୁରନ୍ତ ତାହାକୁ ଫେରାଇ ଦେବାକୁ ଆସିଛନ୍ତି। ସେ ଶିଶୁକନ୍ୟାକୁ ଫେରାଇ ଦେବା ସହ ନିଜ ଶିଶୁପୁତ୍ରକୁ ନେବା ପାଇଁ ଜିଦ୍‌ ଧରି ପାଟିତୁଣ୍ଡ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୋଲିସ ତାଙ୍କୁ ବୁଝାଶୁଝା କରିଥିଲେ। ତେବେ ସମ୍ପୃକ୍ତ ଶିଶୁକନ୍ୟା ତୋଫାନଙ୍କ ସ୍ତ୍ରୀଙ୍କର ବୋଲି ଚିହ୍ନଟ କରାଯାଇଥିଲା। ଅନ୍ୟପକ୍ଷରେ ଶିଶୁପୁତ୍ର ନିଖୋଜ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି। ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଏବଂ ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଜେନା କହିଛନ୍ତି, ନିଖୋଜ ଶିଶୁକନ୍ୟା ମିଳିଛି। ସମ୍ପୃକ୍ତ ନିଖୋଜ ଶିଶୁପୁତ୍ରକୁ ଖୋଜା ଚାଲିଛି। ଏ ନେଇ ଅପହରଣ ମାମଲା ରୁଜୁ ସହ ଏକ ଦମ୍ପତିଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି। ସେହିପରି ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ସମ୍ପୃକ୍ତ ଶିଶୁପୁତ୍ର ଘଟଣା ନେଇ ଆମେ ଦ୍ବନ୍ଦ୍ୱରେ ଅଛୁ। ସମ୍ପୃକ୍ତ ମହିଳା କିମ୍ବା ତାଙ୍କ ଶିଶୁପୁତ୍ର ସମ୍ପର୍କରେ ଆମ ନିକଟରେ କିଛି ତଥ୍ୟ ନାହିଁ। ତଥାପି କାଗଜପତ୍ର ଖୋଜା ଚାଲିଛି। ଅନ୍ୟପକ୍ଷରେ ଶିଶୁ ଚୋରି ସମେତ ଅନ୍ୟାନ୍ୟ ଆପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ମେଡିକାଲରେ ସିସିଟିଭି କ୍ୟାମେରା ଲାଗିଥିବାବେଳେ ଏଭଳି କାର୍ଯ୍ୟ କେମିତି ସମ୍ଭବ ହୋଇପାରିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଶ୍ୱସ୍ତରୀୟ ପଥରେ ଅଗ୍ରସର ହେଉଥିବା ଏସ୍‌ସିବି ମେଡିକାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଏଭଳି କାରନାମା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଭାଇ ଆତ୍ମହତ୍ୟା କରୁଥିବା ଦେଖି ମଧ୍ୟ ବଞ୍ଚାଇ ପାରିଲେନି ବଡ଼ଭାଇ

ଯୋଡ଼ା,୭।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଶାସ୍ତ୍ରୀନଗରର ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ପୋଲିସ ସୂତ୍ରରୁ ପ୍ରକାଶ,...

ବାମଗୋଡ, ପେଟ ଓ କାନ୍ଧରେ ବାଜିଥିଲା ୪ ଗୁଳି

ବାଲେଶ୍ୱର ଅଫିସ/ସିମୁଳିଆ,୨୪।୭: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ନିହତ ହୋଇଛନ୍ତି। ଶନିବାର ଅପରାହ୍ନ ପ୍ରାୟ ୩ଟା ୨୦। ଚୌଦ୍ୱାର ଜେଲ୍‌ରୁ ସେକ୍‌ ହାଇଦରଙ୍କୁ...

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି : ଛାତ୍ର, ଯୁବ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ସୋନପୁର,୧୭।୪(ନି.ପ୍ର.): ପ୍ରବାଦ ପୁରୁଷ ତଥା ଜନନାୟକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେଡି ରାଜ୍ୟ ସଭାପତି ତଥା...

ଆଜି ଶହୀଦ ସ୍ମୃତି ଦିବସ: ବଦଳୁଛି ଶହୀଦ ସ୍ମୃତିପୀଠର ଭିତ୍ତିଭୂମି

ବାସୁଦେବପୁର,୨୮।୯(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ହେଉଛି ସଂଗ୍ରାମର ମାଟି। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ବାସୁଦେବପୁର, ଇରମ ଓ ନଦୀଘେରଦ ଅଞ୍ଚଳର ସଂଗ୍ରାମୀମାନେ ନେତୃତ୍ୱ ନେଇଥିଲେ। ଇଂରେଜ...

ବୃତ୍ତି ଚିନ୍ତାରେ ବନବାସୀ

କାମାକ୍ଷାନଗର, ୬।୧(ଡି.ଏନ.ଏ.) – ବଣଡଙ୍ଗରରେ ଜୀବନ। ହିଂସ୍ରଜନ୍ତୁ ସହ ମୁହାଁମୁହିଁ । ଜୀବିକା ପାଇଁ ଜୀବନ ଲାଗୁଛି ବାଜି। ଏହା ସତ୍ତ୍ୱେ ମିଳୁନି ପାରିଶ୍ରମିକ। ଶାଗମାଛ...

ସୀମାନ୍ତରେ ପୁଣି ଲାଲ୍‌ ଆତଙ୍କ: ଜଣେ ଯବାନ ଶହୀଦ

ମାଲକାନଗିରି,୨୭ା୩(ଡି.ଏନ୍‌.ଏ.): ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀଙ୍କ ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବିଜାପୁର ଅଞ୍ଚଳ ମିରତୁର ଥାନା ଅନ୍ତର୍ଗତ ତିମେନାରରେ ଆଇଇଡି ବ୍ଲାଷ୍ଟ ଯୋଗୁ ଜଣେ...

ଭଦ୍ରକ ଜିଲାରେ କଂଗ୍ରେସ ରାଜନୀତି: ନୂଆ ମୁହଁକୁ ନେଇ ଆଶା,ଆଶଙ୍କା

ଭଦ୍ରକ ଅଫିସ, ୨୬ା୪-ଭଦ୍ରକ ଜିଲାରେ କଂଗ୍ରେସ ୫ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଛାଡିଛି| ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ନିଜ ଜିଲା ଛାଡ଼ି...

ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ଉତ୍ତେଜନା

ଯାଜପୁର ଟାଉନ ୧୪।୮(ଡି.ଏନ୍‌.ଏ.): ଯାଜପୁର ସହର ନିକଟସ୍ଥ ବୈତରଣୀ ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ବୁଧବାର ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ରକରି...

Advertisement
Archives

Model This Week