ତାଳଚେର,୨୪ା୩ (ନି.ପ୍ର.): ଏନ୍ଟିପିସି ପରିଚାଳନାଧୀନ ଅନୁଗୋଳ ଜିଲା ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍)ର ସମସ୍ତ ୟୁନିଟ୍କୁ ସୋମବାର ରାତିରୁ ହଠାତ୍ ବନ୍ଦ ରଖାଯାଇଛି। ଫଳରେ ମଙ୍ଗଳବାର ପ୍ଲାଣ୍ଟରୁ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସୋମବାର ଶ୍ରମିକମାନେ କାମକୁ ଆସି ନ ଥିବାରୁ ୟୁନିଟ୍ଗୁଡ଼ିକୁ ବନ୍ଦ ରଖାଯାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଶ୍ରମିକ ଏକତା ମଞ୍ଚ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ କାର୍ଯ୍ୟକାରୀ କରି ନ ଥିବା ଏନ୍ଟିପିସି କର୍ତ୍ତୃପକ୍ଷ ମାର୍ଚ୍ଚ ୩୧ ପରେ ଟିଟିପିଏସ୍ ବନ୍ଦ କରିବା ନେଇ ପୂର୍ବରୁ ଯେଉଁ ଆଶଙ୍କା କରାଯାଉଥିଲା, ସପ୍ତାହେ ପୂର୍ବରୁ ସେପରି କରାଯାଇଛି ବୋଲି ଶ୍ରମିକ ଏକତା ମଞ୍ଚ ପକ୍ଷରୁ କୁହାଯାଇଛି। ଯଦି ପ୍ଲାଣ୍ଟ ଚାଲୁ କରା ନ ଯାଏ ତା’ହେଲେ ଓଡ଼ିଶାକୁ ଦୈନିକ ୪୬୦ ମେଗାଓ୍ବାଟ୍ ବିଦ୍ୟୁତ୍ କ୍ଷତି ସହିବାକୁ ପଡ଼ିବ। ତେବେ ଏ ନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ତାଳଚେରବାସୀଙ୍କୁ ଚକିତ କରିଛି।
ପ୍ରକାଶ ଯେ, ପ୍ରଦୂଷଣ ନିରାକରଣ ସମ୍ପର୍କିତ ଆଦେଶ କାର୍ଯ୍ୟକାରୀ କରି ନ ଥିବାରୁ ଓଡ଼ିଶାକୁ ୪୬୦ ମେଗାୱାଟ୍ ବିଦ୍ୟୁତ୍ ଯୋଗାଉଥିବା ଟିଟିପିଏସ୍ ୩୧ ଡିସେମ୍ବର ୨୦୨୦ ଠାରୁ ବିଦ୍ୟୁତ୍ ଉପତ୍ାଦନ କରିପାରିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ପ୍ଲାଣ୍ଟ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲୁ ରହିବାକୁ ଅନୁମତି ଦେଇଥିବା କୁହାଯାଉଥିଲା। ଫଳରେ ଟିଟିପିଏସ୍ ଏପ୍ରିଲ ୧ ଠାରୁ ବନ୍ଦ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଗତ ସୋମବାର ଠାରୁ ପ୍ଲାଣ୍ଟର ୟୁନିଟ୍ଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଇଛି। ୬ଗୋଟି ୟୁନିଟ୍ରୁ ୬ ନମ୍ବର ୟୁନିଟ୍ ପୂର୍ବରୁ ବନ୍ଦ ରହିଥିବା ବେଳେ ୧ ନମ୍ବର ୟୁନିଟ୍ ସୋମବାର ଅପରାହ୍ନ ୧ଟା ୧୩, ୨ୟ ୟୁନିଟ୍ ରାତି ୧୨ଟା ୩୯, ୩ୟ ୟୁନିଟ୍ ୧୨ଟା ୧୪, ୪ର୍ଥ ୟୁନିଟ୍ ୧୨ଟା ୩୦ ଏବଂ ୫ମ ୟୁନିଟ୍ ଭୋର୍ ୫ଟା ୦୫ରେ ବନ୍ଦ ହୋଇଛି। ଫଳରେ ମଙ୍ଗଳବାର ପ୍ଲାଣ୍ଟରୁ ଆଦୌ ବିଦ୍ୟୁତ୍ ଉପତ୍ାଦନ ହୋଇନାହିଁ। ଶ୍ରମିକମାନଙ୍କ କହିବା ଅନୁଯାୟୀ, ପ୍ଲାଣ୍ଟ ବନ୍ଦ କରିବାକୁ ଯୋଜନା ହୋଇଥିବାରୁ ଗତ ୧ ମାସ ହେଲା ଟ୍ରେନ୍ ଯୋଗେ କୋଇଲା ଆସୁ ନ ଥିଲା। କନଭେୟର ବେଲ୍ଟରେ ଅଳ୍ପ କିଛି ଆସୁଥିବାରୁ ଷ୍ଟକ ଖାଲି ହୋଇଯାଇଥିଲା। ଚଳିତ ମାସର ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ପୂରଣ ହୋଇଯାଇଥିବାରୁ କର୍ତ୍ତୃପକ୍ଷ ପ୍ଲାଣ୍ଟ ବନ୍ଦ କରି ଦେଇଛନ୍ତି। କୋଇଲା ଯୋଗାଣ ନେଇ ଏବେ ସମସ୍ୟା ନ ଥିବାବେଳେ କିଭଳି ପ୍ଲାଣ୍ଟ ବନ୍ଦ କରାଗଲା ବୋଲି ଶ୍ରମିକ ଏକତା ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଛି। ପ୍ଲାଣ୍ଟ ବନ୍ଦ ସମ୍ପର୍କରେ ଜଣାପଡ଼ିବା ପରେ ଶ୍ରମିକମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଟିଟିପିଏସ୍ ମୁଖ୍ୟ ଫାଟକ ସମ୍ମୁଖରେ ପୋଲିସ ଓ ସିଆଇଏସ୍ଏଫ୍ ମୁତୟନ କରାଯାଇଛି। ଏ ସମ୍ପର୍କରେ ଗ୍ରୁପ୍ ଜେନେରାଲ ମ୍ୟାନେଜର ଡି .ଏନ. ତିୱାରୀ କହିଛନ୍ତି, ସୋମବାର ଶ୍ରମିକମାନେ କାମ ନ କରିବାରୁ କୋଇଲା ଫିଡିଙ୍ଗ ହୋଇପାରି ନ ଥିଲା ଓ ବଙ୍କର ଖାଲି ହୋଇଯାଇଥିଲା। ଫଳରେ ୟୁନିଟ୍ଗୁଡିକ ବନ୍ଦ ରହିଛି। ମଙ୍ଗଳବାର ସକାଳେ ଶ୍ରମିକମାନଙ୍କ ସହ ଆଲୋଚନା କରାଯାଇଛି। ସେମାନେ କାମକୁ ଆସିଲେ ୟୁନିଟ୍ ପୁଣି ଚାଲିବ। ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ କହିଛନ୍ତି, ମାର୍ଚ୍ଚ ୩୧ ପରେ ପ୍ଲାଣ୍ଟ ବନ୍ଦ ହେବ ବୋଲି ଶୁଣାଯାଉଥିଲା। କିନ୍ତୁ ମଙ୍ଗଳବାରଠାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରଖାଯାଇଥିବା ସମ୍ପର୍କରେ ଟିଟିପିଏସ୍ ପକ୍ଷରୁ ପ୍ରଶାସନକୁ କୌଣସି ସୂଚନା ଦିଆଯାଇ ନାହିଁ।
Posted inଅନୁଗୋଳ, ଆମ ଜିଲା ଖବର View All
ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛି ଗାଁ ମାଟି: ଶିକ୍ଷକତା ପରେ କାହଁକି ନେଲେ ଏଭଳି ଚରମ ନିଷ୍ପତ୍ତି
ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ…
କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….
ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ…
ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା କାର୍, ଡ୍ରାଇଭର ଫେରାର
ମୋହନା,୧୬।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପିଣ୍ଡିକି ଗାଁର ୩୨୬ ଏ ଜାତୀୟ ରାଜପଥର ରାସ୍ତା କଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…
କାର୍ ଭିତରେ ଜିଅନ୍ତା ଜଳିଗଲେ ଯୁବକ, ବେକରେ ଗୁଡ଼ା ହୋଇଛି ତାର, ବଢୁଛି ନାନା ସନ୍ଦେହ
ରାଇକିଆ,୧୬ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା କରଡା ପଞ୍ଚାୟତର ସିନାପାଲି ନିକଟରେ ଏକ କାର୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ଏବଂ ସେଥିରେ ଜଣେ ଯୁବକ ଜିଅନ୍ତା…
ହୀରାକୁଦ ଇକୋ-ରିଟ୍ରିଟ୍ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ଏଥର ୫୦ଟି ଟେଣ୍ଟ୍ ସହ ୧୨୦ ଦିନ ଧରି ମଜା ନେବେ ପର୍ଯ୍ୟଟକ
ସମ୍ବଲପୁର,୧୬।୧୧(ପ୍ରମୋଦ ବହିଦାର): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲାର ହୀରାକୁଦ (ବଲବସପୁର, ଜମାଦାରପାଲି ନିକଟ) ଠାରେ ଆୟୋଜିତ ହେଉଥିବା ଚଳିତ ବର୍ଷର ‘ଇକୋ-ରିଟ୍ରିଟ୍’ (ସପ୍ତମ ସଂସ୍କରଣ)…
ସୀମାନ୍ତରେ ବିବାଦ ବଢ଼ାଉଛି ଦ୍ୱୈତ ଭୋଟର କାର୍ଡ
ନନ୍ଦପୁର,୧୬ା୧୧(ତୁଷାର କାନ୍ତ ମହାନ୍ତି): ଭୋଟର ପରିଚୟ ପତ୍ର ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାରେ ଥିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଜଣେ ବ୍ୟକ୍ତି ୨ ରାଜ୍ୟର କାର୍ଡ ତିଆରି…
ଭଙ୍ଗା ଆଜବେଷ୍ଟସ୍ ଘରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ା
ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ…
ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ
ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

