ସବୁ କାମରେ ଚ୍ୟାଲେଞ୍ଜ ରହିଛି

ରାଜନୀତିରେ ପ୍ରଥମ ପଦାର୍ପଣରେ ବ୍ୟବସାୟରୁ ଆସିଥିବା ସୁଶାନ୍ତ ରାଉତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ବିଜେଡିର ଭୁବନେଶ୍ୱର ଜିଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମୟୂରଭଞ୍ଜ ଜିଲା ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି। ତାଙ୍କୁ ଦଳ ତରଫରୁ ଏକାଧିକ ଦାୟିତ୍ୱ ମିଳିବା ପଛରେ ଅନେକ କାରଣ ରହିଥିବା ଆଲୋଚନା ହେଉଛି। ଅପରପକ୍ଷରେ ବ୍ୟବସାୟ ଓ ରାଜନୀତି ମଧ୍ୟରେ ଅନେକ ଭିନ୍ନତା ଥିବା ସହ ସବୁ କାମରେ ଚ୍ୟାଲେଞ୍ଜ ରହିଛି ବୋଲି ସେ କୁହନ୍ତି। ଯୁବ ବିଧାୟକ ସୁଶାନ୍ତଙ୍କ ସହ ଧରିତ୍ରୀର ଆଳାପ…

ବ୍ୟବସାୟୀରୁ ବିଧାୟକ ହେବାକୁ କାହିଁକି ପସନ୍ଦ କଲେ। ବିଧାୟକ ହେବାପରେ ଅଧିକ କ’ଣ କରିପାରୁଛନ୍ତି?
ଲୋକମାନଙ୍କ ସେବା କରିବାର ମନୋବୃତ୍ତି ବହୁ ପୂର୍ବରୁ ରହି ଆସିଛି। ବ୍ୟବସାୟ କରିବାବେଳେ ଯାହା କରିପାରୁ ନ ଥିଲି ବିଧାୟକ ହେବାପରେ ସେସବୁ ସମ୍ଭବ ହୋଇଛି। ବ୍ୟବସାୟ ଓ ରାଜନୀତି ମଧ୍ୟରେ ଅନେକ ଭିନ୍ନତା ରହିଛି। ବ୍ୟବସାୟ କରିବା ସମୟରେ ସବୁବେଳେ ନିଜ କଥାକୁ ପ୍ରାଧାନ୍ୟ ଦେବାକୁ ପଡ଼ିଥାଏ। ହେଲେ ରାଜନୀତିରେ ଲୋକଙ୍କ ସମସ୍ୟା ସମାଧାନ ପ୍ରମୁଖ ଲକ୍ଷ୍ୟ ହୋଇଥାଏ। ବର୍ତ୍ତମାନ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇ ସେଗୁଡ଼ିକୁ ତୁରନ୍ତ ସମାଧାନ କରିବାରେ ସହଜ ହେଉଛି। ଲୋକଙ୍କ ଏକାଧିକ ସମସ୍ୟା ବୁଝିବା ଲାଗି ବିଧାୟକ ପଦବୀ ଏକ ବଡ ପ୍ଲାଟଫର୍ମ।
ଦଳର ଯୁବ, ଛାତ୍ର କାର୍ଯ୍ୟକ୍ରମ ଭିତରେ ଆପଣ କେବେ ନ ଥିଲେ, ତଥାପି ୨୦୧୯ ସାଧାରଣ ନିର୍ବାଚନରେ ଆପଣଙ୍କ ଟିକେଟ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆପଣଙ୍କ ଉପରେ ଦଳ ଭରସା କରିବା ପଛରେ କ’ଣ କାରଣ ଥାଇପାରେ ବୋଲି ଭାବୁଛନ୍ତି?
ଦୀର୍ଘଦିନରୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ରହିଥିଲି। କେବଳ ଜଣେ ଫଟୋରେ ରହିଲେ ତାକୁ ଆନ୍ଦୋଳନ ସହ ଜଡ଼ିତ ବୋଲି ଭାବିବା ଠିକ୍‌ ନୁହେଁ। ଟିକେଟ ଲାଗି ବହୁ ଲୋକ ଆଶାୟୀ ଥିଲେ, ମୁଁ ମଧ୍ୟ ଆଶା ରଖିଥିଲି। ଟିକେଟ ପାଇବା ପୂର୍ବରୁ ମୋର ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ଦେଇଥିଲି। ସବୁପ୍ରକାର ଚେଷ୍ଟା ମଧ୍ୟ କରିଥିଲି। ଦଳ ସର୍ଭେ ମାଧ୍ୟମରେ ଯାହା ରିପୋର୍ଟ ପାଇଲେ ସେହି ଅନୁଯାୟୀ ମୋତେ ପ୍ରାର୍ଥୀ କଲେ।
ନିର୍ବାଚନ ଜିତିବାପରେ ନିର୍ବାଚନମଣ୍ଡଳୀର କେଉଁସବୁ ପ୍ରକଳ୍ପକୁ ଅଧିକ ଫୋକସ୍‌ କରୁଛନ୍ତି?
ନିର୍ବାଚନ ଲଢିବା ସମୟରେ ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାକୁ ଟ୍ରାଫିକ ମୁକ୍ତ କରିବା ପାଇଁ ଚିନ୍ତା କରିଥିଲି। ସେହି କାମ ବର୍ତ୍ତମାନ ଦ୍ରୁତ ଗତିରେ ଚାଲିଛି। ସେହିପରି ଶିଖରଚଣ୍ଡୀ ପାହାଡ଼କୁ ପର୍ଯ୍ୟଟନ(ଟୁରିଜମ୍‌) ମାନ୍ୟତା ମିଳିବା ସହିତ ଏହାର ଉନ୍ନତୀକରଣ ନେଇ ପ୍ରାଥମିକତା ଦିଆଯାଉଛି। ସବୁ ପଞ୍ଚାୟତରେ ରାସ୍ତା, ବିଜୁଳି ଏବଂ ଅନ୍ୟାନ୍ୟ ଉନ୍ନତୀକରଣ କାର୍ଯ୍ୟ ଶତପ୍ରତିଶତ କରିବାର ଲକ୍ଷ୍ୟ ରଖି କାମ ଚାଲିଛି। ସେହିପରି ମୋ ନିର୍ବାଚନମଣ୍ଡଳୀରେ ଇନ୍‌ଡୋର ଷ୍ଟାଡିୟମ କାର୍ଯ୍ୟକୁ ମଧ୍ୟ ପ୍ରାଥମିକତା ଦେଉଛି।
କୌଣସି ସ୍ଥାନର ବିକାଶ କରିବାକୁ ହେଲେ ରାଜନୈତିକ ସ୍ଥିରତା ଆବଶ୍ୟକ। ୨୦୦୯ରେ ଉତ୍ତର ଭୁବନେଶ୍ୱର ବିଧାନସଭା ଆସନରୁ ଭାଗୀରଥି ବଡ଼ଜେନା, ୨୦୧୪ରେ ପ୍ରିୟଦର୍ଶୀ ମିଶ୍ର ଏବଂ ୨୦୧୯ରେ ଆପଣ ଟିକେଟ ପାଇ ନିର୍ବାଚିତ ହୋଇଛନ୍ତି। ତେଣୁ ଆପଣଙ୍କୁ ନିଜ ରାଜନୈତିକ ଭବିଷ୍ୟତ ନେଇ କେବେ ଭୟ ଲାଗେନି?
କାମ କରିବା ପାଇଁ ପଦବୀ ଜରୁରୀ ନୁହେଁ। ବିଧାୟକ ହେବା ପୂର୍ବରୁ ମଧ୍ୟ ଲୋକଙ୍କ କାମ କରୁଥିଲି ଏବେ ମଧ୍ୟ କରୁଛି। ଭବିଷ୍ୟତ କେହି ଦେଖି ନାହାନ୍ତି, କାହାକୁ କେତେବେଳେ କେଉଁ ଦାୟିତ୍ୱ ମିଳିବ ସେନେଇ ଦଳର ସଭାପତି ନିଷ୍ପତ୍ତି ନେବେ। ବର୍ତ୍ତମାନ ଯାହା ଦାୟିତ୍ୱ ମିଳିଛି ତାକୁ ନେଇ କାମ କରୁଛି, ଆଗକୁ କ’ଣ ହେବ ତାହା ସମୟ କହିବ।
ବିଧାୟକ, ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ, ଭୁବନେଶ୍ୱର ଜିଲା ସଭାପତି ସାଙ୍ଗକୁ ମୟୂରଭଞ୍ଜ ସହପର୍ଯ୍ୟବେକ୍ଷକ ଭଳି ଏକାଧିକ ଦାୟିତ୍ୱ ଆପଣଙ୍କୁ ଦିଆଯାଇଛି। ଏସବୁ ମଧ୍ୟରୁ କେଉଁ କାର୍ଯ୍ୟ ତୁଲାଇବା ଆପଣଙ୍କୁ ଚ୍ୟାଲେଞ୍ଜ ଭଳି ମନେ ହେଉଛି।
ସବୁ କାମରେ ଚ୍ୟାଲେଞ୍ଜ ରହିଥାଏ। ଯେଉଁ ସବୁ ଦାୟିତ୍ୱ ଦଳର ସଭାପତି ମତେ ଦେଇଛନ୍ତି ସେହି କାମକୁ ନିଜ ନିର୍ବାଚନଣ୍ଡଳୀର ବୋଲି ଭାବି କାର୍ଯ୍ୟ ଜାରି ରଖିଛି। ତେଣୁ କୌଣସି କାର୍ଯ୍ୟ କରିବାରେ ସେତେଟା ସମସ୍ୟା ରହୁନାହିଁ।
ଆପଣଙ୍କ ନାମରେ ନୂତନଭାବେ ଆରମ୍ଭ ହୋଇଥିବା ଗୋଟିଏ ଖବରକାଗଜ ଓ ଟେଲିଭିଜନ ସଂସ୍ଥାର ମାଲିକାନା ରହିଛି। ଏଥିରେ ଆପଣଙ୍କ ଭୂମିକା କ’ଣ?
ହଁ, ଏହି ଦୁଇ ସଂସ୍ଥାର ମାଲିକାନା ମୋ ସହ ଅନ୍ୟ ଜଣଙ୍କ ନାମରେ ମଧ୍ୟ ରହିଛି। ମାଲିକାନା ଆମ ନାମରେ ରହିଥିଲେ ସୁଦ୍ଧା ସଂସ୍ଥାର ପରିଚାଳନା ଦାୟିତ୍ୱ ଏହି କ୍ଷେତ୍ରରେ ଦକ୍ଷତା ରଖିଥିବା କିଛି ଜଣଙ୍କୁ ଦିଆଯାଇଛି।
ଖାଲି ସମୟରେ କ’ଣ କରିବାକୁ ଭଲ ଲାଗେ ଏବଂ ଫିଟ୍‌ନେସ୍‌ ପାଇଁ ଆପଣ କ’ଣ ସବୁ କରନ୍ତି।
ଖାଲି ସମୟ ମିଳିଲେ ଘରେ ରହିବା ଏବଂ ପରିବାର ଲୋକଙ୍କ ସହ ସମୟ ବିତାଇବାକୁ ଭଲ ଲାଗେ। ଏହାଛଡ଼ା ଅନେକ ସମୟରେ କୌଣସି ସ୍ଥାନରେ ଏକା ବସିବା ସହିତ ସାଙ୍ଗମାନଙ୍କ ସହ ବୁଲିବାକୁ ମଧ୍ୟ ପସନ୍ଦ କରେ। ଫିଟ୍‌ନେସ ପାଇଁ ବ୍ୟାୟାମ ସହ ଚଲାବୁଲା କରେ। ହେଲେ ବର୍ତ୍ତମାନ ସମୟ ଅଭାବ କାରଣରୁ ଫିଟ୍‌ନେସ ପାଇଁ ଯଥେଷ୍ଟ ସମୟ ମିଳୁନାହିଁ। ଅନେକ ସମୟରେ ବାହାରୁ କାମ ସାରି ଫେରିବା ବେଳେ ଘରଠାରୁ କିଛି ବାଟରୁ ଗାଡି ଛାଡିଦେଇ ଚାଲିଚାଲି ଘର ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରୁଛି।
ଆପଣଙ୍କର ଫେଭରାଇଟ୍‌ ଫିଲ୍ମ ହିରୋ ଏବଂ ହିରୋଇନ?
ସୋଲେ ଏବଂ ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଯାଏଙ୍ଗେ ଫିଲ୍ମ ଯେତେଥର ଦେଖିଲେ ବି ଭଲ ଲାଗେ। ଅଜୟ ଦେବଗନ ଏବଂ କାଜଲ ହେଉଛନ୍ତି ମୋ ପସନ୍ଦର ଅଭିନେତା ଓ ଅଭିନେତ୍ରୀ।
– ସାକ୍ଷାତ୍‌କାର: ସୁନିତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri