ସବୁ ଏମ୍‌ସ ହେବ ଉତ୍କର୍ଷ କେନ୍ଦ୍ର:ମାଣ୍ଡଭ୍ୟ

ଭୁବେନଶ୍ବର,୯ା୧(ବ୍ୟୁରୋ): ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ବଡି (ସିଆଇବି)ର ୬ଷ୍ଠ ବୈଠକ ରବିବାର ଭୁବନେଶ୍ବର ଏମ୍‌ସରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର, ଏମ୍‌ପି ରମେଶ ଭିଦୁରି, ଡ. ଅନିଲ ଜୈନ, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡା. ଭିକେ ପଲ୍‌, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ବାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡା. ରାଜୀବ ବାହାଲ ଏବଂ ସ୍ବାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶକ ଡା. ଅତୁଲ ଗୋୟଲ ଉପସ୍ଥିତ ଥିଲେ।
ସବୁ ଏମ୍‌ସକୁ ପାଣ୍ଠି ଯୋଗାଣ, ଭିତ୍ତିଭୂମି, ପଦ ସୃଷ୍ଟି, ନିଯୁକ୍ତି, ନୀତି କାର୍ଯ୍ୟକାରିତା, ସମସ୍ୟା ସମାଧାନ ଏବଂ ବିଭିନ୍ନ କ୍ରୟ ପାଇଁ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ ସିଆଇବି କାର୍ଯ୍ୟ କରିଥାଏ। ପୂର୍ବ ସିଆଇବି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ସମୀକ୍ଷା କରାଯାଇଥିଲା। ମାଣ୍ଡଭ୍ୟ କହିଥିଲେ, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସିଆଇବି ବୈଠକ ଆୟୋଜନ କରାଯାଉଛି। ଏଥିରେ କେବଳ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ କରାଯାଇ ନ ଥାଏ ବରଂ ଭିନ୍ନ ଦୃଷ୍ଟିକୋଣ, ନୂତନ ଉପାୟ, ଅଭିନବ ସମାଧାନ ଓ ପରାମର୍ଶ ଉପସ୍ଥାପନ ଲାଗି ଏହା ଏକ ଚିନ୍ତନ ଶିବିର। ଏମ୍‌ସଗୁଡ଼ିକର ଉନ୍ନତୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଜାତୀୟ ଗୁରୁତ୍ୱ ବହନ କରୁଥିବା ଆଇଆଇଟି ଓ ଆଇଆଇଏମ୍‌ ଭଳି ପ୍ରତିଷ୍ଠାନରୁ ଶିକ୍ଷାଲାଭ କରିବା ନିମନ୍ତେ ସେ ପ୍ରତିନିଧିଙ୍କୁ ଆହ୍ବାନ ଦେଇଥିଲେ। ପୂର୍ବ ବୈଠକରେ କରାଯାଇଥିବା ସୁପାରିସ ଆଧାରରେ ସବୁ ଏମ୍‌ସ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ।
ସିଆଇବି ବୈଠକରେ ଯୋଗଦେବା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏମ୍‌ସ ଭୁବନେଶ୍ବରର ପରିଚାଳନା କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ରୋଗୀ ସେବା ଅନୁଧ୍ୟାନ କରିବା ସହିତ ସେଠାରେ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାୱାର କହିଥିଲେ, ଏମ୍‌ସ ବ୍ରାଣ୍ଡକୁ ଅଧିକ ଉଚ୍ଚସ୍ତରକୁ ନେବା ସରକାରଙ୍କ ଲକ୍ଷ୍ୟ। ବିଶ୍ବସ୍ତରରେ ସଫଳ ହୋଇଥିବା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକର ପରିଚାଳନା ମଡେଲ ଅନୁଧ୍ୟାନ ଏବଂ ଶ୍ରେଷ୍ଠ ପଦ୍ଧତିକୁ ଆପଣାଇବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ପିଏମ୍‌ଏସ୍‌ଏସ୍‌ୱାଇ ଅଧୀନରେ ନୂଆ ଏମ୍‌ସ ନିରୀକ୍ଷଣ, ଦୀର୍ଘସ୍ଥାୟୀ ଆର୍ଥିକ ମଡେଲ, ପରିଚାଳନା ଓ ପ୍ରଶାସନିକ ଢାଞ୍ଚା ଏବଂ ମାନବ ସମ୍ବଳ ପରିଚାଳନା, କ୍ରୟ କ୍ଷେତ୍ରରେ ଅର୍ଥବ୍ୟବସ୍ଥାର ଉପଯୋଗ, ଭିଜନ୍‌ ୨୦୩୦ ଆଦି ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସ୍ବାାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଲୋହାନୀ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଜୟଦୀପ କୁମାର ମିଶ୍ରା, ଏମ୍‌ସ ଦେଓଘରର ଅଧ୍ୟକ୍ଷ ଡା. ଏନ.କେ. ଆରୋରା, ଅବନ୍ତିପୁରା ଏମ୍‌ସ ଅଧ୍ୟକ୍ଷ ଡା. ପ୍ରମୋଦ ଗର୍ଗ, କଲ୍ୟାଣୀ ଏମ୍‌ସ ଅଧ୍ୟକ୍ଷ ଡା. ଚିତ୍ରା ସରକାର, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର କୁଳପତି ତଥା କୁଳସଚିବ ପ୍ରଫେସର ବିଜୟ କୁମାର ଶୁକ୍ଳାଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ନୀତି ଆୟୋଗ, ଏମ୍‌ସ, ନିମ୍‌ହାନ୍ସ ଏବଂ ଆଇସିଏମ୍‌ଆରର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri