Posted inଖେଳ

ରଣଜୀ ଟ୍ରଫି: ରେକର୍ଡ ୪୮ ତମ ଫାଇନାଲରେ ମୁମ୍ବାଇ, ଅଲରାଉଣ୍ଡର ଦେଖାଇଲେ ଦମ୍‌

ମୁମ୍ବାଇ,୪।୩: ଏକ ଇନିଂସ ଓ ୭୦ ରନ୍‌ରେ ହରାଇବା ସହି ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ। ଏହା ସହ ଦଳ ୪୮ ଥର ପାଇଁ ରଣଜୀ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଇନିଂସରେ ୨୩୨ ରନ୍‌ ପଛରେ ରହିଥିବା ତାମିଲନାଡୁ ୧୬୨ ରନ୍‌ରେ ଅଲଆଉଟ ହୋଇଥିଲା।

ମୁମ୍ବାଇ ନିଜର ଅସମାପ୍ତ ସ୍କୋର ୩୫୩/୯ରୁ ଖେଳ ଆରମ୍ଭ କରିବା ସହ ଅନ୍ତିମ ଉଇକେଟରେ ଆଉ ୨୫ ରନ୍‌ ଯୋଡିଥିଲା। ତନୁଶ କୋଟିଆନ ୮୯ ରନ୍‌ରେ ଅପରାଜିତ ରହିଥିଲେ। ମୁମ୍ବାଇ ୧୦୬/୭ ରହିଥିବା ବେଳେ ଶାର୍ଦ୍ଦୂଳ ଠାକୁର କାଉଣ୍ଟର ଆଟାକ କରି ରଣଜୀ ଟ୍ରଫି କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ୧୦୪ ବଲ୍‌ ଖେଳି ସେ ୧୩ ଚୌକା ଓ ୪ ଛକା ସହ ୧୦୯ ରନ୍‌ କରିଥିଲେ। ତାମିଲନାଡୁ ପକ୍ଷରୁ ସାଇ କିଶୋର ୬ ଉଇକେଟ ନେଇଥିବା ବେଳେ କୁଲଦୀପ ସେନ୍‌ ୨, ସନ୍ଦୀପ ଓ୍ବାରିୟର ଓ ଓ୍ବାଶିଂଟନ୍‌ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୨୩୨ ରନ୍‌ରେ ଆଗୁଆ ରହିବା ପରେ ମୁମ୍ବାଇ ବୋଲର ପୁନର୍ବାର ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଶାର୍ଦ୍ଦୂଳ ଠାକୁର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୧୦ ରନ୍‌ରେ ୩ ଉଇକେଟ ହରାଇଥିବା ବେଳେ ଦଳ ୫୧.୫ ଓଭରରେ ୧୬୨ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଚତୁର୍ଥ ଉଇକେଟରେ ବାବା ଇନ୍ଦ୍ରଜିତ(୭୦) ଓ ପ୍ରଦୋଶ ପଲ୍‌(୨୫)ଙ୍କ ମଧ୍ୟରେ ୭୩ ରନ୍‌ର ଭାଗୀଦାରି ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୪ ଓ ସାଇ କିଶୋର ୨୧ ରନ୍‌ କରିଥିଲେ। ଏହି ୪ ଖେଳାଳିଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ମୁମ୍ବାମଇ ପକ୍ଷରୁ ସାମ୍ସ ମୁଲାନୀ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ମୋହିତ ଅଓ୍ବସ୍ଥି, ଶାର୍ଦ୍ଦୂଳ ଠାକୁର ଓ ତନୁଶ କୋଟିଆନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri