ସବୁ ଏମ୍‌ସ ହେବ ଉତ୍କର୍ଷ କେନ୍ଦ୍ର:ମାଣ୍ଡଭ୍ୟ

ଭୁବେନଶ୍ବର,୯ା୧(ବ୍ୟୁରୋ): ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ବଡି (ସିଆଇବି)ର ୬ଷ୍ଠ ବୈଠକ ରବିବାର ଭୁବନେଶ୍ବର ଏମ୍‌ସରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର, ଏମ୍‌ପି ରମେଶ ଭିଦୁରି, ଡ. ଅନିଲ ଜୈନ, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡା. ଭିକେ ପଲ୍‌, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ବାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡା. ରାଜୀବ ବାହାଲ ଏବଂ ସ୍ବାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶକ ଡା. ଅତୁଲ ଗୋୟଲ ଉପସ୍ଥିତ ଥିଲେ।
ସବୁ ଏମ୍‌ସକୁ ପାଣ୍ଠି ଯୋଗାଣ, ଭିତ୍ତିଭୂମି, ପଦ ସୃଷ୍ଟି, ନିଯୁକ୍ତି, ନୀତି କାର୍ଯ୍ୟକାରିତା, ସମସ୍ୟା ସମାଧାନ ଏବଂ ବିଭିନ୍ନ କ୍ରୟ ପାଇଁ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ ସିଆଇବି କାର୍ଯ୍ୟ କରିଥାଏ। ପୂର୍ବ ସିଆଇବି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ସମୀକ୍ଷା କରାଯାଇଥିଲା। ମାଣ୍ଡଭ୍ୟ କହିଥିଲେ, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସିଆଇବି ବୈଠକ ଆୟୋଜନ କରାଯାଉଛି। ଏଥିରେ କେବଳ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ କରାଯାଇ ନ ଥାଏ ବରଂ ଭିନ୍ନ ଦୃଷ୍ଟିକୋଣ, ନୂତନ ଉପାୟ, ଅଭିନବ ସମାଧାନ ଓ ପରାମର୍ଶ ଉପସ୍ଥାପନ ଲାଗି ଏହା ଏକ ଚିନ୍ତନ ଶିବିର। ଏମ୍‌ସଗୁଡ଼ିକର ଉନ୍ନତୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଜାତୀୟ ଗୁରୁତ୍ୱ ବହନ କରୁଥିବା ଆଇଆଇଟି ଓ ଆଇଆଇଏମ୍‌ ଭଳି ପ୍ରତିଷ୍ଠାନରୁ ଶିକ୍ଷାଲାଭ କରିବା ନିମନ୍ତେ ସେ ପ୍ରତିନିଧିଙ୍କୁ ଆହ୍ବାନ ଦେଇଥିଲେ। ପୂର୍ବ ବୈଠକରେ କରାଯାଇଥିବା ସୁପାରିସ ଆଧାରରେ ସବୁ ଏମ୍‌ସ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ।
ସିଆଇବି ବୈଠକରେ ଯୋଗଦେବା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏମ୍‌ସ ଭୁବନେଶ୍ବରର ପରିଚାଳନା କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ରୋଗୀ ସେବା ଅନୁଧ୍ୟାନ କରିବା ସହିତ ସେଠାରେ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର କହିଥିଲେ, ଏମ୍‌ସ ବ୍ରାଣ୍ଡକୁ ଅଧିକ ଉଚ୍ଚସ୍ତରକୁ ନେବା ସରକାରଙ୍କ ଲକ୍ଷ୍ୟ। ବିଶ୍ବସ୍ତରରେ ସଫଳ ହୋଇଥିବା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକର ପରିଚାଳନା ମଡେଲ ଅନୁଧ୍ୟାନ ଏବଂ ଶ୍ରେଷ୍ଠ ପଦ୍ଧତିକୁ ଆପଣାଇବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ପିଏମ୍‌ଏସ୍‌ଏସ୍‌ୱାଇ ଅଧୀନରେ ନୂଆ ଏମ୍‌ସ ନିରୀକ୍ଷଣ, ଦୀର୍ଘସ୍ଥାୟୀ ଆର୍ଥିକ ମଡେଲ, ପରିଚାଳନା ଓ ପ୍ରଶାସନିକ ଢାଞ୍ଚା ଏବଂ ମାନବ ସମ୍ବଳ ପରିଚାଳନା, କ୍ରୟ କ୍ଷେତ୍ରରେ ଅର୍ଥବ୍ୟବସ୍ଥାର ଉପଯୋଗ, ଭିଜନ୍‌ ୨୦୩୦ ଆଦି ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସ୍ବାାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଲୋହାନୀ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଜୟଦୀପ କୁମାର ମିଶ୍ରା, ଏମ୍‌ସ ଦେଓଘରର ଅଧ୍ୟକ୍ଷ ଡା. ଏନ.କେ. ଆରୋରା, ଅବନ୍ତିପୁରା ଏମ୍‌ସ ଅଧ୍ୟକ୍ଷ ଡା. ପ୍ରମୋଦ ଗର୍ଗ, କଲ୍ୟାଣୀ ଏମ୍‌ସ ଅଧ୍ୟକ୍ଷ ଡା. ଚିତ୍ରା ସରକାର, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର କୁଳପତି ତଥା କୁଳସଚିବ ପ୍ରଫେସର ବିଜୟ କୁମାର ଶୁକ୍ଳାଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ନୀତି ଆୟୋଗ, ଏମ୍‌ସ, ନିମ୍‌ହାନ୍ସ ଏବଂ ଆଇସିଏମ୍‌ଆରର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri