ଆଲିବାବା ପ୍ରତିଷ୍ଠାତାଙ୍କୁ ସମନ

ନୂଆଦିଲ୍ଲୀ,୨୬।୭: ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍‌ ମାଙ୍କୁ ଗୁରୁଗ୍ରାମର ନ୍ୟାୟାଳୟ ସମନ ଜାରି କରିଛନ୍ତି। ଭାରତରେ କମ୍ପାନୀର ସହାୟକ ସଂସ୍ଥା ୟୁସି ନ୍ୟୁଜର ଜଣେ କର୍ମଚାରୀଙ୍କ ଅଭିଯୋଗ ଆଧାରରେ କୋର୍ଟ ଏଭଳି ସମନ ଜାରି କରିଛନ୍ତି। ସେହି କର୍ମଚାରୀଙ୍କୁ କମ୍ପାନୀ ବେଆଇନ ଭାବେ ଚାକିରିରୁ କାଢି ଦେଇଥିବା ଅଭିଯୋଗ ଆସିଛି। ୟୁସି ନ୍ୟୁଜ ଆପ୍‌ରେ ଏକ ମିଥ୍ୟା ନ୍ୟୁଜ ପ୍ରସାରଣ କରାଯାଇଥିଲା। ଏହାର ବିରୋଧ କରିବାରୁ ସେହି କର୍ମଚାରୀଙ୍କୁ ଚାକିରିରୁ ବିଦା କରି ଦିଆଗଲା ବୋଲି ସେ ଅଭିଯୋଗ କରିବା ସହ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ୨୦ ଜୁଲାଇରେ ଗୁରୁଗ୍ରାମ କୋର୍ଟଙ୍କ ଫାଇଲିଂ ମୁତାବକ ୟୁସି ଓ୍ବେବର ଜଣେ ପୂର୍ବତନ କର୍ମଚାରୀ ପୁଷ୍ପେନ୍ଦ୍ର ସିଂ ପରମାର ଅଭିଯୋଗ କରିଛନ୍ତି ଯେ, ଚାଇନା ସରକାରଙ୍କ ସେନସର ନିୟମକୁ ୟୁସି ନ୍ୟୁଜ ଏବଂ ୟୁସି ବ୍ରାଉଜର ପାଳନ କରିଛି। ଏଥିରେ ଫେକ୍‌ ନ୍ୟୁଜ ପ୍ରସାରଣ ଦ୍ୱାରା ଭାରତରେ ସାମାଜିକ ଏବଂ ରାଜନୈତିକ ଅସ୍ଥିରତା ସୃଷ୍ଟି ଭଳି କାମ କରାଯାଇଛି। ମାମଲାରେ ସିଭିଲ ଜଜ୍‌ ସୋନିଆ ସେଓକାଣ୍ଡ ଜ୍ୟାକ୍‌ ମାଙ୍କ ସମେତ ୧୨ରୁ ଊର୍ଦ୍ଧ୍ୱ ଲୋକଙ୍କ ବିରୋଧରେ ସମନ ଜାରି କରିଛନ୍ତି। ୨୯ ଜୁଲାଇ ସୁଦ୍ଧା କୋର୍ଟରେ ହାଜର ହେବା ଲାଗି କୁହାଯାଇଛି। ନିଜେ ହାଜର ନ ହୋଇପାରିଲେ ନିଜ ଓକିଲଙ୍କ ଦ୍ୱାରା ପ୍ରତିନିଧିତ୍ୱ କରିବାକୁ ନିର୍ଦ୍ଦେଶ ରହିଛି। ୩୦ ଦିନ ମଧ୍ୟରେ ଏହାର ଲିଖିତ ଉତ୍ତର ରଖିବା ଲାଗି ନିର୍ଦ୍ଦେଶରେ କୁହାଯାଇଛି। କିଛି ସପ୍ତାହ ପୂର୍ବରୁ ଭାରତ ଚାଇନାର ୫୯ ଆପ୍ଲିକେଶନକୁ ବ୍ୟାନ କରି ଦେଇଛି। ଏହା ମଧ୍ୟରେ ଆଲିବାବାର ୟୁସି ନ୍ୟୁଜ ଏବଂ ୟୁସି ବ୍ରାଉଜର ସାମିଲ ରହିଛି। ସୀମାରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ସରକାର ଏହି ଆପ୍‌ଗୁଡିକୁ ବ୍ୟାନ କରିଦେଇଛନ୍ତି। କୌଣସି ବିଦେଶୀ ସରକାର ଲାଗି ଏହି କମ୍ପାନୀଗୁଡିକ କାମ କରିଛନ୍ତି କି ନାହିଁ ସେ ନେଇ ଭାରତ ସରକାର ଲିଖିତ ଜବାବ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri