Advertisement

ଡେଲିଭରୀ ପାଇଁ ହସ୍ପିଟାଲ ବୁକ୍‌ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର ଷ୍ଟାର କପଲ ଆଲିଆ ଭଟ୍ଟ ଓ ରଣବୀର କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଦୁହେଁ ନିଜର ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସ୍‌ନାଲ ବାବଦରେ ସବୁବେଳେ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ଚଳିତ ବର୍ଷ ଏପ୍ରିଲ ୧୪ରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ କରି ଚର୍ଚ୍ଚାର ପରିସରକୁ ଆସିଥଲେ। ବିବାହର କିଛି ସମୟ ପରେ ଦୁହେଁ ନିଜ ପ୍ରଶଂସକଙ୍କୁ ପ୍ୟାରେଣ୍ଟିଂ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଇତିମଧ୍ୟରେ ଆଉ ଏକ ଖବର ସମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଯେ, ଏହି ଷ୍ଟାର କପଲ ଡେଲିଭରୀ ପାଇଁ ହସ୍ପିଟାଲ ବୁକ୍‌ କରିସାରିଲେଣି। ଆଲିଆଙ୍କ ଡେଲିଭରୀକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ଡେଲିଭରୀ ଡେଟ୍‌ ପାଖେଇ ଆସୁଥିବା ଜଣାପଡ଼ିଛି। କପୁର ପରିବାରର ନୂତନ ବୋହୁ ଆସନ୍ତା ନଭେମ୍ବର ଶେଷରେ କିମ୍ବା ଡିସେମ୍ବର ପ୍ରାରମ୍ଭ ସପ୍ତାହରେ ନିଜ ସନ୍ତାନକୁ ଜନ୍ମ ଦେଇପାରନ୍ତି। ତେବେ ଆଲିଆ ତାଙ୍କ ଡେଲିଭରୀ ପାଇଁ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ବୁକ୍‌ କରିଛନ୍ତି। ଏହି ହସ୍ପିଟାଲ ବାଛିବା ପଛରେ ଏକ ବିଶେଷ କାରଣ ରହିଛି। ଏହାସହ ଆଲିଆଙ୍କ ଶ୍ୱଶୁର ତଥା ରଣବୀରଙ୍କ ସ୍ବର୍ଗତ ପିତା ରିଷି କପୁରଙ୍କ ସହ ସମ୍ପର୍କ ରହିଛି। ଏହା ହେଉଛି ସେହି ହସ୍ପିଟାଲ ଯେଉଁଠାରେ ଭେଟେରାନ ଅଭିନେତା ରିଷି କପୁର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସୂଚନା ମୁତାବକ, ଏହି ହସ୍ପିଟାଲ ମୁମ୍ବାଇର ଗୋରେଗାଓଁରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’

ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’ଆଜି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ପାଇବେ ଦର୍ଶକ।...

ରଜନୀକାନ୍ତ ଚଳାଉଛନ୍ତି ଏହି ଦାମୀ ଗାଡ଼ି, ଦାମ୍‌ ରହିଛି…

ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ...

କିଆରା@୨୮: ଏମ୍‌ ଏସ୍‌ ଧୋନୀ ନୁହେଁ, ଏହି ଫିଲ୍ମରୁ କରିଥିଲେ ବଲିଉଡ୍‌ରେ ଡେବ୍ୟୁ; ଜାଣନ୍ତୁ….

ବଲିଉଡ୍‌ର ଜଣେ ପରିଚିତ ତଥା ସଫଳ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିଜର ସନ୍ଦର୍ଯ୍ୟ ଏବଂ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର...

ଲକ୍‌ଡାଉନରେ ଏହିସବୁ କାମ କରୁଥିଲେ ସୈଫ୍‌

ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ କମେଡି ଶୋ ‘ଦି କପିଲ ଶର୍ମା ଶୋ’ ମାଧ୍ୟମରେ ବିଗତ ଅନେକ ବର୍ଷ ଧରି ଲୋକଙ୍କୁ ହସାଉଛନ୍ତି।...

ଦିବ୍ୟା ଭାରତିଙ୍କୁ ପ୍ରଥମେ ବିବାହ କରିଥିଲେ ସାଜିଦ

ମୁମ୍ବାଇ: ବଲିଉଡର ନାମୀ ନିର୍ମାତା-ନିର୍ଦ୍ଦେଶକଙ୍କ ତାଲିକାରେ ରହିଛି ସାଜିଦ ନାଡିୟାଡୱାଲାଙ୍କ ନାଁ । ୧୮ ଫେବୃୟାରୀରେ ଜନ୍ମ ନେଇଥିବା ଏହି ନିର୍ଦ୍ଦେଶକ ସଲମାନଙ୍କ କ୍ୟାରିୟରକୁ ଉପରକୁ...

ଜୀବନର ଶେଷ ସମୟ ହସ୍ପିଟାଲ ବେଡ୍‌ରେ ‘ହୁଡ୍‌ ହୁଡ୍‌ ଦବଙ୍ଗ’ ଗୀତ ଗାଉଥିଲେ ଓ୍ବାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ଗତ କିଛିଦିନ ହେବ ସେ କିଡ୍‌ନୀ ରୋଗରେ ପୀଡିତ...

କୋଟି କୋଟି ସମ୍ପତ୍ତିର ମାଲିକ ହୋଇ ସୁଦ୍ଧା ନିଜକୁ ଲେଟ୍‌ ନାଇଟ୍‌ ପାର୍ଟିରୁ ଦୂରେଇ ରଖନ୍ତି ଏହି ଅଭିନେତା: କାରଣ ଜାଣିଲେ…

୧୯୭୭ ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜୀବ ଓମ ଭାଟିଆ ଅର୍ଥାତ ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡି କିଙ୍ଗ୍‌ କୁହାଯାଏ। ଅକ୍ଷୟ ନିଜେ ବଲିଉଡରେ...

ଇମୋଶନାଲ କଲା ‘ଦିଲ୍‌ ବେଚାରା’ର ଟାଇଟେଲ ଟ୍ରାକ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟାଇଟେଲ ଟ୍ରାକ୍‌ ରିଲିଜ୍‌ ହୋଇସାରିଛି। ଆଉ ଏହା ଦର୍ଶକଙ୍କୁ ବେଶ୍‌...

Advertisement
Archives

Model This Week