ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା ପାଇଁ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୮ରେ ଗିରଫ ହେବା ପରଠୁ କୋର୍ଟରେ ଶୁଣାଣି ବେଳେ ସେ ପ୍ରାୟ ନୀରବ ରହୁଥିଲେ। କୋର୍ଟରେ ବିଚାର ଚାଲିଥିବାବେଳେ ସେ ହଠାତ୍‌ ବାରମ୍ବାର କର୍କଶ ସ୍ବରରେ ‘ଦୋଷୀ’ ଓ ‘ମୁଁ ସ୍ବୀକାର କରୁଛି’ ଭଳି ଶବ୍ଦ ଉଚ୍ଚାରଣ କଲେ। ଏହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପରିବର୍ତ୍ତେ ଆଜୀବନ କାରାଦଣ୍ଡାଦେଶ ଦିଆଯିବ। କିନ୍ତୁ ପାରୋଲରେ କେବେହେଲେ ଛଡ଼ାଯିବ ନାହିଁ।
ଗୋଲ୍ଡେନ୍‌ ଷ୍ଟେଟ୍‌ କିଲର’ ଭଳି ଏକାଧିକ ଉପନାମରେ ପରିଚିତ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ଜଣେ ପୂର୍ବତନ ପୋଲିସ ଅଧିକାରୀ, ଯିଏକି ଅତି ନିର୍ମମ ଭାବେ ଲୋକଙ୍କୁ ହତ୍ୟା କରୁଥିଲେ। ପୀଡ଼ିତାଙ୍କୁ ବଳାକାର କରି ହତ୍ୟା କରିବା ପରେ ସ୍ନାକିଂ କରିବା ଥିଲା ତାଙ୍କର ସଉକ। ଜଣେ ସିରିଏଲ୍‌ କିଲର, ସିରିଏଲ୍‌ ରେପିଷ୍ଟ ଓ ଡକାୟତ ଭାବେ ତାଙ୍କର କୁଖ୍ୟାତି ରହିଛି। ତାଙ୍କ ବିରୋଧରେ ଅନୂ୍ୟନ ୧୩ ଜଣଙ୍କୁ ହତ୍ୟା, ୫୦ରୁ ଅଧିକ ଜଣଙ୍କୁ ବଳାତ୍କାର ଓ ଶତାଧିକ ଚୋରି ଭଳି ସଙ୍ଗିନ ଅଭିଯୋଗ ଥିବାବେବେଳେ କେତେକ ଦୋଷ ପ୍ରମାଣିତ ହୋଇଛି। କାଲିଫର୍ନିଆରେ ୧୯୭୪ରୁ ୧୯୮୬ ମଧ୍ୟରେ ସେ ଏହି ସବୁ ଅପରାଧ ଘଟାଇଥିଲେ।
୧୯୪୫ ନଭେମ୍ବର ୮ରେ ଜନ୍ମିତ ଡିଏଙ୍ଗେଲୋ ଜୁନିୟର ୧୯୭୩ରୁ ୧୯୭୯ ପର୍ଯ୍ୟନ୍ତ ଆମେରିକା ନୌସେନା ଓ ଆଇନ ପ୍ରବର୍ତ୍ତନ କ୍ଷେତ୍ରରେ ନିୟୋଜିତ ଥିଲେ। ସେ ଜୁନ ୩୦ରେ (ସୋମବାର) ୧୩ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କାଲିଫର୍ନିଆରେ ଅନୂ୍ୟନ ୩ଟି ଅପରାଧ ଘଟାଇଥିଲେ, ଯାହାକି ଭିନ୍ନ ଭିନ୍ନ ନାମରେ ପରିଚିତ। ପ୍ରଥମେ ସେ ଜଣେ ଚୋର (ଭିସାଲିଆ ରାନ୍‌ସେକର) ଭାବେ ଅପରାଧ ଆରମ୍ଭ କରିଥିଲେ। ପରେ ସକ୍ରାମେଣ୍ଟୋ ଏରିଆକୁ ଯାଇ ଇଷ୍ଟ୍‌ ଏରିଆ ରେପିଷ୍ଟ ଭାବେ ଜଣାଶୁଣା ହେଲେ। ସାଉଥ୍‌ କାଲିଫର୍ନିଆରେ ଅପରାଧ ଘଟାଇବା ପରେ ଲୋକେ ତାଙ୍କୁ ‘ଓରିଜିନାଲ ନାଇଟ ଷ୍ଟକର’ ବୋଲି କହିଲେ। ଡିଏଙ୍ଗେଲୋ ଚୋରି କରିବା ପାଇଁ ଘରେ ପଶୁଥିଲେ। ସେଠାରେ ସେ ହତ୍ୟା ଓ ବଳାତ୍କାର କରୁଥିଲେ। ସେ ଅପହରଣ ପରେ ମୁଣ୍ଡ ଜାମିନ ଆକାରରେ ଅର୍ଥ ମଧ୍ୟ ଅସୁଲ କରୁଥିଲେ। ଏପରି କି ପୀଡ଼ିତ ବ୍ୟକ୍ତି ଓ ପୋଲିସ କର୍ମଚାରୀମାନଙ୍କୁ ଫୋନ୍‌ କରି ଧମକ ମଧ୍ୟ ଦେଉଥିଲେ। ୨୦୧୮ ଏପ୍ରିଲରେ ପୋଲିସ ତାଙ୍କୁ ଗିରଫ କରି ଥାନାକୁ ନେଇଥିଲା।
ଅନେକ ଦଶନ୍ଧି ଧରି ତଦନ୍ତ କରାଯିବାବେଳେ ଡିଏନ୍‌ଏ ପ୍ରମାଣ, ଆଲିବି ବା ଅନ୍ୟ ତଦନ୍ତ ପ୍ରଣାଳୀ ଜରିଆରେ କେତେକ ସନ୍ଦେହ ଦୂରୀଭୂତ ହୋଇଥିଲା। ୨୦୦୧ରେ ଡିଏନ୍‌ଏ ଟେଷ୍ଟରୁ ଜଣାପଡ଼ିଥିଲା ଯେ, ‘ଇଷ୍ଟ୍‌ ଏରିଆ ରେପିଷ୍ଟ’ ଓ ‘ଓରିଜିନାଲ ନାଇଟ୍‌ ଷ୍ଟକର’ ହେଉଛନ୍ତି ସେହି ଜଣେ ବ୍ୟକ୍ତି। ତାଙ୍କ ବିରୋଧରେ ସବୁଠୁ ବଡ଼ ଅପରାଧର ଅଭିଯୋଗ ଥିଲା ୧୯୭୮ରେ ବ୍ରିଏନ୍‌ ଓ କାଟିଏ ମୋଗିଓରେଙ୍କ ହତ୍ୟା। ସକ୍ରାମେଣ୍ଟାର ରାଞ୍ଚୋ କୋର୍ଡୋଭୋରେ ଏହି ନବଦମ୍ପତି ନିଜ କୁକୁରକୁ ବୁଲାଉଥିବାବେଳେ ଡିଏଙ୍ଗେଲୋ ଗୁଳି କରି ହତ୍ୟା କରିଥିଲେ।
୭୪ ବର୍ଷୀୟ ଡିଏଙ୍ଗେଲୋ ତଦନ୍ତକାରୀ ଅଧିକାରୀମାନଙ୍କୁ ସହଯୋଗ କରୁ ନ ଥିଲେ। କିନ୍ତୁ ନିଜେ ଭିଆଇଥିବା ଅପରାଧଗୁଡ଼ିକୁ ନେଇ ସେ ଗୁଣୁଗୁଣୁ ହୋଇ କିଛି କହୁଥିଲେ। ଇଣ୍ଟେରୋଗେଶନ ରୁମ୍‌ରେ ସେ ନିଜକୁ ନିଜେ କହି ହେଉଥିଲେ, ‘ଏସବୁ ମୁଁ କରିଛି’। ବିଚାରପତିଙ୍କ ପ୍ରଶ୍ନର ଉତ୍ତରରେ ସେ କେବଳ ଏତିକି କହୁଥିଲେ, ହଁ, ନାହିଁ, ଦୋଷୀ, ମୁଁ ସ୍ବୀକାର କରୁଛି। ଜେଲ୍‌ର ଗେରୁଆ ଜମ୍ପଶୁଟ ଧାରଣ କରିଥିବା ଡିଏଙ୍ଗେଲୋଙ୍କ ମୁହଁକୁ ପ୍ଲାଷ୍ଟିକ୍‌ରେ ଢଙ୍କାଯାଇଥିଲା କରୋନା ଭାଇରସ୍‌ ସଂକ୍ରମଣ ଏଡ଼ାଇବା ପାଇଁ। ତାଙ୍କୁ ଏକ ହ୍ବିଲ୍‌ ଚେୟାରରେ ବସାଇ କୋର୍ଟକୁ ନିଆଯାଇଥିଲା। ଅଭିଯୋଜନକାରୀ ପକ୍ଷର ଓକିଲ ଆମି ହୋଲିଡେ କହିଛନ୍ତି, ଭିଏତନାମ ଯୁଦ୍ଧ ଭେଟେରାନଙ୍କ ଏହି ଅପରାଧ ପାଇଁ ମୃତ୍ୟୁ ଦଣ୍ଡାଦେଶ ବଦଳରେ ୧୧ ଥର ଲଗାତର ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri