Posted inଫୁରସତ

ଭାରତର ଏହି ସ୍ଥାନକୁ ଆଜି ବି ଯିବାଆସିବା କରିଥାନ୍ତି ଏଲିଏନ୍ସ

ଆଜି ମଧ୍ୟ ଏଲିଏନ୍ସମାନେ ପୃଥିବୀର କୌଣସି ନା କୌଣସି ସ୍ଥାନକୁ ଯିବାଆସିବା କରୁଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି। କିନ୍ତୁ ଏହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିନାହିଁ କି ଏମାନେ କେଉଁଠୁ ଏବଂ କାହିଁକି ଆସିଥାନ୍ତି ସେ ସମ୍ପର୍କରେ କେହି ସଠିକ୍‌ କହିପାରୁନାହାନ୍ତି। ହଲିଉଡ୍‌ ଫିଲ୍ମ ‘ଦ ଫୋର୍ଥ କାଇଣ୍ଡ୍‌’ରେ ଦେଖିବାକୁ ମିଳିଥିଲା କି, କିପରି ଅଲଗା ସହରରୁ ଲୋକେ ଗାୟବ ହୋଇଯାଉଛନ୍ତି। ଯେତେବେଳେ ଏହି ରହସ୍ୟ ଉପରୁ ପରଦା ହଟିଲା ସେତେବେଳେ ଜଣାପଡ଼ିଲା, ଏହି ଲୋକମାନଙ୍କୁ ଏଲିଏନ୍ସମାନେ ସାଥୀରେ ନେଇଯା’ନ୍ତି।
ଏଲିଏନ୍ସମାନେ କିଛି ଜଣାଶୁଣା ସ୍ଥାନକୁ ଆସିଥାନ୍ତି। ଋଷ ଏବଂ ଆମେରିକାରେ ତ ଏହା କେତେଥର ଦେଖାଯାଇଛି। ଏଥିରେ ଭାରତର ତାଲିକା ମଧ୍ୟ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏପରି ଏକ ସ୍ଥାନ ଅଛି, ଯେଉଁଠାକୁ ଏଲିଏନ୍ସ ପ୍ରତି ମାସରେ ଆସିଥାନ୍ତି। ଏହି ଦାବିକୁ ନାସା ମଧ୍ୟ ସ୍ବୀକାର କରିଛି। ଜୁନ୍‌ ୨୦୦୬ରେ ‘ଯୁଗଳ’ ସାଟେଲାଇନ୍‌ ୟୁଏଫ୍‌ଓର ଫଟୋ ଜାରି କରିଥିଲା। ଏହି ଫଟୋ ୟୁଏଫ୍‌ଓକୁ ପରିସ୍କାର ଦେଖାଯାଇପାରିବ। ଜାଣନ୍ତୁ ଭାରତର କେଉଁ ସ୍ଥାନକୁ ଆସିଥାନ୍ତି, ଏଲିଏନ୍ସ ଜାଣନ୍ତୁ ଏ ସମ୍ପର୍କରେ…
ଏହି ସ୍ଥାନ ହିମାଳୟ ନିକଟ ଲଦାଖରେ ଅଛି। ଏହି ସ୍ଥାନକୁ ଯିବା ବହୁ କଷ୍ଟକର। କାରଣ ଏହି ସ୍ଥାନ ସର୍ବଦା ବରଫରେ ଆଚ୍ଛାଦିତ। ୧୯୬୨ରେ ଭାରତ-ଚାଇନା ଯୁଦ୍ଧ ପରେ ଏକ ସହମତି ପ୍ରକାଶ ପାଇଥିଲା। ଦୁଇ ଦେଶର ସୈନିକମାନେ ଏହି ସ୍ଥାନରେ ମାର୍ଚ୍ଚ କରିପାରିବେ ନାହିଁ। କିନ୍ତୁ ଦୂରରୁ ଏହାକୁ ନଜର କରିପାରିବେ। ସେହି ଚୁକ୍ତିପରଠାରୁ ସ୍ଥାନଟି ନିର୍ଜନ ହୋଇଯାଇଛି।
ସ୍ଥାନୀୟ ଲୋକେ କୁହନ୍ତି, କିଛି ମହାପୁରୁଷ କୋଙ୍ଗାକା-ଲା ପରିଦର୍ଶନରେ ଆସିଥାନ୍ତି। ଯେଉଁଠାରେ ସେମାନଙ୍କୁ ଉଡ଼ନ୍ତା ଅବସ୍ଥାରେ କିଛି ଦେଖିବାକୁ ମିଳିଥିଲା। ପ୍ରତି ମାସରେ ପର୍ଯ୍ୟଟକମାନେ ଏହି ସ୍ଥାନକୁ ବୁଲିବା ପାଇଁ ଆସିଥାନ୍ତି। ତେବେ ଏହି ଉଡ଼ନ୍ତା ଲୋକମାନଙ୍କ ସମ୍ପର୍କରେ ବିଜ୍ଞାନ ଆଜିପର୍ଯ୍ୟନ୍ତ ସଠିକ୍‌ କାରଣ ପାଇପାରିନାହିଁ। ଏଥିପାଇଁ ଏହି ସ୍ଥାନକୁ ଏଲିଏନ୍ସମାନଙ୍କ ସ୍ଥାନ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri