ସବୁ କାମରେ ଚ୍ୟାଲେଞ୍ଜ ରହିଛି

ରାଜନୀତିରେ ପ୍ରଥମ ପଦାର୍ପଣରେ ବ୍ୟବସାୟରୁ ଆସିଥିବା ସୁଶାନ୍ତ ରାଉତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ବିଜେଡିର ଭୁବନେଶ୍ୱର ଜିଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମୟୂରଭଞ୍ଜ ଜିଲା ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି। ତାଙ୍କୁ ଦଳ ତରଫରୁ ଏକାଧିକ ଦାୟିତ୍ୱ ମିଳିବା ପଛରେ ଅନେକ କାରଣ ରହିଥିବା ଆଲୋଚନା ହେଉଛି। ଅପରପକ୍ଷରେ ବ୍ୟବସାୟ ଓ ରାଜନୀତି ମଧ୍ୟରେ ଅନେକ ଭିନ୍ନତା ଥିବା ସହ ସବୁ କାମରେ ଚ୍ୟାଲେଞ୍ଜ ରହିଛି ବୋଲି ସେ କୁହନ୍ତି। ଯୁବ ବିଧାୟକ ସୁଶାନ୍ତଙ୍କ ସହ ଧରିତ୍ରୀର ଆଳାପ…

ବ୍ୟବସାୟୀରୁ ବିଧାୟକ ହେବାକୁ କାହିଁକି ପସନ୍ଦ କଲେ। ବିଧାୟକ ହେବାପରେ ଅଧିକ କ’ଣ କରିପାରୁଛନ୍ତି?
ଲୋକମାନଙ୍କ ସେବା କରିବାର ମନୋବୃତ୍ତି ବହୁ ପୂର୍ବରୁ ରହି ଆସିଛି। ବ୍ୟବସାୟ କରିବାବେଳେ ଯାହା କରିପାରୁ ନ ଥିଲି ବିଧାୟକ ହେବାପରେ ସେସବୁ ସମ୍ଭବ ହୋଇଛି। ବ୍ୟବସାୟ ଓ ରାଜନୀତି ମଧ୍ୟରେ ଅନେକ ଭିନ୍ନତା ରହିଛି। ବ୍ୟବସାୟ କରିବା ସମୟରେ ସବୁବେଳେ ନିଜ କଥାକୁ ପ୍ରାଧାନ୍ୟ ଦେବାକୁ ପଡ଼ିଥାଏ। ହେଲେ ରାଜନୀତିରେ ଲୋକଙ୍କ ସମସ୍ୟା ସମାଧାନ ପ୍ରମୁଖ ଲକ୍ଷ୍ୟ ହୋଇଥାଏ। ବର୍ତ୍ତମାନ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇ ସେଗୁଡ଼ିକୁ ତୁରନ୍ତ ସମାଧାନ କରିବାରେ ସହଜ ହେଉଛି। ଲୋକଙ୍କ ଏକାଧିକ ସମସ୍ୟା ବୁଝିବା ଲାଗି ବିଧାୟକ ପଦବୀ ଏକ ବଡ ପ୍ଲାଟଫର୍ମ।
ଦଳର ଯୁବ, ଛାତ୍ର କାର୍ଯ୍ୟକ୍ରମ ଭିତରେ ଆପଣ କେବେ ନ ଥିଲେ, ତଥାପି ୨୦୧୯ ସାଧାରଣ ନିର୍ବାଚନରେ ଆପଣଙ୍କ ଟିକେଟ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆପଣଙ୍କ ଉପରେ ଦଳ ଭରସା କରିବା ପଛରେ କ’ଣ କାରଣ ଥାଇପାରେ ବୋଲି ଭାବୁଛନ୍ତି?
ଦୀର୍ଘଦିନରୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ରହିଥିଲି। କେବଳ ଜଣେ ଫଟୋରେ ରହିଲେ ତାକୁ ଆନ୍ଦୋଳନ ସହ ଜଡ଼ିତ ବୋଲି ଭାବିବା ଠିକ୍‌ ନୁହେଁ। ଟିକେଟ ଲାଗି ବହୁ ଲୋକ ଆଶାୟୀ ଥିଲେ, ମୁଁ ମଧ୍ୟ ଆଶା ରଖିଥିଲି। ଟିକେଟ ପାଇବା ପୂର୍ବରୁ ମୋର ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ଦେଇଥିଲି। ସବୁପ୍ରକାର ଚେଷ୍ଟା ମଧ୍ୟ କରିଥିଲି। ଦଳ ସର୍ଭେ ମାଧ୍ୟମରେ ଯାହା ରିପୋର୍ଟ ପାଇଲେ ସେହି ଅନୁଯାୟୀ ମୋତେ ପ୍ରାର୍ଥୀ କଲେ।
ନିର୍ବାଚନ ଜିତିବାପରେ ନିର୍ବାଚନମଣ୍ଡଳୀର କେଉଁସବୁ ପ୍ରକଳ୍ପକୁ ଅଧିକ ଫୋକସ୍‌ କରୁଛନ୍ତି?
ନିର୍ବାଚନ ଲଢିବା ସମୟରେ ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାକୁ ଟ୍ରାଫିକ ମୁକ୍ତ କରିବା ପାଇଁ ଚିନ୍ତା କରିଥିଲି। ସେହି କାମ ବର୍ତ୍ତମାନ ଦ୍ରୁତ ଗତିରେ ଚାଲିଛି। ସେହିପରି ଶିଖରଚଣ୍ଡୀ ପାହାଡ଼କୁ ପର୍ଯ୍ୟଟନ(ଟୁରିଜମ୍‌) ମାନ୍ୟତା ମିଳିବା ସହିତ ଏହାର ଉନ୍ନତୀକରଣ ନେଇ ପ୍ରାଥମିକତା ଦିଆଯାଉଛି। ସବୁ ପଞ୍ଚାୟତରେ ରାସ୍ତା, ବିଜୁଳି ଏବଂ ଅନ୍ୟାନ୍ୟ ଉନ୍ନତୀକରଣ କାର୍ଯ୍ୟ ଶତପ୍ରତିଶତ କରିବାର ଲକ୍ଷ୍ୟ ରଖି କାମ ଚାଲିଛି। ସେହିପରି ମୋ ନିର୍ବାଚନମଣ୍ଡଳୀରେ ଇନ୍‌ଡୋର ଷ୍ଟାଡିୟମ କାର୍ଯ୍ୟକୁ ମଧ୍ୟ ପ୍ରାଥମିକତା ଦେଉଛି।
କୌଣସି ସ୍ଥାନର ବିକାଶ କରିବାକୁ ହେଲେ ରାଜନୈତିକ ସ୍ଥିରତା ଆବଶ୍ୟକ। ୨୦୦୯ରେ ଉତ୍ତର ଭୁବନେଶ୍ୱର ବିଧାନସଭା ଆସନରୁ ଭାଗୀରଥି ବଡ଼ଜେନା, ୨୦୧୪ରେ ପ୍ରିୟଦର୍ଶୀ ମିଶ୍ର ଏବଂ ୨୦୧୯ରେ ଆପଣ ଟିକେଟ ପାଇ ନିର୍ବାଚିତ ହୋଇଛନ୍ତି। ତେଣୁ ଆପଣଙ୍କୁ ନିଜ ରାଜନୈତିକ ଭବିଷ୍ୟତ ନେଇ କେବେ ଭୟ ଲାଗେନି?
କାମ କରିବା ପାଇଁ ପଦବୀ ଜରୁରୀ ନୁହେଁ। ବିଧାୟକ ହେବା ପୂର୍ବରୁ ମଧ୍ୟ ଲୋକଙ୍କ କାମ କରୁଥିଲି ଏବେ ମଧ୍ୟ କରୁଛି। ଭବିଷ୍ୟତ କେହି ଦେଖି ନାହାନ୍ତି, କାହାକୁ କେତେବେଳେ କେଉଁ ଦାୟିତ୍ୱ ମିଳିବ ସେନେଇ ଦଳର ସଭାପତି ନିଷ୍ପତ୍ତି ନେବେ। ବର୍ତ୍ତମାନ ଯାହା ଦାୟିତ୍ୱ ମିଳିଛି ତାକୁ ନେଇ କାମ କରୁଛି, ଆଗକୁ କ’ଣ ହେବ ତାହା ସମୟ କହିବ।
ବିଧାୟକ, ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ, ଭୁବନେଶ୍ୱର ଜିଲା ସଭାପତି ସାଙ୍ଗକୁ ମୟୂରଭଞ୍ଜ ସହପର୍ଯ୍ୟବେକ୍ଷକ ଭଳି ଏକାଧିକ ଦାୟିତ୍ୱ ଆପଣଙ୍କୁ ଦିଆଯାଇଛି। ଏସବୁ ମଧ୍ୟରୁ କେଉଁ କାର୍ଯ୍ୟ ତୁଲାଇବା ଆପଣଙ୍କୁ ଚ୍ୟାଲେଞ୍ଜ ଭଳି ମନେ ହେଉଛି।
ସବୁ କାମରେ ଚ୍ୟାଲେଞ୍ଜ ରହିଥାଏ। ଯେଉଁ ସବୁ ଦାୟିତ୍ୱ ଦଳର ସଭାପତି ମତେ ଦେଇଛନ୍ତି ସେହି କାମକୁ ନିଜ ନିର୍ବାଚନଣ୍ଡଳୀର ବୋଲି ଭାବି କାର୍ଯ୍ୟ ଜାରି ରଖିଛି। ତେଣୁ କୌଣସି କାର୍ଯ୍ୟ କରିବାରେ ସେତେଟା ସମସ୍ୟା ରହୁନାହିଁ।
ଆପଣଙ୍କ ନାମରେ ନୂତନଭାବେ ଆରମ୍ଭ ହୋଇଥିବା ଗୋଟିଏ ଖବରକାଗଜ ଓ ଟେଲିଭିଜନ ସଂସ୍ଥାର ମାଲିକାନା ରହିଛି। ଏଥିରେ ଆପଣଙ୍କ ଭୂମିକା କ’ଣ?
ହଁ, ଏହି ଦୁଇ ସଂସ୍ଥାର ମାଲିକାନା ମୋ ସହ ଅନ୍ୟ ଜଣଙ୍କ ନାମରେ ମଧ୍ୟ ରହିଛି। ମାଲିକାନା ଆମ ନାମରେ ରହିଥିଲେ ସୁଦ୍ଧା ସଂସ୍ଥାର ପରିଚାଳନା ଦାୟିତ୍ୱ ଏହି କ୍ଷେତ୍ରରେ ଦକ୍ଷତା ରଖିଥିବା କିଛି ଜଣଙ୍କୁ ଦିଆଯାଇଛି।
ଖାଲି ସମୟରେ କ’ଣ କରିବାକୁ ଭଲ ଲାଗେ ଏବଂ ଫିଟ୍‌ନେସ୍‌ ପାଇଁ ଆପଣ କ’ଣ ସବୁ କରନ୍ତି।
ଖାଲି ସମୟ ମିଳିଲେ ଘରେ ରହିବା ଏବଂ ପରିବାର ଲୋକଙ୍କ ସହ ସମୟ ବିତାଇବାକୁ ଭଲ ଲାଗେ। ଏହାଛଡ଼ା ଅନେକ ସମୟରେ କୌଣସି ସ୍ଥାନରେ ଏକା ବସିବା ସହିତ ସାଙ୍ଗମାନଙ୍କ ସହ ବୁଲିବାକୁ ମଧ୍ୟ ପସନ୍ଦ କରେ। ଫିଟ୍‌ନେସ ପାଇଁ ବ୍ୟାୟାମ ସହ ଚଲାବୁଲା କରେ। ହେଲେ ବର୍ତ୍ତମାନ ସମୟ ଅଭାବ କାରଣରୁ ଫିଟ୍‌ନେସ ପାଇଁ ଯଥେଷ୍ଟ ସମୟ ମିଳୁନାହିଁ। ଅନେକ ସମୟରେ ବାହାରୁ କାମ ସାରି ଫେରିବା ବେଳେ ଘରଠାରୁ କିଛି ବାଟରୁ ଗାଡି ଛାଡିଦେଇ ଚାଲିଚାଲି ଘର ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରୁଛି।
ଆପଣଙ୍କର ଫେଭରାଇଟ୍‌ ଫିଲ୍ମ ହିରୋ ଏବଂ ହିରୋଇନ?
ସୋଲେ ଏବଂ ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଯାଏଙ୍ଗେ ଫିଲ୍ମ ଯେତେଥର ଦେଖିଲେ ବି ଭଲ ଲାଗେ। ଅଜୟ ଦେବଗନ ଏବଂ କାଜଲ ହେଉଛନ୍ତି ମୋ ପସନ୍ଦର ଅଭିନେତା ଓ ଅଭିନେତ୍ରୀ।
– ସାକ୍ଷାତ୍‌କାର: ସୁନିତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?