ମଧୁମେହ ରୋଗୀଙ୍କ ସହ ଏହି ସବୁ ଲୋକଙ୍କୁ କରୋନା ହେବାର ରହିଛି ଅଧିକ ଆଶଙ୍କା: ଜାଣନ୍ତୁ କିପରି ହେବେ ଯତ୍ନବାନ

ବ୍ରହ୍ମପୁର ଅଫିସବ,୧୨।୭: କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କରୋନା ସଂକ୍ରମଣରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସରକାର ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି । ବିଶେଷ କରି ମଧୁମେହ (ଡାଇବେଟିସ)ରୋଗୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। କାରଣ ମଧୁମେହ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ବୋଲି ଏମ୍‌କେସିଜି ମେଡିକାଲର ଏଣ୍ଡ୍ରୋକ୍ରାଇନୋଲୋଜି ବିଭାଗର ଡାକ୍ତର ପି. ରବି କୁମାର କହିଛନ୍ତି ।
ସେହିପରି ଯେଉଁ ବ୍ୟକ୍ତିମାନେ ମଧୁମେହ ସହିତ ଉଚ୍ଚ ରକ୍ତଚାପ, ହୃଦରୋଗ, କିଡ୍‌ନୀ ଜନିତ ସମସ୍ୟାରେ ପୀଡିତ ସେମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ । ମଧୁମେହରେ ପୀଡିତ ଥିବା ୬୦ବର୍ଷ ତାଠୁ ଊର୍ଦ୍ଧ୍ୱ ବ୍ୟକ୍ତି, ମାତ୍ରାଧିକ ମଦ୍ୟପାନ ତଥା ଧୂମପାନ କରୁଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। କରୋନା ସଂକ୍ରମଣ ହେଲେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେବା ସହିତ ରୋଗୀ କୋମାକୁ ଚାଲିଯିବା ଭୟ ରହିଥାଏ ବୋଲି ସେ କହିଛନ୍ତି । କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ମଧୁମେହ ରୋଗୀଙ୍କୁ ଅଧିକ ସଚେତନ ରହିବାକୁ ପଡ଼ିବ । ସାମାଜିକ ଦୂରତ୍ୱ ପାଳନ କରିବା ସହିତ ରକ୍ତଶର୍କରା, ରକ୍ତଚାପକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକ ଔଷଧ ଖାଇବା ଜରୁରୀ । ପ୍ରତିଦିନ ଅତି କମରେ ୩୦ ମିନଟ୍‌ ପର୍ଯ୍ୟନ୍ତ ବ୍ୟାୟମ ନ ଚେତ ଯୋଗାଭ୍ୟାସ କରିବା ଆବଶ୍ୟକ। ଆବଶ୍ୟକ ଔଷଧ, ଇନସୁଲିନ ପାଖରେ ରଖିବାକୁ ଡା. କୁମାର କହିଛନ୍ତି । ମଦ୍ୟପାନ, ଧୂମପାନଠାରୁ ନିଜକୁ ଦୂରେଇ ରଖି ପୁଷ୍ଟିକର ଖାଦ୍ୟ ଖାଇବା ସହ ଦୈନିକ ୬/୭ ଘଣ୍ଟା ଶୋଇବା ଆବଶ୍ୟକ । ଏହି ସବୁ ନିୟମ ପାଳନ କଲେ ମଧୁମେହ ରୋଗୀ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରି ପାରିବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri