ବଲିଉଡ୍‌ ନାୟକଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଦକ୍ଷିଣ ଭାରତୀୟ ସିନେମାର ଏସବୁ ସୁପରଷ୍ଟାର, ଆଗରେ ରଜନୀକାନ୍ତ…

ହାଇଦ୍ରାବାଦ: ବଲିଉଡ୍‌ ଫିଲ୍ମକୁ ଦର୍ଶକ ପସନ୍ଦ କରିଥାନ୍ତି। ହେଲେ ଯୁବପୀଢ଼ିଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ କ୍ରେଜ୍‌ ଭିନ୍ନ ଥାଏ। ବଲିଉଡ୍‌ଠାରୁ ଟଲିଉଡ୍‌ ସିନେମାକୁ ଅଧିକ ପସନ୍ଦ କରାଯାଉଥିବାରୁ ଏହାର କାହାଣୀକୁ ନେଇ ଅନ୍ୟ ଭାଷାରେ ଫିଲ୍ମ ନିର୍ମାଣ ମଧ୍ୟ ହୋଇଥାଏ। ସେହିଭଳି ପାଉଣା ମାମଲାରେ ମଧ୍ୟ ବଲିଉଡ୍‌ ଅଭିନେତାଙ୍କଠାରୁ ଦକ୍ଷିଣ ଭାରତୀୟ ସିନେ ଅଭିନେତା ପଛରେ ନାହାନ୍ତି। ଅନେକ ବଲିଉଡ୍‌ କଳାକାରଙ୍କଠାରୁ ଅଧିକ ପାଉଣା ମଧ୍ୟ ନେଇଥାନ୍ତି। ଆସନ୍ତୁ ଜାଣିବା ଟଲିଉଡ୍‌ର ସେଭଳି କିଛି ଅଧିକ ପାଉଣା ନେଉଥିବା ଅଭିନେତାଙ୍କ ବିଷୟରେ…

ରଜନୀକାନ୍ତ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତି। ସେ ସବୁଠାରୁ ଅଧିକ ପାଉଣା ନେଉଥିବା କଳାକାର। ତାମିଲ ବ୍ୟତିତ ସେ ହିନ୍ଦୀ, ତେଲୁଗୁ, କନ୍ନଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ଗୋଟିଏ ଫିଲ୍ମ ପାଇଁ ରଜନୀକାନ୍ତ ୪୦ରୁ ୬୦ କୋଟି ଟଙ୍କା ନେଇଥାନ୍ତି।

କମଲ ହାସନ: ଅଭିନେତା କମଲ ହାସନ ଦକ୍ଷିଣ ଭାରତୀୟ ସିନେମାର ନାମୀ ଅଭିନେତାଙ୍କ ମଧ୍ୟରୁ ଜଣେ। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା କମଲ ଏବେ ୨୦୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ଗୋଟିଏ ଫିଲ୍ମ ପାଇଁ ସେ ୨୦ରୁ ୩୦ କୋଟି ପାଉଣା ନିଅନ୍ତି।

ମହେଶ ବାବୁ: ତେଲୁଗୁର ସବୁଠାରୁ ବଡ଼ ଅଭିନେତା ତାଲିକାରେ ସାମିଲ ଥିବା ମହେଶ ଗୋଟିଏ ଫିଲ୍ମ ପାଇଁ ୩୦ରୁ ୩୫ କୋଟି ଟଙ୍କା ନେଇଥାନ୍ତି।

ପ୍ରଭାସ: ଚଳଚ୍ଚିତ୍ର ବାହୁବଳୀରେ ନଜର ଆସିବା ପରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ଘର କରିଥିଲେ ଏହି ଅଭିନେତା। ସେ ଗୋଟିଏ ଫିଲ୍ମ ପାଇଁ ୩୦-୩୫ କୋଟି ଟଙ୍କା ନେଇଥାନ୍ତି।

ସୂର୍ଯ୍ୟା: ଅଭିନେତା ସୂର୍ଯ୍ୟା ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ୧୭-୨୦ କୋଟି ଟଙ୍କା ନେଇଥାନ୍ତି।

ବିଜୟ: ତାମିଲର ଶ୍ରେଷ୍ଠ ଅଭିନେତା ବିଜୟ ଗୋଟିଏ ଫିଲ୍ମ ପାଇଁ ୩୦ କୋଟି ଟଙ୍କା ନେଇଥାନ୍ତି।

ଚିରଞ୍ଜୀବୀ: ତେଲୁଗୁ ଷ୍ଟାର ଚିରଞ୍ଜୀବୀ ଗୋଟିଏ ଫିଲ୍ମ ପାଇଁ ୨୫ରୁ ୩୦ କୋଟି ଟଙ୍କା ପାଉଣା ନିଅନ୍ତି।

ରାମ ଚରଣ: ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିବା ରାମ ଚରଣ ଗୋଟିଏ ଫିଲ୍ମ ପାଇଁ ୨୫ରୁ ୩୦ କୋଟି ଟଙ୍କା ପାଉଣା ନିଅନ୍ତି।

ପବନ କଲ୍ୟାଣ: ୨୦-୩୦ କୋଟି ଟଙ୍କା ପାଉଣା ନିଅନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ...

ଅଜୟଙ୍କ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ମୁଭି ‘ରନୱେ ୩୪’ ୨୯ ଏପ୍ରିଲରେ ରିଲିଜ୍ ହୋଇ ସାରିଛି । ଦର୍ଶକେ ଫିଲ୍ମଟିକୁ ପ୍ରଥମରୁ ନ ହେଲେ...

ସାମ୍ନାକୁ ଆସିଲା ରିୟାଙ୍କ କଲ୍‌ ଡିଟେଲ୍ସ: ଏଥିରେ ରହିଛି ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ ଯେମିତି ଯେମିତି ଆଗକୁ ବଢ଼ୁଛି ସେମିତି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।...

କରୋନାରେ ଏହି ପ୍ରସିଦ୍ଧ ଅଭିନେତା ଭାଇଙ୍କ ପରଲୋକ

ବଲିଉଡ୍‌ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଥିଲେ। ତାଙ୍କୁ ୮୦ ବର୍ଷ ହୋଇଥିଲା।ଅସଲମଙ୍କ ବଡ...

ଦିଶାଙ୍କ ଡ୍ୟାନ୍ସ୍‌କୁ ଟାଇଗରଙ୍କ ପରିବାର କଲେ ପ୍ରଶଂସା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନିଙ୍କ ଏକ ଡ୍ୟାନ୍ସ୍‌ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ତାଙ୍କ ବୟଫ୍ରେଣ୍ଡ୍‌ ଟାଇଗର ଶ୍ରଫ୍‌ଙ୍କ...

ବିବାହ ବନ୍ଧନରେ ଶିବାନୀ-ଫରହାନ

ମୁମ୍ବାଇ: ଦୀର୍ଘ ୪ ବର୍ଷର ଡେଟିଂ ପରେ ବଲିଉଡ କଳାକାର ଫରହାନ ଖାଁ ଶେଷରେ ଶିବାନୀ ଦାଣ୍ଡେକରଙ୍କୁ ସାତ ଜନ୍ମ ପାଇଁ ଆପଣାର କରିନେଇଛନ୍ତି ।...

ଏକଦା ଟ୍ରକ୍‌ ଡ୍ରାଇଭରଙ୍କ କଲୋନୀରେ ରହୁଥିଲେ ବିପାଶା, ଏହି କାରଣରୁ ସବୁବେଳେ ପାଖରେ ରଖୁଥିଲେ ହାତୁଡ଼ି

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଅଭିନୟ, ସବୁଥିରେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ବିପାଶା ବସୁ। ହେଲେ ଜଣେ ମଡେଲରୁ ସୁପର ମଡେଲ ଓ ପରେ...

କିୟାରାଙ୍କ ଗ୍ଲାମରସ ଫଟୋଶୁଟ୍‌

ମୁମ୍ବାଇ: ବଲିଉଡ୍ ନାୟିକା କିୟାରା ଆଡଭାନୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ନିଜର ଷ୍ଟାଇଲ ସେନ୍ସ ପାଇଁ ଅଧିକାଂଶ ସମୟରେ ସେ ଥାଆନ୍ତି ଚର୍ଚ୍ଚାରେ...

Advertisement
Archives

Model This Week