Posted inଫୁରସତ

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି। ସୋଲାର ସିଷ୍ଟମ (ସୌରମଣ୍ଡଳ) ରେ ଏପର୍ଯ୍ୟନ୍ତ କୌଣସି ଏଲିଅନର କୌଣସି ପ୍ରମାଣ ତ ମିଳିନାହିଁ, କିନ୍ତୁ ବୈଜ୍ଞାନିକମାନେ ଏହା ବିଶ୍ୱାସ କରନ୍ତି ଯେ ଆମ ସୌରମଣ୍ଡଳରେ ଜୀବନ ଥାଇପାରେ। ଏହାକୁ ନେଇ ଜ୍ୟୋର୍ତିବିଜ୍ଞାନୀ (ଏଷ୍ଟ୍ରୋନମର) ଟି. ଜୋସେଫ ଡବ୍ଲ୍ୟୁ. ଲାଜିଓ ଏକ ଅଧ୍ୟୟନ କରିଛନ୍ତି। ସେ କହିଛନ୍ତି ଯେ ନିଶ୍ଚିତ ଭାବରେ ଏହା କୁହାଯାଇପାରିବ ନାହିଁ ଯେ ଅନ୍ୟ କୌଣସି ସଭ୍ୟତା ଆମ ସୌରମଣ୍ଡଳକୁ ନିଜର ଗୁପ୍ତଚର ରୋବୋଟ ପଠାଇଛି କି ନାହିଁ।

ଜ୍ୟୋର୍ତିବିଜ୍ଞାନୀ ଟି. ଜୋସେଫ ଡବ୍ଲ୍ୟୁ. ଲାଜିଓଙ୍କ ଅନୁଯାୟୀ, ମଣିଷ ପାଖରେ ଏବେ ଏଭଳି କୌଣସି ଉନ୍ନତ ଜ୍ଞାନକୌଶଳ (ଏଡଭାନ୍ସ ଟେକ୍ନୋଲୋଜି) ନାହିଁ ଯେ ସେ ସମ୍ପୂର୍ଣ୍ଣ ସୌରମଣ୍ଡଳ ଉପରେ ନଜର ରଖିପାରିବ। ସେ କହିଛନ୍ତି ଯେ ମଣିଷ ଏପର୍ଯ୍ୟନ୍ତ ନିଜ ସୌରମଣ୍ଡଳର ଏକ ଅତି ଛୋଟ ଅଂଶକୁ ହିଁ ନିକଟରୁ ଦେଖିଛି। ଅନ୍ୟ ସଭ୍ୟତା ପକ୍ଷରୁ ପଠାଯାଇଥିବା ଗୁପ୍ତଚର ଆମ ଆଖପାଖରେ କେଉଁଠି ବି ଥାଇପାରନ୍ତି, ବାସ୍‌ ଆମେ ସେମାନଙ୍କୁ ଖୋଜି ପାଇନାହୁଁ।

ରିପୋର୍ଟ ଅନୁଯାୟୀ, ଜ୍ୟୋର୍ତିବିଜ୍ଞାନୀ ଟି. ଜୋସେଫ ଜଣାଇଛନ୍ତି ଯେ ଏଲିଅନଙ୍କ ଗୁପ୍ତଚରଙ୍କ ବିଷୟରେ ଏହି ଚିନ୍ତାଧାରା ସେତିକି ବିଚିତ୍ର କିମ୍ବା କାଳ୍ପନିକ ନୁହେଁ, ଯେତିକି ଶୁଣିବାକୁ ଲାଗେ। ସେ କହିଛନ୍ତି, ‘ମଣିଷ ନିଜେ ଏପର୍ଯ୍ୟନ୍ତ ପାଞ୍ଚଟି ମହାକାଶ ଯାନ ପଠାଇ ସାରିଛି, ଯାହା ଆଗକୁ ଯାଇ ଆମ ସୋଲାର ସିଷ୍ଟମରୁ ବାହାରକୁ ଚାଲିଯିବ। ଏଗୁଡ଼ିକର ନାମ ହେଉଛି ପାୟୋନିୟର୍‌ ୧୦ ଏବଂ ୧୧, ଭଏଜର ୧ ଏବଂ ୨, ଏବଂ ନ୍ୟୁ ହୋରାଇଜନ୍ସ। ଏଥିରୁ ଏହା ପ୍ରମାଣିତ ହେଉଛି ଯେ ଯଦି କୌଣସି ସଭ୍ୟତା ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ବହୁତ ଉନ୍ନତ ହୋଇଥାଏ, ତେବେ ସେ ମହାକାଶକୁ ଏଭଳି ଯାନ ପଠାଇପାରିବ, ଯାହା ଗୋଟିଏ ସୌରମଣ୍ଡଳରୁ ଅନ୍ୟ ଏକ ସୌରମଣ୍ଡଳକୁ ଯାଇପାରିବ।’

ଗବେଷଣା ଅନୁଯାୟୀ, ଏଲିଅନ୍ସଙ୍କ ଗୁପ୍ତଚର କିମ୍ବା ସେମାନଙ୍କର ଜ୍ଞାନକୌଶଳ ଆମ ସୌରମଣ୍ଡଳରେ ଚାରୋଟି ଉପାୟରେ ଥାଇପାରେ। ପ୍ରଥମ- ମହାକାଶରେ କୌଣସି ସଙ୍କେତ (ସିଗନାଲ) ନଦେଇ କେବଳ ଭାସୁଥିବା ପ୍ରୋବ୍ସ (ଯାଞ୍ଚ ଯାନ)। ଦ୍ୱିତୀୟ- ସକ୍ରିୟ (ଆକ୍ଟିଭ) ଯାନ ଯାହା ଆଜି ବି କାମ କରୁଛି ଏବଂ ଡାଟା ସଂଗ୍ରହ କରୁଛି। ତୃତୀୟ- ଗ୍ରହ କିମ୍ବା ଚନ୍ଦ୍ରର ପୃଷ୍ଠରେ କ୍ରାଶ (ଦୁର୍ଘଟଣାଗ୍ରସ୍ତ) କିମ୍ବା ଲ୍ୟାଣ୍ଡ ହୋଇଥିବା ପୁରୁଣା ମେଶିନଗୁଡ଼ିକ। ଚତୁର୍ଥ- ଗ୍ରହଗୁଡ଼ିକର ପୃଷ୍ଠରେ ନିର୍ମିିତ ସେମାନଙ୍କର ସ୍ବୟଂଚାଳିତ (ଅଟୋମେଟିକ) ବେସ ବା କେନ୍ଦ୍ର।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?