Posted inଫୁରସତ

ଜ୍ୟାକ୍‌ ମାଙ୍କୁ କାଟି ପୋନି ମା ହେଲେ ଚାଇନାର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଚାଇନାରୁ ଆରମ୍ଭ ହୋଇଥିଲା ମହାମାରୀ କରୋନା ସଂକ୍ରମଣ। ଏହାର ପ୍ରଭାବରେ ଦେଶର ଧନୀ ତାଲିକାରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଅଲିବାବାର ଜ୍ୟାକ୍‌ ମା ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ଏବେ ତାଙ୍କୁ କାଟିଛନ୍ତି ଟେନ୍‌ସେଣ୍ଟର ସଂସ୍ଥାପକ ମା ହୁଆତେଙ୍ଗ ଓରଫ ପୋନି ମା। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୩.୭୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅପରପକ୍ଷେ ଜ୍ୟାକ୍‌ ମାଙ୍କ ସମ୍ପତ୍ତି ୩.୬୨ ଲକ୍ଷ କୋଟି ରହିଛି। ଚଳିତ ସପ୍ତାହରେ ଷ୍ଟକ୍‌ ମାର୍କେଟରେ ଟେନ୍‌ସେଣ୍ଟକୁ ଅଧିକ ଲାଭ ମିଳିଛି। ଫଳରେ ପୋନି ମାଙ୍କ ମୋଟ ଆୟ ବଢ଼ିଛି ବୋଲି କୁହାଯାଉଛି।

୧୯୯୮ରେ ପୋନି ମା ଟେନ୍‌ସେଣ୍ଟ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଚାଇନାର ଏକ ଟେଲିକମ୍‌ କମ୍ପାନୀରେ ରିସର୍ଚ୍ଚ ଏବଂ ଇଣ୍ଟରନେଟ୍‌ ପୋଜିଂ ସିଷ୍ଟମର ଡେଭଲେପ୍‌ମେଣ୍ଟ କାମ କରୁଥିଲେ। ସେ ଚାଇନାର ଶେନଜେନ୍‌ ୟୁନିଭର୍ସିଟିରୁ କମ୍ପ୍ୟୁଟର ଏବଂ ଆପ୍ଲାଏଡ୍‌ ଇଞ୍ଜିନିୟରିଂରେ ଡିଗ୍ରୀ କରିଛନ୍ତି। ଏବେ ତାଙ୍କ ଟେନ୍‌ସେଣ୍ଟ ହୋଲ୍ଡିଂସ୍‌ ଲିମିଟେଡ୍‌ କମ୍ପାନୀ ସବୁଠାରୁ ବଡ଼ ଇଣ୍ଟରନେଟ୍‌ କମ୍ପାନୀରୁ ଗୋଟିଏ। ଏହାର ସଫଳ ଆପ୍‌ ହେଉଛି ‘ଭି-ଚାଟ୍‌’। ଏହି ଆପ୍‌ ୨୦୦୪ ମସିହାରେ ହଂକଂ ଷ୍ଟକ୍‌ ଏକ୍ସଚେଞ୍ଜରେ ସାମିଲ ହୋଇଥିଲା। ଏହାଛଡ଼ା ଟେନ୍‌ସେଣ୍ଟ ଅନ୍‌ଲାଇନ୍‌ ଭିଡିଓ ଗେମ୍‌, ଭିଡିଓ, ଲାଇଭ୍‌ ଷ୍ଟ୍ରିମିଂ, ନ୍ୟୁଜ୍‌, ସଂଗୀତ ଏବଂ ସାହିତ୍ୟଜଗତ ସହ ଜଡିତ କାମ କରୁଛି। ଏହାଛଡ଼ା ପବ୍‌ଜି ଏବଂ ଅନ୍‌ର ଅଫ୍‌ କିଙ୍ଗ ଭଳି ବଡ଼ ଖେଳ ମଧ୍ୟ ଟେନ୍‌ସେଣ୍ଟ ନିର୍ମାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri