ଗଞ୍ଜାମ,୨୨।୧୧(ବିଦ୍ୟାଧର ସାହୁ): ମତ୍ସ୍ୟ ଦିବସ ଉପଲକ୍ଷେ ହୁମା ଶୁଖୁଆ ହାଟ ନିକଟରେ ଥିବା ମତ୍ସ୍ୟ ହଲଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ଉପଜିଲାପାଳ ଶିବାଶିଷ ବରାଳ,ଉପମତ୍ସ୍ୟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା,ଜିଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ଯେ ସାହୁ, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ )ଦେବୀଦତ୍ତ ମହାନ୍ତି,ଏଏଫଓ ବିଭୁ ପ୍ରସାଦ ସ୍ବାଇଁ, ସରପଞ୍ଚ ଜାନକୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ l ସହକାରୀ ମତ୍ସ୍ୟ ଅଧିକାରୀ ପ୍ରିୟବ୍ରତ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ପାଇଁ ସମସ୍ତ ସୁବିଧା ସହଯୋଗ ଯୋଗାଇବା ନିମନ୍ତେ ବିଭାଗ ପ୍ରସ୍ତୁତ ବୋଲି ଉପ ନିର୍ଦ୍ଦେଶକ ସୂଚନା ଦେଇଥିଲେ l ଏଥିସହ ଦୂର ଦୁରାନ୍ତରୁ ଆସୁଥିବା ସମସ୍ତ ଶୁଖୁଆ ବ୍ୟବସାୟୀଙ୍କ ନିମନ୍ତେ ସମସ୍ତ ସୁବିଧା ରହିଛି l ରାତ୍ରି କାଳୀନ ରହଣି ବ୍ୟବସ୍ଥା ସହ ଅନ୍ୟାନ୍ୟ ଅନୁସାଙ୍ଗିକ ବ୍ୟବସ୍ଥା ଥିବା ମସ୍ଚ୍ୟ ବିଭାଗ ପକ୍ଷରୁ କୁହାଯାଇଛି l ସ୍ଥାନୀୟ ଅଞ୍ଚଳର ବହୁତ ବ୍ୟବସାୟୀ, ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ l
Dharitri – Odisha’s No.1 Odia Daily


