ସବୁ ବୃକ୍ଷଚେରରେ ଔଷଧୀୟ ଗୁଣ ରହିଛି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଏପରି କୌଣସି ବୃକ୍ଷର ଚେର ନାହିଁ ଯାହାର ଔଷଧୀୟ ଗୁଣ ନାହିଁ। ସବୁ ଚେରରେ ହିଁ ଔଷଧୀୟ ଗୁଣ ଭରି ରହିଛି। ଔଷଧୀୟ ବୃକ୍ଷକୁ ଠିକ୍‌ ଭାବେ ଚିହ୍ନଟ କରି ତାହାକୁ ଠିକ୍‌ ଉପଯୋଗ ପାରିଲେ ମାରାତ୍ମକ ରୋଗରୁ ଉପଶମ ମିଳିଥାଏ। ଶୁକ୍ରବାର ପଞ୍ଚଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଫେବୃୟାରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ପ୍ରଧାନ ବନ ସଂରକ୍ଷକ ଓ ଜଙ୍ଗଲବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ଆୟୁର୍ବେଦ ବିଜ୍ଞାନ ଉପରେ ତଥ୍ୟଭିତ୍ତିକ ମତ ଉପସ୍ଥାନ କରିଥିଲେ। ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ଅଧିକ ଆଦୃତି ଲାଭ କରିଥିଲେ ମଧ୍ୟ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାକୁ ଅବମାନନା କରିବା ଉଚିତ ନୁହେଁ ବୋଲି ବିଶ୍ୱାଳ କହିଛନ୍ତି। ସେହିପରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ନୋଡାଲ) ଡ. କୁଞ୍ଜବିହାରୀ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଓଡିଶା ଔଷଧୀୟ ଉଦ୍ଭିଦର ଗନ୍ତାଘର। ଆଇଁଷକାତି (ସଦାବିହାରୀ) ଫୁଲକୁ ପୂଜାରେ ବ୍ୟବହାର କରାଯାଉ ନ ଥିଲେ ମଧ୍ୟ ଏହାର ଔଷଧୀୟ ଗୁଣ ବିଷୟରେ ସେ ବିସ୍ତୃତ ସୂଚନା ଦେଇଥିଲେ। ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସୁଦୀପ ନାୟକ ହର୍ବାଲ ମେଳାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
ମେଳାରେ ରାଜ୍ୟ ତଥା ବାହାରୁ ବୈଦ୍ୟ ଓ କବିରାଜମାନେ ଔଷଧୀୟ ବୃକ୍ଷଲତା ସହ ଅଂଶଗ୍ରହଣ କରିଛନ୍ତି। ସେହିଭଳି ଔଷଧୀୟ ବୃକ୍ଷ ଚାଷ କରୁଥିବା ଚାଷୀ, ପ୍ରାଥମିକ ସଂଗ୍ରହକାରୀ, ବନ ସୁରକ୍ଷା ସମିତି ସଭ୍ୟ, ପାରମ୍ପରିକ ଚିକିତ୍ସକ, ବ୍ୟବସାୟୀ, ବେସରକାରୀ ସଂଗଠନ, ଔଷଧ ପ୍ରସ୍ତୁତକାରୀ ଓ ରପ୍ତାନିକାରୀ ଯୋଗ ଦେଇଛନ୍ତି। ପ୍ରାୟ ୧୩୦ଟି ଷ୍ଟଲ୍‌ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ରୋଗର ଚିକିତ୍ସା ପାଇଁ ପାରମ୍ପରିକ ତଥା ଆର୍ୟୁବେଦିକ ପରାମର୍ଶ ଦିଆଯାଉଛି। ଅମ୍ଳପିତ୍ତ, ମଧୁମେହ, ଆମବାତ, ଗଣ୍ଠିବାତ, ଶ୍ୱାସରୋଗ, ସ୍ତ୍ରୀ ରୋଗ, ଉଚ୍ଚ ରକ୍ତଚାପ, ହୃଦରୋଗ ଆଦି ଉପରେ ଆଲୋଚନାଚକ୍ର ଓ ସମ୍ମିଳନୀ ଆୟୋଜିତ ହେଉଛି। ସେହିପରି ବିରଳ ତଥା ବିଲୁପ୍ତ ପ୍ରାୟ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀର ଆଯୋଜନ କରାଯାଇଛି। ଦୈନନ୍ଦିନ ଜୀବନରେ ଔଷଧୀୟ ଉଦ୍ଭିଦର ଉପଯୋଗିତା ସମ୍ପର୍କରେ ସୂଚନା ମିଳିପାରୁଛି। ପ୍ରଥମ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ। ଓଡ଼ିଶୀନୃତ୍ୟ ଚିତ୍ତାକର୍ଷକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri