ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ

କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର ସ୍ଥାପନ କରିପାରି ନାହିଁ? ଏହି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ନାନା କଥା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏଲିଆନ୍ସମାନେ ଏକଦା ଛାୟାପଥର ଏକ ଅଂଶବିଶେଷ ଭାବେ ଥିଲେ। କିନ୍ତୁ ସେମାନେ ନିଜ ବିଜ୍ଞାନ ଓ କାରିଗରିବିଦ୍ୟା ବଳରେ ନିଜକୁ ଶେଷ କରିଦେଇଥିଲେ।
ଗବେଷଣାରୁ ମିଳିଥିବା ତଥ୍ୟାନୁସାରେ ଏଲିଆନ୍ସ ନକ୍ଷତ୍ରପୁଞ୍ଜ ବା ଛାୟାପଥକୁ ଘର କରିଥିଲେ। ଏହା ସେମାନଙ୍କ ସଭ୍ୟତା ଥିଲା। ମାତ୍ର ଅଧିକାଂଶ ଏଲିଆନ୍ସ ଏବେ ମୃତ। ବିଜ୍ଞାନରେ ଏଲିଆନ୍ସଙ୍କ ପ୍ରଗତି ସେମାନଙ୍କ ମୃତ୍ୟୁର କାରଣ ବୋଲି କୁହାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଜେଟ୍‌ ପ୍ରପଲ୍‌ଶନ ଲାବରେଟୋରି, କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଓ ସାଣ୍ଟିଆଗୋ ହାଇସ୍କୁଲ ପକ୍ଷରୁ ମିଳିତ ଭାବେ ଏହି ଗବେଷଣା କରାଯାଇଥିଲା। ଗବେଷକ ଦଳ ୧୯୬୧ ଡ୍ରେକ୍‌ ଇକ୍ୱେଶନର ଏକ ଅପ୍‌ଡେଟେଡ୍‌ ଭର୍ସନ ବା ନବୀକୃତ ସଂସ୍କରଣକୁ ବ୍ୟବହାର କରିଥିଲେ। ମିଲ୍କି ଓ୍ବେ ଗାଲେକ୍ସିରେ ଥିବା ପୃଥିବୀ ବହିର୍ଭୂତ ସକ୍ରିୟ ଓ ଯୋଗସୂତ୍ରଯୋଗ୍ୟ ସଭ୍ୟତା ସମ୍ପର୍କରେ ଏହି ଉପାୟରେ ଆକଳନ କରାଯାଇଥିଲା। ଗବେଷକମାନେ ଏହି ସମୀକରଣ ଜରିଆରେ ବୁଦ୍ଧିମତ୍ତାପୂର୍ଣ୍ଣ ଜୀବନର ଅସ୍ତିତ୍ୱ ନେଇ ଅନୁଧ୍ୟାନ କରିବା ସହ ଏକ ନିଷ୍କର୍ଷରେ ପହଞ୍ଚତ୍ପାରିଥିଲେ। ତାହା ହେଉଛି ୮ ବିଲିୟନ୍‌ ବର୍ଷ ପୂର୍ବେ ଆମ ଛାୟାପଥ ଗଠିତ ହେବା ପରେ ସେଠାରେ ଏଲିଆନ୍ସ ରହୁଥିଲେ। ତେବେ ସେମାନେ ବିକଶିତ କରିଥିବା ବିଜ୍ଞାନ ଓ ଟେକ୍ନୋଲୋଜି ଯୋଗୁ ଏଲିଆନ୍ସ ସଭ୍ୟତା ଲୋପ ପାଇଥିଲା। ଯଦି ଇଣ୍ଟେଲିଜେଣ୍ଟ ଲାଇଫ୍‌ ଯୋଗୁ ଏଲିଆନ୍ସ ଧ୍ୱଂସ ହୋଇଯାଇଥିଲେ ତେବେ ବ୍ରହ୍ମାଣ୍ଡରେ ଆଉ ଏଲିଆନ୍ସ ନାହାନ୍ତି କହିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଗବେଷକମାନେ କହିଛନ୍ତି।

ଡ୍ରେକ୍‌ ଇକ୍ୱେଶନ କ’ଣ

ଡ୍ରେକ୍‌ ଇକ୍ୱେଶନ ହେଉଛି ଏକ କାଳ୍ପନିକ ସମୀକରଣ, ଯାହା ଅନ୍ୟ ଗ୍ରହ ବା ଛାୟାପଥରେ ବୁଦ୍ଧିମତ୍ତାପୂର୍ଣ୍ଣ ଜୀବର ସମ୍ଭାବ୍ୟ ଉପସ୍ଥିତି ସମ୍ପର୍କରେ ଆକଳନ କରିଥାଏ। ଏହା ମାଧ୍ୟମରେ ନକ୍ଷତ୍ର ସଂଖ୍ୟା, ଗ୍ରହ ସହ ଜଡ଼ିତ ତାରା, ଜୀବସତ୍ତା ଥିବା ଗ୍ରହ, ସଭ୍ୟତାର ହାରାହାରି ବୟସ ଆଦି ସମ୍ପର୍କରେ ଗବେଷଣା କରାଯାଇଥାଏ। ଆମେରିକାର ମହାକାଶ ବିଜ୍ଞାନୀ ଫ୍ରାଙ୍କ ଡ୍ରେକ୍‌ ୧୯୬୧ରେ ଏହି ସମୀକରଣ ବିକଶିତ କରିଥିବାରୁ ତାଙ୍କ ନାମାନୁସାରେ ‘ଡ୍ରେକ୍‌ ଇକ୍ୱେଶନ’ ରୂପେ ଏହାର ନାମକରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ପ୍ରେମୀ ସୁନକ

ଲଣ୍ଡନ,୨୫ ।୧୦: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ୪୨ ବର୍ଷୀୟ ଋଷି ସୁନକ କ୍ରିକେଟ ଖେଳିବାକୁ ଓ...

କୁଳଭୂଷଣ ଅଧ୍ୟାଦେଶ’ ଆଣିବେ ପାକ୍‌ ସରକାର

ଇସ୍‌ଲାମାବାଦ,୨୮।୭: ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଥିବା ଇମ୍ରାନ ଖାନ୍‌ ସରକାର ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ସମୀକ୍ଷା ଓ ପୁନର୍ବିଚାର...

ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେଇ ରେକର୍ଡ କରିଥିଲେ ମହିଳା

ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେବାରେ ରୁଷିଆର ଜଣେ ମହିଳାଙ୍କ ନାଁରେ ରେକର୍ଡ ରହିଛି। ରୁଷିଆର ଜଣେ କୃଷକ ଫିଡୋର ଭାସିଲିଭଙ୍କ ପ୍ରଥମ ସ୍ତ୍ରୀ ରେକର୍ଡ...

କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଲେ ମା’

ବେଜିଂ,୧୨।୯:ଚାଇନାର ବେଜିଂରେ ଏକ ଅଜବ ଘଟଣା ଘଟିଛି। କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଇଛନ୍ତି ମା’। କେବଳ ଏତିକି ନୁହେଁ, ପିଲା...

ଏହି ଦେଶରେ ଛୁରୀରେ ହୋଇଥାଏ ମସାଜ: ଜାଣନ୍ତୁ କ’ଣ ରହିଛି ୨ହଜାର ବର୍ଷ ତଳର ଏହାର ଇତିହାସ

ତାଇପେଇ,୨୨।୬: ଫଳ, ପନିପରିବା ଓ ମାଂସ କାଟିବାରେ ଛୁରୀକୁ ବ୍ୟବହାର କରାଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି କି, ଛୁରୀରେ ମସାଜ କରାଯିବା କଥା। ଶୁଣିବାରେ ଏହା...

୬୫ବର୍ଷୀୟ ହାତୀକୁ ଭିଭିଆଇପି ସୁରକ୍ଷା: ଜଗିବେ ଯବାନ

କଲମ୍ବୋ,୨୭।୯:ସାଧାରଣତଃ ନେତା କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ପାହ୍ୟାରେ ଥିବା ଲୋକଙ୍କ ସୁରକ୍ଷା ପାଇଁ ଯବାନଙ୍କୁ ନିୟୋଜିତ କରାଯାଇଥାଏ। କିନ୍ତୁ କୌଣସି ପଶୁର ସୁରକ୍ଷା ପାଇଁ ଯବାନ...

ଭାରତରୁ କରୋନା ଭ୍ୟାକ୍ସିନ ପହଞ୍ଚିବା ପରେ ଭାବପ୍ରବଣ ହେଲେ ଡେମୋନିକନ ରିପବ୍ଲିକର ପ୍ରଧାନମନ୍ତ୍ରୀ

ସାଣ୍ଟୋ ଡୋମିନଗୋ,୧୧ ।୨: କରୋନା ଭାଇରସକୁ ହରାଇବା ପାଇଁ ସାରା ବିଶ୍ୱ ପ୍ରୟାସ ଜାରି ରଖିଛି । ପାଖାପାଖି ୧ ବର୍ଷ ହେବ ବିଶ୍ୱବାସୀଙ୍କୁ ଚିନ୍ତାରେ...

୩୦୦ ସ୍କୁଲ ଶିକ୍ଷାର୍ଥୀଙ୍କୁ ଅପହରଣ କଲେ ବୋକୋ ହାରାମ ଆତଙ୍କବାଦୀ

ଅବୁଜା,୧୬।୧୨: ନାଇଜେରିଆରେ ବୋକୋ ହାରାମ ଆତଙ୍କବାଦୀମାନେ ୩୦୦ ସ୍କୁଲ ଶିକ୍ଷାର୍ଥୀଙ୍କୁ ଅପହରଣ କରିଛନ୍ତି। ଉତ୍ତରପଶ୍ଚିମ ନାଇଜେରିଆରେ ଥିବା କାଟସିନା ରାଜ୍ୟର କାନକାରାସ୍ଥିତ ସରକାରୀ ସାଇନ୍ସ ସେକେଣ୍ଡାରୀ...

Advertisement
Archives

Model This Week