ଏଲିଅନ୍‌ ଖୋଜିବ ଜେମ୍ସ ଓ୍ବେବ୍‌ ଟେଲିସ୍କୋପ୍‌

ଓ୍ବାଶିଂଟନ, ୨୬ା୧୨: ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ ସ୍ପେସ୍‌ ଟେଲିସ୍କୋପ୍‌ ଜେମ୍ସ ଓ୍ବେବ୍‌କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଶନିବାର ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ୟୁରୋପୀୟ ଆରିଏନ୍‌-୫ ରକେଟ ମାଧ୍ୟମରେ ପ୍ରେରଣ କରିଛି। ଫ୍ରେଞ୍ଚ ଗୁଇନାର ଲଞ୍ଚ୍‌ ବେସ୍‌ରୁ ଏହି ଟେଲିସ୍କୋପ୍‌ର ଉତ୍‌କ୍ଷେପଣ କରାଯାଇଛି। ନାସା, ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଏବଂ କାନାଡା ସ୍ପେସ୍‌ ଏଜେନ୍ସି ଦ୍ୱାରା ଜେମ୍ସ ଓ୍ବେବ୍‌ ପ୍ରସ୍ତୁତ ହୋଇଛି। ଏଥିରେ ୧୦ ବିଲିୟନ ଡଲାର ବା ପ୍ରାୟ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାର ଡିଜାଇନ୍‌ ସମ୍ପୂର୍ଣ୍ଣ ହେବାକୁ ୩୦ ବର୍ଷ ଲାଗିଯାଇଥିଲା। ୧୯୯୦ରେ ପଠାଯାଇଥିବା ହବଲ୍‌ ଟେଲିସ୍କୋପ ଅପେକ୍ଷା ଏହା ଶହେ ଗୁଣ ଅଧିକ ଶକ୍ତିଶାଳୀ। ଏହା ମାଧ୍ୟମରେ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଅବସ୍ଥାରେ କିପରି ଗାଲାକ୍ସି, ସୌରମଣ୍ଡଳ ଏବଂ ଗ୍ରହଗୁଡିକ ସୃଷ୍ଟିହେଲେ ସେ ବିଷୟରେ ତଥ୍ୟ ଯୋଗାଇବ। ଏହି ଟେଲିସ୍କୋପ୍‌ ୟୁନିଭର୍ସ ସୃଷ୍ଟିର ରହସ୍ୟ ଉନ୍ମୋଚନ ସହ ଏଲିଅନମାନଙ୍କ ଉପସ୍ଥିତି ମଧ୍ୟ ଚିହ୍ନଟ କରିବ। ଏହା ମାଧ୍ୟମରେ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉପରୁ ପରଦା ହଟାଇ ପାରିବେ ବୋଲି ଆଶା କରିଛନ୍ତି।
ଅପ୍‌ଟିକ୍ସକୁ ସୁନାର ଏକ ସୂକ୍ଷ୍ମ ପ୍ରସ୍ତରରେ ଆବୃତ୍ତ କରାଯାଇଛି। ଏହି ପ୍ରସ୍ତର ଟେଲିସ୍କୋପ୍‌କୁ ଥଣ୍ଡା ରଖିବା ସହ ଇନଫ୍ରା ରେଡ୍‌ ରଶ୍ମିରୁ ସୁରକ୍ଷା ଦେବ। ଏହାର କ୍ୟାମେରାକୁ ସୂର୍ଯ୍ୟର ଉତ୍ତାପରୁ ରକ୍ଷା କରିବା ପାଇଁ ସେଥିରେ ଏକ ଟେନିସ୍‌ କୋର୍ଟ ଆକାରର ୫ ସ୍ତରୀୟ ସନ୍‌ଶିଲ୍ଡ ଲଗାଯାଇଛି। ଜେମ୍ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ରର ବ୍ୟାସ ୨୧ ମିଟର, ଦର୍ପଣ ବା ମିରର୍‌ ଆକାର ୬.୫ ମିଟର ହେବ। ଏହା ସୂର୍ଯ୍ୟକିରଣର ବିପରୀତ ଦିଗରୁ ମହାକାଶରୁ ଆସୁଥିବା ଇନଫ୍ରାରେଡ୍‌ ତରଙ୍ଗକୁ ଧରିପାରିବ। ହବଲ୍‌ର ମିରର୍‌ ଆକାର ୨.୪ ମିଟର। ଜେମ୍ସ ଓ୍ବେବ୍‌ର ଓଜନ ୬,୨୦୦ କେଜି ଏବଂ ଅପରେଟିଂ ତାପମାତ୍ରା ବିଯୁକ୍ତ ୨୩୦ ଡିଗ୍ରୀ ସେଲ୍‌ସିୟସ୍‌ ହୋଇଥିବାବେଳେ ହବଲ୍‌ର ଓଜନ ୧୨,୨୦୦ କେଜି ଓ ଅପରେଟିଂ ତାପମାତ୍ରା ୨୦ ଡିଗ୍ରୀ ସେଲ୍‌ସିୟସ୍‌।
ଓ୍ବେବ୍‌ ଆମେରିକା ଇତିହାସର ସର୍ବବୃହତ ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ପ୍ରକଳ୍ପ। ଏହାକୁ ହବଲ୍‌ ଟେଲିସ୍କୋପ୍‌ର ଉତ୍ତରାଧିକାରୀ ବୋଲି ମଧ୍ୟ କୁହାଯାଉଛି। ୧୯୯୦ରେ ନାସା ଏହାର ପ୍ରଥମ ସ୍ପେସ୍‌ ଟେଲିସ୍କୋପ୍‌ ହବଲ୍‌କୁ ମହାକାଶ ପଠାଇଥିଲା। ତେବେ ୬ ମାସ ପୂର୍ବେ ହବଲ୍‌ ସ୍ପେସ୍‌ ଟେଲିସ୍କୋପ୍‌ ହଠାତ୍‌ କାମ ବନ୍ଦ କରିଦେଇଥିଲା। ପୃଥିବୀଠାରୁ ପ୍ରାୟ ୧୦ ଲକ୍ଷ ମାଇଲ ଦୂରରେ ଲାଙ୍ଗ୍ରାଗିଆନ୍‌ ପଏଣ୍ଟ(ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏକ ବିନ୍ଦୁ ବା ସ୍ଥାନ ଯେଉଁଠି ପରସ୍ପରର ଗୁରୁତ୍ୱାକର୍ଷଣ ଶକ୍ତି ପରସ୍ପରକୁ ପ୍ରଭାବଶୂନ୍ୟ କରିଥାନ୍ତି) ଏଲ୍‌୨ରେ ସ୍ଥାପିତ ହେବ। ପୃଥିବୀ ପଛରେ ରହିବା ସହ ସୂର୍ଯ୍ୟ ଚାରିପାଖରେ ଏହା ପରିକ୍ରମଣ କରିବ। ଏହା ସାହାଯ୍ୟରେ ପୃଥିବୀଠାରୁ ୬୩ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଗ୍ରହଗୁଡ଼ିକର ମଧ୍ୟ ଅଧ୍ୟୟନ କରାଯାଇପାରିବ। ପ୍ରାୟ ୧୪ ବିଲିୟନ ବର୍ଷ ପୂର୍ବର ବିଗ୍‌ ବ୍ୟାଙ୍ଗ୍‌ ଘଟଣା ଉପରୁ ମଧ୍ୟ ପରଦା ହଟିପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?