୮୪୨ କୋଟି ଟଙ୍କାର ଶେୟାର ବିକିଲେ ଆଦିତ୍ୟ ପୁରୀ

ନୂଆଦିଲ୍ଲୀ,୨୬।୭: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଆଦିତ୍ୟ ପୁରୀ ବ୍ୟାଙ୍କରେ ଥିବା ତାଙ୍କର ମୋଟ ଶେୟାର ମଧ୍ୟରୁ ୭.୪୨ ନିୟୁତ(୯୫%) ଶେୟାର ବିକ୍ରି କରି ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୮୪୨.୮୭ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ୧୯୯୪ରେ ସ୍ଥାପନ ହୋଇଥିବା ଏହି ବ୍ୟାଙ୍କର ଏମ୍‌ଡି ପଦବୀରେ ରହିବା ପରେ ପୁରୀ ଚଳିତବର୍ଷ ଅକ୍ଟୋବରରେ ଅବସର ନେବେ। ତାଙ୍କ ପରେ ବ୍ୟାଙ୍କର ମଙ୍ଗ କିଏ ଧରିବ ସେ ନେଇ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରିବା ଲାଗି ବ୍ୟାଙ୍କ ବୋର୍ଡ ପକ୍ଷରୁ ଏକ ୬ ଜଣିଆ କମିଟି ଗଠନ କରାଯାଇଥିଲା। ଏଚ୍‌ଡିଏଫ୍‌ସିକୁ ଦେଶର ସର୍ବବୃହତ୍‌ ଏବଂ ଅଧିକ ଭାଲ୍ୟୁଯୁକ୍ତ ବ୍ୟାଙ୍କ ଗଠନ କରିବା ଦିଗରେ ପୁରୀଙ୍କ ଯୋଗଦାନ ବେଶ୍‌ ପ୍ରଶଂସନୀୟ। ବ୍ୟାଙ୍କର ବଜାର ପୁଞ୍ଜୀକରଣ ବର୍ତ୍ତମାନ ୬.୧୪ ଲକ୍ଷ କୋଟି ଟଙ୍କା ରହିଛି। ଶୁକ୍ରବାର ବ୍ୟାଙ୍କର ଶେୟାର ମୂଲ୍ୟ ୧୧୧୮.୮୦ ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଲ୍‌ମାର୍ଟ ଇଣ୍ଡିଆକୁ ଅଧିଗ୍ରହଣ କଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଳୀ,୨୪।୭: ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଓ୍ବାଲ୍‌ମାର୍ଟ ଇଣ୍ଡିଆ ହୋଲ୍‌ସେଲ୍‌ ବିଜ୍‌ନେସର ୧୦୦% ଅଂଶଧନ ହାସଲ କରିଛି। ଏହା ବାଦ୍‌ କମ୍ପାନୀ ଭାରତରେ ଫ୍ଲିପ୍‌କାର୍ଟ ହୋଲ୍‌ସେଲ ଶୁଭାରମ୍ଭ...

ଗମନାଗମନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବ ସିଆଇଏମ୍‌

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ୍‌ ପକ୍ଷରୁ ନିକଟରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)...

ମାନ୍ଦାବସ୍ଥା ଯୋଗୁ କମିଲା ରେଲଓ୍ବେର ରାଜସ୍ବ

ନୂଆଦିଲ୍ଲୀ,୨୭-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ରେଲଓ୍ବେ ଉପରେ ପଡିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ପାସେଞ୍ଜର ଏବଂ ମାଲ...

ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା

ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର...

ନୟାଗଡ଼ ସହରରେ ‘ଟ୍ରେଣ୍ଡ୍‌ସ ମ୍ୟାନ୍‌’

ଭୁବନେଶ୍ୱର,୧୨।୧୨: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ‘ଟ୍ରେଣ୍ଡସ’ର ପୁରୁଷ ବର୍ଗଙ୍କ ସ୍ବତନ୍ତ୍ର ଷ୍ଟୋର ‘ଟ୍ରେଣ୍ଡ୍‌ସ ମ୍ୟାନ୍‌’ ପକ୍ଷରୁ ନୟାଗଡ଼ ସହରରେ ପ୍ରଥମ ତଥା ନୂଆ ଟ୍ରେଣ୍ଡସ...

ଜେସିବି ଇଣ୍ଡିଆ ସହ ୟୁବିଆଇର ଚୁକ୍ତିପତ୍ର ସ୍ବାକ୍ଷର

ଭୁବନେଶ୍ୱର,୨୩।୮: ଜେସିବି ଗ୍ରାହକମାନଙ୍କୁ ଇକ୍ୟୁପ୍‌ମେଣ୍ଟ ଫାଇନାନ୍ସ ପ୍ରଦାନ କରିବା ପାଇଁ ଜେସିବି ଇଣ୍ଡିଆ ଲିଃ (ଜେସିବି) ସହ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ଏକ...

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ!

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ। ଗତବର୍ଷ ମଧ୍ୟ ୨ହଜାର...

‘ମାଇଁ ହୋମ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୮: ଦେଶର ପ୍ରମୁଖ ବାସୋପଯୋଗୀ ସାମାଧନଭିତ୍ତିକ ଘରୋଇ ସଂସ୍ଥା ସେଣ୍ଟ-ଗୋବାଇନ ପକ୍ଷରୁ ଭୁବନେଶ୍ୱରରେ ତା’ର ପ୍ରଥମ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଗୋଟିଏ ଛାତ...

Advertisement
Archives

Model This Week