ଏପ୍ରିଲରୁ ଚାଲିବ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ପୁଣି ଚାଲିବ। ଏ ନେଇ ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି। ଲକଡାଉନ ପୂର୍ବରୁ ରାଜ୍ୟରେ ପୂର୍ବତଟ ରେଲୱେର ମୋଟ ୮୨ ଯୋଡା ଏକ୍ସପ୍ରେସ ଚାଲୁଥିଲା। କୋଭିଡ-୧୯ କଟକଣା ପରେ ବିଭିନ୍ନ ରୁଟ୍‌ରେ ୫୯ ଯୋଡା ଏକ୍ସପ୍ରେସ ଟ୍ରେନ ଚାଲିଛି। କରୋନା ମାମଲା କମିଲେ ଅଧିକ ଟ୍ରେନ ଚାଲିବ। ଏ ନେଇ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ ରହିଛି। ଏପ୍ରିଲରୁ ଟ୍ରେନ ସଂଖ୍ୟା ବଡିବ। ବର୍ତ୍ତମାନ ପାସେଞ୍ଜର ଟ୍ରେନ ସଂଖ୍ୟା କମ ରହିଥିବା ବେଳେ ସ୍ପେଶାଲ ଟ୍ରେନ ଅଧିକ ଚାଲୁଛି।