ଅଲ୍‌ରାଉଣ୍ଡର, ଶୋ’ମ୍ୟାନ୍‌

ଓଡ଼ିଆ ଚଳଚ୍ଚିତ୍ର ଜଗତର ଶୋ’ ମ୍ୟାନ୍‌ଭାବେ ପରିଚିତ ଥିଲେ ରାଜୁ ମିଶ୍ର। ତାଙ୍କର ପ୍ରତିଟି ସିନେମା ଥିଲା ଭିନ୍ନ ସ୍ବାଦର। ନିଜର ଦକ୍ଷତା ଓ ଲକ୍ଷ୍ୟ ହାସଲ କରିବାର ଦୃଢ ମନୋବଳ ଯୋଗୁ ସେ ଜନ୍ମମାଟି ଜଟଣୀରୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚତ୍ ପାରିଥିଲେ। ଫିଲ୍ମ ନିର୍ଦ୍ଦେଶନା, ନିର୍ମାତା, ସିନେମାଟୋଗ୍ରାଫର, ସଙ୍ଗୀତ ନିର୍ଦ୍ଦେଶନା ଆଦି କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା। ‘ପୁଅ ମୋର କଳା ଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ପଥର ଖସୁଛି ବଡ଼ ଦେଉଳୁ’ ଭଳି ଅନେକ ସୁପରହିଟ୍‌ ଫିଲ୍ମ ରାଜୁଙ୍କୁ ଜଣେ ସଫଳ ନିର୍ଦ୍ଦେଶକର ପରିଚୟ ଦେଇଥିଲା। ସେହିପରି ୨୩ରୁ ଊର୍ଦ୍ଧ୍ୱ ଫିଲ୍ମରେ ସେ ସିନେମାଟୋଗ୍ରାଫର ଦାୟିତ୍ୱ ତୁଲାଇଥିଲେ। ଏହାବାଦ୍‌ ୧୩ଟି ଚଳଚ୍ଚିତ୍ରର କାହାଣୀ ଲେଖିବା ସହ ୧୨ଟି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ୩ଟି ଚଳଚ୍ଚିତ୍ରରେ କଳାକାରଭାବେ ଅଭିନୟ କରିଥିଲେ। ‘ଉଲ୍‌କା’, ‘ରାଧା’ ଓ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ରେ ତାଙ୍କର ନିଖୁଣ ଅଭିନୟ ଥିଲା ନିଆରା। କେବଳ ଏତିକି ନୁହେଁ, ‘ସାଗର ଗଙ୍ଗା’ ଚଳଚ୍ଚିତ୍ରର ସମ୍ପାଦନା ଦାୟିତ୍ୱରେ ରହିବା ସହ ୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ସଂଯୋଜନା ମଧ୍ୟ କରିଥିଲେ। ଏଥପାଇଁ ତାଙ୍କୁ ଓଲିଉଡ୍‌ର ଅଲରାଉଣ୍ଡର ବୋଲି କୁହାଯାଉଥିଲା। କେତେବେଳେ ନିର୍ଦ୍ଦେଶକଭାବେ ତ କେତେବେଳେ କାହାଣୀକାର ବେଳେ ପୁଣି କେତେବେଳେ ଚିତ୍ରତ୍ତୋଳନରେ ଶ୍ରେଷ୍ଠ ବିବେଚିତ ହୋଇ ସେ ରାଜ୍ୟ ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

 

ବଡ଼ ଚାକିରି ଛାଡ଼ି ଧରିଥିଲେ କ୍ୟାମେରା
ରାଜୁ ଥିଲେ ଜଣେ ମେଧାବୀ ଛାତ୍ର। ଜଟଣୀ ହାଇସ୍କୁଲ ଓ ନିରାକାରପୁର କଲେଜରୁ ସେ ଶିକ୍ଷାଲାଭ କରିଥିଲେ। ସରକାରୀ ଚାକିରି ପଛରେ ନ ଗୋଡ଼ାଇ ଅଧିକ ବେତନ ମିଳୁଥିବା ବଡ଼ ଚାକିରି କରିବେ ବୋଲି ଭାବିଥିଲେ। ତାଙ୍କ ଇଚ୍ଛା ମଧ୍ୟ ପୂରଣ ହୋଇଥିଲା। ଏକ ବିଦେଶୀ କମ୍ପାନୀରେ ଚାକିରି କରି ଭଲ ଦରମା ବି ପାଇଲେ। ହେଲେ କ୍ୟାମେରା ପ୍ରତି ଥିବା ଅହେତୁକ ଆକର୍ଷଣ ତାଙ୍କୁ ସିନେମାଟୋଗ୍ରାଫି ଆଡ଼କୁ ଟାଣି ଆଣିଥିଲା। ୧୯୭୪ରେ ଚାକିରି ଛାଡ଼ି ପୁଣେସ୍ଥିତ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ)ରେ ଯୋଗଦେଇଥିଲେ।
ଜାତୀୟସ୍ତରରୁ ଓଡ଼ିଶା
ପୁଣେ ଏଫ୍‌ଟିଆଇଆଇରୁ ଡିପ୍ଲୋମା ସାର୍ଟିଫିକେଟ୍‌ ମିଳିବା ପୂର୍ବରୁ ରାଜୁଙ୍କୁ ମରାଠୀ ଫିଲ୍ମରେ କାମ ଆରମ୍ଭ କରିବାର ସୁଯୋଗ ମିଳିଥିଲା। ‘ସର୍ବ ସାକ୍ଷୀ’ ନାମକ ଏକ ଫିଲ୍ମରେ ସେ ସ୍ବର୍ଗତ ସ୍ମିତା ପାଟିଲଙ୍କ ସହ କାମ କରିଥିଲେ। ଏହି ଫିଲ୍ମ ଜାତୀୟ ପୁରସ୍କାର ହାସଲ କରିଥିବାବେଳେ ରାଜୁଙ୍କ ଦକ୍ଷତା ଓ ପ୍ରତିଭା ପାଇଁ ତାଙ୍କୁ ପରିଚୟ ଓ ପୁରସ୍କାର ମଧ୍ୟ ମିଳିଥିଲା। ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା କିଛି ଅହମୀୟା ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। କିଛି ବର୍ଷ ଟିଭି ସେଣ୍ଟରରେ କ୍ୟାମେରାମ୍ୟାନ୍‌ ଭାବେ ମଧ୍ୟ ଚାକିରି କରିଥିଲେ। ହେଲେ ତାଙ୍କ ଲକ୍ଷ୍ୟ ଥିଲା ଓଡ଼ିଶାକୁ ଫେରି ଭିନ୍ନ କିଛି କରିବା। କିଛିଦିନ ମୁମ୍ବାଇରେ ରହି ରେକର୍ଡ଼ିଂ ଶିଖିଲେ ଓ ଓଡ଼ିଶା ଫେରି ବ୍ୟାବସାୟିକ ସିନେମା କରିବା ଆରମ୍ଭ କଲେ। ଏହାପରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଓଡ଼ିଆ ଫିଲ୍ମ ତାଙ୍କଠାରୁ ଦେଖିବାକୁ ମିଳିଥିଲା। ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ଏଇ ଆମ ସଂସାର’ ଓ ମହମ୍ମଦ ମହସିନଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’ ଭଳି ସୁପରହିଟ୍‌ ସିନେମାର ସିନେମାଟୋଗ୍ରାଫର୍‌ ଥିଲେ ରାଜୁ ମିଶ୍ର।
ଇଚ୍ଛା ଥିଲା ଭଲ ଫିଲ୍ମ କରିବା
ଏତେ ସଫଳତା ପରେ ମଧ୍ୟ ନିଜ କ୍ୟାରିୟରକୁ ନେଇ ସନ୍ତୁଷ୍ଟ ନ ଥିଲେ ରାଜୁ ମିଶ୍ର। ବ୍ୟାବସାୟିକ ଫିଲ୍ମ ଛାଡ଼ି କିଛି ଭଲ ତଥା ମନ ପସନ୍ଦର ଫିଲ୍ମ କରିବାକୁ ଚାହୁଁଥିଲେ। ହେଲେ ସେଥିରେ ସେ ସଫଳ ହୋଇ ପାରି ନ ଥିଲେ ବୋଲି ନିଜେ କହୁଥିଲେ। ଜଣେ ନିର୍ଦ୍ଦେଶକ ଭାବେ ସେ ଖୁବ୍‌ ଷ୍ଟ୍ରିକ୍ଟ ହେଉଥିଲେ। ସେଥିଲାଗି ଅନେକ କଳାକାର ତାଙ୍କୁ ରାଗି ବୋଲି କୁହନ୍ତି। ହେଲେ ତାଙ୍କ ଭଳି ଜଣେ ଦକ୍ଷ ନିର୍ଦ୍ଦେଶକ ମିଳିବା ଓଡ଼ିଆ ଇଣ୍ଡଷ୍ଟ୍ରିରେ ବିରଳ ବୋଲି କଳାକାରମାନେ କୁହନ୍ତି। ତାଙ୍କ ଦ୍ୱାରା ବହୁ ସଫଳ କଳାକାର, ନିର୍ଦ୍ଦେଶକ ଓ ଟେକନିସିଆନ୍‌ ସୃଷ୍ଟି ହୋଇଛନ୍ତି। ତେବେ ଜୀବନର ଶେଷ ଭାଗରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶନାଠାରୁ କିଛିକାଂଶରେ ଦୂରେଇ ଯାଇଥିଲେ।
‘ଆଉଥରେ ରାଜୁ ମିଶ୍ର ହୋଇ ଜନ୍ମନେବି’
ରାଜୁ ମିଶ୍ରଙ୍କ ପରିବାରରେ ମା ଓ ବାପା ଉଭୟ କଳାକାର ଥିଲେ। ବାପା ତବଲା ବାଦକ ଓ ମା’ ଆକାଶବାଣୀ କଣ୍ଠଶିଳ୍ପୀ ଥିଲେ। ପିଲାବେଳୁ ଏହାର ପ୍ରଭାବ ପଡ଼ିଥିଲା ରାଜୁ ମିଶ୍ରଙ୍କ ଉପରେ। ହେଲେ ବାପା ମା’ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ବି କଳାକାର ହେଉ। କାରଣ ଏଥିରେ ପରିବାର ପୋଷିବା ସହଜ ନ ଥିଲା। ମାତ୍ର ବିଧି ନିର୍ଦ୍ଦେଶ କିନ୍ତୁ ଭିନ୍ନ ଥିଲା। ଶେଷରେ ସେ ଟାଣିହୋଇ କଳା ଜଗତରେ ପ୍ରବେଶ କରିଥିଲେ। କ୍ୟାମେରାରେ ତାଙ୍କର ପ୍ରଥମ ଗୁରୁ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଧୀର। ନିଜ ସଫଳତାର ଶ୍ରେୟ ସେ ନିଜ ଗୁରୁଙ୍କୁ ଦେଉଥିଲେ। ଯଦି ପୁନର୍ଜନ୍ମ ନିଏ ତେବେ ପୁଣି ସେହି ରାଜୁ ମିଶ୍ର ହୋଇ ଜନ୍ମ ନେବାକୁ ଚାହିଁବି ବୋଲି ରାଜୁ ମିଶ୍ର ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri